ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ, ତଳେ ପଡ଼ିଗଲି। ମୁଁ ନିଜେ ପଡ଼ି ନ ଥିଲି, ଯୋଜନା କରି ମୋ ସହ ଏପରି କରାଗଲା। ଏହା ମୋର ନୁହେଁ, ନିର୍ମାତାମାନଙ୍କ ପତନ। ମୋତେ ବାରମ୍ବାର ଅଭିଯୋଗ କରାଯାଉଛି ଯେ ମୁଁ ହଠାତ୍‌ ଖସିପଡ଼ିଛି। ସତ କଥା ହେଉଛି, ମୋ ପତନର ଗାଥା, ନିର୍ମାଣ ପୂର୍ବରୁ ହିଁ ମୂଳଦୁଆରେ ଲିପିବଦ୍ଧ ଥିଲା। ଏଠାରେ ମୋତେ ଦେଖ! ବଞ୍ଚତ୍ବା ପାଇଁ ଅନେକ ପ୍ରୟାସ କଲି ହେଲେ, ବନ୍ୟା ସହ୍ୟ କରିବା କ୍ଷମତା ନ ଥିଲା॥ ଚାପ ବଢ଼ିବା ପରେ ଭୁଶୁଡ଼ି ପଡ଼ିବା ଶ୍ରେୟ ହେଲା। ମୋ ସହିତ ଅନେକ ନିରୀହ (ଗୋଡି,ବାଲି, ସିମେଣ୍ଟ, ଛଡ଼ ଇତ୍ୟାଦି ) ପ୍ରାଣ ହରାଇଛନ୍ତି। ଏଥିପାଇଁ ମୋତେ ସମାଲୋଚନା କରାଯାଉଛି। ବାସ୍ତବତା ହେଉଛି ଉଭୟ ‘ଖସି ପଡ଼ିଥିବା’ ଓ ‘ମରିଥିବା’ ମଣିଷ ନ ଥିଲେ। ଏହି ପୋଲ ଭୁଶୁଡ଼ି ପଡ଼ିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ‘ପତନ’ରେ କିଏ ଓ କେତେ ଖସିପଡ଼ିଛନ୍ତି ତାହା ସେମାନେ ଦେଖି ନ ଥିଲେ। ସମସ୍ତେ କେବଳ ଆଲୋଚନା ପର୍ଯାଲୋଚନା କରିବାରେ ବ୍ୟସ୍ତ। ଏହା ସାମୂହିକ ଅବନତିର ଦୃଶ୍ୟ ବୋଲି କେହି ଦେଖୁନାହାନ୍ତି। ଆମେ ପଡ଼ି ମଧ୍ୟ ଅନ୍ୟମାନଙ୍କୁ ବଞ୍ଚାଉଛୁ। ଏହା ଏକ ନୂଆ ପ୍ରକାରର କୌଶଳ। ମୁଁ ଏକୁଟିଆ ପଡ଼ି ନ ଥିଲି। ମୋର ଅନ୍ୟ ସମକାଳୀନ ଭାଇମାନେ ମଧ୍ୟ ପଡ଼ିଗଲେ। ଭଲ ବଜେଟ ସହ ସେମାନଙ୍କୁ ମଧ୍ୟ ନିର୍ମାଣ କରାଯାଇଥିଲା। ଯେଉଁମାନେ ଆମକୁ ତିଆରି କରନ୍ତି ସେମାନେ ବିପୁଳ ପରିମାଣର ଟଙ୍କାରେ ବୁଡ଼ି ଯାଆନ୍ତି ଏବଂ ଆମେ ତଳବିହୀନ ପାଣିରେ ବୁଡ଼ି ଯାଉ। ଖସି ପଡ଼ି ଆମେ ଅପରାଧ କରିନାହୁଁ, ବରଂ ସରକାରୀ କର୍ମଚାରୀ, ଅଧିକାରୀ ଓ ଠିକାଦାରଙ୍କ ପାପକୁ ପଦାରେ ପକାଇଛୁ। ତଥାପି ଆମକୁ ନିନ୍ଦା କରାଯାଉଛି।

ଦୁର୍ନୀତିଗ୍ରସ୍ତମାନେ ମୋ ଉପରେ ଡେଉଁଥିଲେ। ଛାତିରେ ପଥର ରଖି ସବୁ କିଛି ସହିଗଲି। ଅସହାୟଙ୍କୁ ନିଜ ପ୍ରିୟଜନଙ୍କ ସହ ପରିଚିତ କରାଇଲି। ଯୁବକମାନଙ୍କୁ ସେମାନଙ୍କ ଚାକିରି କ୍ଷେତ୍ରରେ ଏବଂ ଛାତ୍ରୀଛାତ୍ରମାନଙ୍କୁ ଠିକ୍‌ ସମୟରେ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ଚେଷ୍ଟା କଲି। ଏହା ପଡ଼ିବାର ଠିକ୍‌ ପୂର୍ବର ଘଟଣା। ବିନା ଭେଦଭାବରେ ସମସ୍ତଙ୍କୁ ନଦୀ ପାର କରାଇଥିଲି। ତଥାପି ମୋତେ ଉଚିତ ଗୁରୁତ୍ୱ ମିଳିଲା ନାହିଁ। ଅବଶ୍ୟ କେତେଜଣ ବରିଷ୍ଠ ଲେଖକ ନିଜ ଲେଖନୀ ମାଧ୍ୟମରେ ବାରମ୍ବାର ସମସ୍ତଙ୍କୁ ଚେତାବନୀ ଦେଉଥିଲେ, ‘ପୋଲ ପାର କରିବାକୁ ହେଲେ ନଦୀରେ ବୁଡିବା ନିଶ୍ଚିତ। ଏସବୁ ଶୁଣିବା ପରେ ବି ମୋର ପ୍ରଯୋଜକମାନେ ସମ୍ବେଦନଶୀଳ ନ ଥିଲେ। ମୋ ପାଖରେ ଅନ୍ୟ କୌଣସି ଉପାୟ ନ ଥିଲା, ଯଦି ବୁଡ଼ିଯିବା ହିଁ ଏକମାତ୍ର ବିକଳ୍ପ, ତେବେ ମୁଁ କାହିଁକି ବିଦ୍ରୋହ କରିବି? ତେଣୁ ପ୍ରଥମ ବର୍ଷାରେ ମୁଁ ମୁକ୍ତିର ମାର୍ଗ ଦେଖିଲି। ଆଗକୁ ଆହୁରି ଅନେକ ପୋଲ ନିର୍ମାଣ କରାଯିବ ଓ ଭୁଶୁଡ଼ି ପଡ଼ିବ। ଏବେ ନୂଆ ନୂଆ ସରକାର ଆସିଛନ୍ତି ତେଣୁ ବ୍ରିଜ୍‌ ଧୋଇବା ଏବେଠାରୁ ଖବର ହେବ ନାହିଁ। ତଥାପି ପ୍ରଶ୍ନ ଉଠୁଛି ଯେ ଇଂରେଜମାନେ ନିର୍ମାଣ କରିଥିବା ପୋଲ ଏବେବି ଜୀବିତ। ହେଲେ ମୋ ଉପରେ ଅସୁରକ୍ଷିତ ପୋଲ ବୋଲି ବୋର୍ଡ ବାଡେଇ ଆଧୁନିକ ଇଞ୍ଜିନିୟର, ଅଧିକାରୀ ଓ ଜନନେତା ଜନସାଧାରଣଙ୍କ ବିଶ୍ୱାସର ପାତ୍ର। ମୁଁ ଭୁଶୁଡ଼ି ପଡିବାରେ କେହି ଦାୟୀ ନୁହେଁ। ମୁଁ ସରକାରଙ୍କୁ ଏକ ବଡ଼ ଧାର୍ମିକ ସଙ୍କଟରୁ ରକ୍ଷା କରିଛି। ଠିକାଦାରମାନେ ବ୍ୟବସ୍ଥା ଉପରେ ଆସ୍ଥା ହରାଇ ନାହାନ୍ତି। ସରକାରୀ କାର୍ଯ୍ୟରେ ଏହି ପରି ଦୃଶ୍ୟମାନ ଆଗକୁ ମଧ୍ୟ ଜାରି ରହିବ। ମୁଁ ଚାହୁଁଛି ଯେ ସମସ୍ତେ ଟିକେ ଧ୍ୟାନ ଦିଅନ୍ତୁ। ଶେଷ କଥା। ମୁଁ ଓ ନେତାଙ୍କ ମଧ୍ୟରେ ସମାନତା କଥା କେବେ କହୁନାହିଁ। ସେମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି, ଲୋକ ଦେଖାଣିଆ ଇସ୍ତଫା ଦିଅନ୍ତି ଓ ବେଳେ ବେଳେ ଓହରି ଯାଆନ୍ତି। ଯେତେବେଳେ ମୁଁ ଦୁର୍ନୀତିରେ ସମ୍ପୃକ୍ତ ବୋଲି ଜଣାପଡ଼େ, ମୁଁ ମରିଯାଏ। ଏହା ହେଉଛି ଏକ ପୋଲ ହେବା ଏବଂ ମଣିଷ ହେବା ମଧ୍ୟରେ ମୌଳିକ ପାର୍ଥକ୍ୟ।
ମୋ:୯୪୩୭୬୪୨୯୪୭


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri