Posted inଫୁରସତ

ସେଲ୍‌ଫି ଏବେ ନୁହେଁ ଅନେକ ଆଗରୁ

ଆଜିର ସମୟରେ ସେଲଫି ଶବ୍ଦଟି କାହା ପାଇଁ ଅଜଣା କି ଅଶୁଣା ନୁହେଁ। ବିଶେଷକରି ଯୁବପିଢ଼ିଙ୍କ ପାଇଁ ଏହା ଏକ ଅତି ପରିଚିତ ଶବ୍ଦ। କେହିକେହି ତ ଆଜିର ସମୟକୁ ସେଲ୍‌ଫିର ଯୁଗ ବୋଲି ବି କହିଥାନ୍ତି। ଟେକ୍ନୋଲୋଜିର ବିକାଶ ସହିତ ସ୍ମାର୍ଟଫୋନ୍‌ର ବ୍ୟବହାର ସେଲ୍‌ଫି ଟ୍ରେଣ୍ଡକୁ ଅଧିକ ସହଜ କରିଦେଇଛି। ତେବେ ଆମେ ଯଦି ଭାବିବା ଯେ, ସ୍ମାର୍ଟଫୋନ୍‌ ଆସିବା ପରେ ବା ମୋବାଇଲ୍‌ ଫୋନ୍‌ ଉଦ୍ଭାବିତ ହେବା ପରେ ହିଁ ଏହି ସେଲ୍‌ଫି ସଂସ୍କୃତିର ସୃଷ୍ଟି ହୋଇଛି ତା’ହେଲେ ଆମେ ଭୁଲ୍‌ ଭାବିବା। କାରଣ ସେଲ୍‌ଫିର ଇତିହାସ ଆଜି ବା କାଲିର ନୁହେଁ, ଶହଶହ ବର୍ଷ ତଳର।
ବିଶ୍ୱର ପ୍ରଥମ ସେଲ୍‌ଫି : ଆଜି ଆମେ ସଭିଏଁ ସେଲ୍‌ଫି ନେବାରେ ବ୍ୟସ୍ତ। ହେଲେ ଆମେ ଏକଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବା ଯେ, ବିଶ୍ୱର ପ୍ରଥମ ସେଲ୍‌ଫି ନିଆଯାଇଥିଲା ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଅର୍ଥାତ୍‌ ୧୮୩୯ ମସିହାରେ। ଏହି ସେଲ୍‌ଫି ନେଇଥିଲେ ଆମେରିକାର ପ୍ରସିଦ୍ଧ କେମିଷ୍ଟ ରବର୍ଟ କର୍ଣ୍ଣେଲିଅସ୍‌। ରବର୍ଟ ଜଣେ କେମିଷ୍ଟ ହୋଇଥିଲେ ବି ଫଟୋଗ୍ରାଫିରେ ତାଙ୍କର ସୌକ୍‌ ଥିଲା। ସେ ସବୁବେଳେ ନିଜ ପାଖରେ ଗୋଟିଏ କ୍ୟାମେରା ରଖୁଥିଲେ। ଦିନକର କଥା। ତାଙ୍କର ଆସିଷ୍ଟାଣ୍ଟ ନଥାଏ। ସପ୍ତାହକ ପାଇଁ ଛୁଟିନେଇ ଘରକୁ ଯାଇଥାଏ। ସେତିକିବେଳେ ରବର୍ଟଙ୍କର ନିଜର ଏକ ଫଟୋ ଦରକାର ପଡ଼ିଲା। କ୍ୟାମେରା ସିନା ଅଛି। ହେଲେ ଫଟୋ ଉଠେଇବ କିଏ? ତାଙ୍କ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା। ସେ ଭାବିଲେ ମୁଁ ମୋ ନିଜ ଫଟୋ ଉଠେଇ ପାରିବିନି କ’ଣ ପାଇଁ? ବାସ୍‌, ସେ ଚେଷ୍ଟାକଲେ। ଦୁଇଦିନ ଲାଗିଥିଲା ତାଙ୍କର ନିଜ ଫଟୋ ନିଜେ ଉଠେଇବା ପାଇଁ। ଅନେକ ଭୁଲ ପୋଜ୍‌ ଆସିବା ପରେ ଶେଷରେ ଗୋଟିଏ ଭଲ ପୋଜ୍‌ ମିଳିଥିଲା ତାଙ୍କୁ। ସେହି ଫଟୋଟିକୁ ଗବେଷକମାନେ ବିଶ୍ୱର ପ୍ରଥମ ସେଲଫି ବୋଲି ଦାବି କରନ୍ତି। ରବର୍ଟଙ୍କ ସେହି ଫଟୋଟି ଏବେ ସୁଦ୍ଧା ଲାଇବ୍ରେରି ଅଫ୍‌ କଂଗ୍ରେସ୍‌ରେ ମହଜୁଦ ହୋଇ ରହିଛି।
ପ୍ରଥମ ସେଲ୍‌ଫି କିଶୋରୀ : ଗୋଟିଏ ସର୍ବେକ୍ଷଣରୁ ଜଣାଯାଇଛି ଯେ, ଟିନ୍‌ଏଜର୍‌ ବା କିଶୋରୀ ଠୁ ଆରମ୍ଭ କରି ଯୁବତୀ ତଥା ମହିଳାମାନଙ୍କର ସେଲ୍‌ଫି ପ୍ରଥମ ପସନ୍ଦ। ତେବେ ମହିଳା ବା କିଶୋରୀ ତଥା ଯୁବତୀମାନଙ୍କର ନିଜର ଫଟୋ ନିଜେ ଉଠେଇବାର ନିଶା ଆଜି ବା କାଲିର ନୁହେଁ। ତଥ୍ୟ ଅନୁଯାୟୀ ୧୯୦୦ ମସିହାରେ ଜଣେ ମହିଳା ନିଜେ ନିଜର ଫଟୋ ଉଠେଇଥିଲେ। ଅବଶ୍ୟ ସେହି ମହିଳାଙ୍କର ନାମ ତଥା ପରିଚୟ ଅଦ୍ୟାବଧି ଜଣା ପଡ଼ିନାହିଁ। ତେବେ ଏହାର ପ୍ରାୟ ୧୪ବର୍ଷ ପରେ ଜଣେ ୧୩ ବର୍ଷିୟା କିଶୋରୀ ସେଲଫି ନେଇଥିବା ରେକର୍ଡ଼ ମହଜୁଦ ରହିଛି। ଏହି କିଶୋରୀ ଜଣକ ହେଉଛନ୍ତି ରୁଷିଆର ସାର ଦ୍ୱିତୀୟ ନିକୋଲାସ୍‌ଙ୍କ କନିଷ୍ଠା କନ୍ୟା ଆନାସ୍ତେସିଆ ନିକୋଲାୟେଭନା। ଜଣେ ବାନ୍ଧବୀଙ୍କ ନିକଟକୁ ତାଙ୍କର ଏକ ଫଟୋ ପଠେଇବା ପାଇଁ ଆନାସ୍ତେସିଆ ଏପରି କରିଥିଲେ। ତେବେ ଏଥିପାଇଁ ତାଙ୍କୁ କିଛି କମ୍‌ ପରିଶ୍ରମ କରିବାକୁ ପଡ଼ି ନଥିଲା। ସେ ପ୍ରଥମେ କ୍ୟାମେରାକୁ ଏକ ଖୁଣ୍ଟରେ ବାନ୍ଧିଥିଲେ। ପୁଣି ନିଜର ପୋଜ୍‌ ଠିକ୍‌ କରିବା ପାଇଁ ଗୋଟିଏ ଆଇନାର ସାହାଯ୍ୟ ନେଇଥିଲେ। ଅନେକ କସରତ କରିବା ପରେ ଯାଇ ସେ ତାଙ୍କର ଫଟୋ ଉଠେଇବାରେ ସଫଳ ହୋଇଥିଲେ। ଆଉ ବାନ୍ଧବୀଙ୍କ ନିକଟକୁ ଫଟୋଟିକୁ ପଠେଇ ଲେଖିଥିଲେ ଯେ, ମୁଁ ନିଜେ ମୋ ଫଟୋ ଉଠେଇଛି। ଅବଶ୍ୟ ଆଇନାର ସାହାଯ୍ୟ ନେଇଛି। ତଥାପି ହାତ ଥରୁଥିବାରୁ ଫଟୋଟି ଟିକିଏ ଖରାପ ଉଠିଛି।
ବନ୍ୟପ୍ରାଣୀଙ୍କ ସେଲ୍‌ଫି ପ୍ରବୃତ୍ତି: ସେଲଫି ପ୍ରବୃତ୍ତି ଯେ କେବଳ ମଣିଷର ତାହା ନୁହେଁ। ପ୍ରାଣୀମାନଙ୍କ କ୍ଷେତ୍ରରେ ମଧ୍ୟ ନିଜ ଫଟୋ ନିଜେ ଉଠେଇବାର ପ୍ରବୃତ୍ତି ରହିଛି। ଏକଥା କହନ୍ତି, ପ୍ରସିଦ୍ଧ ବନ୍ୟପ୍ରାଣୀ ଫଟୋଗ୍ରାଫର ଡେଭିଡ଼ ସ୍ଲାଟର। ସେ ତାଙ୍କର ଏକ ଅନୁଭୂତି ବଖାଣି କହନ୍ତି ଯେ, ୨୦୧୧ ମସିହାରେ ସେ ଇଣ୍ଡୋନେସିଆ ଜଙ୍ଗଲରେ କାମ କରୁଥିଲେ। ଥରେ ସେ ତାଙ୍କ ଶିବିରରେ କ୍ୟାମେରାଟିକୁ ଛାଡ଼ି ଯାଇଥାନ୍ତି। ସେହି କ୍ୟାମେରାଟି ପଡ଼ିଗଲା ମାକାଓ ପ୍ରଜାତିର ଗୋଟିଏ ମାଙ୍କଡ଼ ହାତରେ। ଏକଥା ଦେଖି ଡରିଗଲେ ସେ। କାରଣ ମାଙ୍କଡ଼ଟି ହୁଏତ କ୍ୟାମେରାଟିକୁ ଭାଙ୍ଗିଦେଇପାରେ। ବହୁକଷ୍ଟରେ ସେ ମାଙ୍କଡ଼ ନିକଟରୁ କ୍ୟାମେରା ଉଦ୍ଧାର କଲେ। ତେବେ କ୍ୟାମେରାରେ ସେ ଯାହା ଦେଖିଲେ ସେଥିରେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେଥିରେ ମାକାଓ ନିଜର ସେଲଫି ଉଠେଇଥିଲା। ଗୋଟିଏ ନୁହେଁ, ଶହେରୁ ଅଧିକ ସ୍ନାପ୍‌ ନେଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri