ମୋରଡ଼ା ଗସ୍ତରେ ୫-ଟି ସଚିବ, ଛାତ୍ରୀଛାତ୍ରଙ୍କ ସହ ନେଲେ ସେଲ୍‌ଫି

ମୋରଡ଼ା,୧୨ା୮(ସ୍ମାରକୀ ମାଜୀ): ୫-ଟି ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାରଠାରୁ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ହେଲିକପ୍ଟର ଯୋଗେ ମୋରଡ଼ା ବ୍ଲକ ଚିତ୍ରଡ଼ାସ୍ଥିତ ପାଟପୁର ମିନି ଷ୍ଟାଡିୟମରେ ପହଞ୍ଚିଥିଲେ। ଆୟୋଜିତ ସଭାରେ ଯୋଗଦେଇ ଲୋକଙ୍କ ଅଭିଯୋଗ, ପ୍ରସ୍ତାବଗୁଡ଼ିକୁ ସଂଗ୍ରହ କରିଥିଲେ। ହେଲିପ୍ୟାଡ୍‌ରୁ ଓହ୍ଲାଇବା ପରେ ସଚିବଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ପରେ କଲେଜ ଛାତ୍ରୀ ତାଙ୍କଠାରୁ ଅଟୋଗ୍ରାଫ ନେଇଥିଲେ ଏବଂ ତାଙ୍କ ସହିତ ସେଲ୍‌ଫି ଉଠାଇଥିଲେ। ତତ୍‌ସହିତ ମୋରଡ଼ା ନିର୍ବାଚନମଣ୍ଡଳୀର ମୋରଡ଼ା, ରାସଗୋବିନ୍ଦପୁର ଓ ଶୁଳିଆପଦା ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନଙ୍କଠାରୁ ଅଞ୍ଚଳର ସମସ୍ୟା ସମ୍ପର୍କିତ ଦାବିପତ୍ର ଗ୍ରହଣ କରିଥିଲେ l
ସଚିବ ବ୍ଲକର ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ୫-ଟି ଅନ୍ତର୍ଭୁକ୍ତ କରାଗଲା ତାହା ଘୋଷଣା କରିଥିଲେ। ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମରେ ଅଦରକାରୀ ସରକାରୀ ଗୃହକୁ ଚିହ୍ନଟ କରିବା ପରେ ଉକ୍ତ ଗୃହକୁ ନୂତନ ଭାବେ କରାଯାଇ ମିଶନ ଶକ୍ତି ମହିଳାକୁ ଦିଆଯିବ, ଶୁଳିଆପଦା ବ୍ଲକରେ ୧୦୮ କୋଟି, ମୋରଡ଼ାର ୧୦୪ କୋଟି ଓ ରାସଗୋବିନ୍ଦପୁରରେ ୯୫ କୋଟି ବିନିଯୋଗରେ ପ୍ରତି ଘରେ ପାଣି ଯୋଗାଇବା, ବଳଦିଆ ଆରଡ଼ି ରାସ୍ତାଠାରୁ ନୂଆଝାଳିଆ ପର୍ଯ୍ୟନ୍ତ ନୂତନ ରାସ୍ତା ପାଇଁ ୨୨ କୋଟି ଟଙ୍କା ପ୍ରଦାନ, ଦେଉଳିରୁ ମୋରଡ଼ା ନୂତନ ରାସ୍ତା ପାଇଁ ୫୦ କୋଟି ପ୍ରଦାନ କରାଯିବାକୁ ଘୋଷଣା କରିଥିଲେ। ସେହିପରି ମନ୍ଦିର, ମସ୍‌ଜିଦ୍‌,ଚରଚ, କମ୍ୟୁନିଟି ସେଣ୍ଟର ପାଇଁ ଦେଇଥିବା ଦରଖାସ୍ତ ଉପରେ ମୁଖ୍ୟମନ୍ତ୍ରୀ ବିଚାର କରି ଗୋଟିଏ ସପ୍ତାହ ମଧ୍ୟରେ ତଥା ୧୯ ତାରିଖରେ ଅନୁଦାନ ଘୋଷଣା କରିବେ ଏବଂ ଅନ୍ୟ ଦରଖାସ୍ତ ଉପରେ ଗୋଟିଏ ମାସ ଭିତରେ ବିଚାର କରି ପଦକ୍ଷେପ ନେବେ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ, ଆଇଜି,ଜିଲା ଆରକ୍ଷୀ ଅଧିକାରୀ ବି.ଗଙ୍ଗାଧର, ମୋରଡା ତହସିଲଦାର ଅନନ୍ତ କୁମାର ହାଁସଦା, ରାସଗୋବିନ୍ଦପୁର ତହସିଲଦାର, ମୋରଡ଼ା ବିଡିଓ ଜୟକୃଷ୍ଣ ପାତ୍ର, ରାସଗୋବିନ୍ଦପୁର ବିଡିଓ, ମୋରଡ଼ା ପୋଲିସ ଏବଂ ରାସଗୋବିନ୍ଦପୁର ପୋଲିସ ଉପସ୍ଥିତ ଥିଲେ।

ସେହିପରି ବିଜୁ ଜନତା ଦଳ ତରଫରୁ ମୋରଡ଼ା ବିଧାୟକ ରାଜକିଶୋର ଦାସ, ବାରିପଦା ନଗରପାଳ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, କୃଷି ନିଗମ ଅଧ୍ୟକ ଦେବାଶିଷ ମହାନ୍ତି, ସମ୍ପା ମଜୁମଦାର, ପ୍ରୀତିନନ୍ଦା କାନୁନ୍‌ଗୋ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ,୧୫ା୨(ଅମିତାଭ ବେହେରା): ମାଲକାନଗିରି ଜିଲା ଏମ୍‌ଭି ୭୯ରୁ ବିଶାଖାପାଟଣା ଯାଉଥିବା (ଓଏସଆରଟିସି ) ବସ୍‌ ଆନ୍ଧ୍ରର ସାଲୁର ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ର ଷ୍ଟିଅରିଂ ଲକ୍‌…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri