ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ, ତଳେ ପଡ଼ିଗଲି। ମୁଁ ନିଜେ ପଡ଼ି ନ ଥିଲି, ଯୋଜନା କରି ମୋ ସହ ଏପରି କରାଗଲା। ଏହା ମୋର ନୁହେଁ, ନିର୍ମାତାମାନଙ୍କ ପତନ। ମୋତେ ବାରମ୍ବାର ଅଭିଯୋଗ କରାଯାଉଛି ଯେ ମୁଁ ହଠାତ୍‌ ଖସିପଡ଼ିଛି। ସତ କଥା ହେଉଛି, ମୋ ପତନର ଗାଥା, ନିର୍ମାଣ ପୂର୍ବରୁ ହିଁ ମୂଳଦୁଆରେ ଲିପିବଦ୍ଧ ଥିଲା। ଏଠାରେ ମୋତେ ଦେଖ! ବଞ୍ଚତ୍ବା ପାଇଁ ଅନେକ ପ୍ରୟାସ କଲି ହେଲେ, ବନ୍ୟା ସହ୍ୟ କରିବା କ୍ଷମତା ନ ଥିଲା॥ ଚାପ ବଢ଼ିବା ପରେ ଭୁଶୁଡ଼ି ପଡ଼ିବା ଶ୍ରେୟ ହେଲା। ମୋ ସହିତ ଅନେକ ନିରୀହ (ଗୋଡି,ବାଲି, ସିମେଣ୍ଟ, ଛଡ଼ ଇତ୍ୟାଦି ) ପ୍ରାଣ ହରାଇଛନ୍ତି। ଏଥିପାଇଁ ମୋତେ ସମାଲୋଚନା କରାଯାଉଛି। ବାସ୍ତବତା ହେଉଛି ଉଭୟ ‘ଖସି ପଡ଼ିଥିବା’ ଓ ‘ମରିଥିବା’ ମଣିଷ ନ ଥିଲେ। ଏହି ପୋଲ ଭୁଶୁଡ଼ି ପଡ଼ିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ‘ପତନ’ରେ କିଏ ଓ କେତେ ଖସିପଡ଼ିଛନ୍ତି ତାହା ସେମାନେ ଦେଖି ନ ଥିଲେ। ସମସ୍ତେ କେବଳ ଆଲୋଚନା ପର୍ଯାଲୋଚନା କରିବାରେ ବ୍ୟସ୍ତ। ଏହା ସାମୂହିକ ଅବନତିର ଦୃଶ୍ୟ ବୋଲି କେହି ଦେଖୁନାହାନ୍ତି। ଆମେ ପଡ଼ି ମଧ୍ୟ ଅନ୍ୟମାନଙ୍କୁ ବଞ୍ଚାଉଛୁ। ଏହା ଏକ ନୂଆ ପ୍ରକାରର କୌଶଳ। ମୁଁ ଏକୁଟିଆ ପଡ଼ି ନ ଥିଲି। ମୋର ଅନ୍ୟ ସମକାଳୀନ ଭାଇମାନେ ମଧ୍ୟ ପଡ଼ିଗଲେ। ଭଲ ବଜେଟ ସହ ସେମାନଙ୍କୁ ମଧ୍ୟ ନିର୍ମାଣ କରାଯାଇଥିଲା। ଯେଉଁମାନେ ଆମକୁ ତିଆରି କରନ୍ତି ସେମାନେ ବିପୁଳ ପରିମାଣର ଟଙ୍କାରେ ବୁଡ଼ି ଯାଆନ୍ତି ଏବଂ ଆମେ ତଳବିହୀନ ପାଣିରେ ବୁଡ଼ି ଯାଉ। ଖସି ପଡ଼ି ଆମେ ଅପରାଧ କରିନାହୁଁ, ବରଂ ସରକାରୀ କର୍ମଚାରୀ, ଅଧିକାରୀ ଓ ଠିକାଦାରଙ୍କ ପାପକୁ ପଦାରେ ପକାଇଛୁ। ତଥାପି ଆମକୁ ନିନ୍ଦା କରାଯାଉଛି।

ଦୁର୍ନୀତିଗ୍ରସ୍ତମାନେ ମୋ ଉପରେ ଡେଉଁଥିଲେ। ଛାତିରେ ପଥର ରଖି ସବୁ କିଛି ସହିଗଲି। ଅସହାୟଙ୍କୁ ନିଜ ପ୍ରିୟଜନଙ୍କ ସହ ପରିଚିତ କରାଇଲି। ଯୁବକମାନଙ୍କୁ ସେମାନଙ୍କ ଚାକିରି କ୍ଷେତ୍ରରେ ଏବଂ ଛାତ୍ରୀଛାତ୍ରମାନଙ୍କୁ ଠିକ୍‌ ସମୟରେ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ଚେଷ୍ଟା କଲି। ଏହା ପଡ଼ିବାର ଠିକ୍‌ ପୂର୍ବର ଘଟଣା। ବିନା ଭେଦଭାବରେ ସମସ୍ତଙ୍କୁ ନଦୀ ପାର କରାଇଥିଲି। ତଥାପି ମୋତେ ଉଚିତ ଗୁରୁତ୍ୱ ମିଳିଲା ନାହିଁ। ଅବଶ୍ୟ କେତେଜଣ ବରିଷ୍ଠ ଲେଖକ ନିଜ ଲେଖନୀ ମାଧ୍ୟମରେ ବାରମ୍ବାର ସମସ୍ତଙ୍କୁ ଚେତାବନୀ ଦେଉଥିଲେ, ‘ପୋଲ ପାର କରିବାକୁ ହେଲେ ନଦୀରେ ବୁଡିବା ନିଶ୍ଚିତ। ଏସବୁ ଶୁଣିବା ପରେ ବି ମୋର ପ୍ରଯୋଜକମାନେ ସମ୍ବେଦନଶୀଳ ନ ଥିଲେ। ମୋ ପାଖରେ ଅନ୍ୟ କୌଣସି ଉପାୟ ନ ଥିଲା, ଯଦି ବୁଡ଼ିଯିବା ହିଁ ଏକମାତ୍ର ବିକଳ୍ପ, ତେବେ ମୁଁ କାହିଁକି ବିଦ୍ରୋହ କରିବି? ତେଣୁ ପ୍ରଥମ ବର୍ଷାରେ ମୁଁ ମୁକ୍ତିର ମାର୍ଗ ଦେଖିଲି। ଆଗକୁ ଆହୁରି ଅନେକ ପୋଲ ନିର୍ମାଣ କରାଯିବ ଓ ଭୁଶୁଡ଼ି ପଡ଼ିବ। ଏବେ ନୂଆ ନୂଆ ସରକାର ଆସିଛନ୍ତି ତେଣୁ ବ୍ରିଜ୍‌ ଧୋଇବା ଏବେଠାରୁ ଖବର ହେବ ନାହିଁ। ତଥାପି ପ୍ରଶ୍ନ ଉଠୁଛି ଯେ ଇଂରେଜମାନେ ନିର୍ମାଣ କରିଥିବା ପୋଲ ଏବେବି ଜୀବିତ। ହେଲେ ମୋ ଉପରେ ଅସୁରକ୍ଷିତ ପୋଲ ବୋଲି ବୋର୍ଡ ବାଡେଇ ଆଧୁନିକ ଇଞ୍ଜିନିୟର, ଅଧିକାରୀ ଓ ଜନନେତା ଜନସାଧାରଣଙ୍କ ବିଶ୍ୱାସର ପାତ୍ର। ମୁଁ ଭୁଶୁଡ଼ି ପଡିବାରେ କେହି ଦାୟୀ ନୁହେଁ। ମୁଁ ସରକାରଙ୍କୁ ଏକ ବଡ଼ ଧାର୍ମିକ ସଙ୍କଟରୁ ରକ୍ଷା କରିଛି। ଠିକାଦାରମାନେ ବ୍ୟବସ୍ଥା ଉପରେ ଆସ୍ଥା ହରାଇ ନାହାନ୍ତି। ସରକାରୀ କାର୍ଯ୍ୟରେ ଏହି ପରି ଦୃଶ୍ୟମାନ ଆଗକୁ ମଧ୍ୟ ଜାରି ରହିବ। ମୁଁ ଚାହୁଁଛି ଯେ ସମସ୍ତେ ଟିକେ ଧ୍ୟାନ ଦିଅନ୍ତୁ। ଶେଷ କଥା। ମୁଁ ଓ ନେତାଙ୍କ ମଧ୍ୟରେ ସମାନତା କଥା କେବେ କହୁନାହିଁ। ସେମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି, ଲୋକ ଦେଖାଣିଆ ଇସ୍ତଫା ଦିଅନ୍ତି ଓ ବେଳେ ବେଳେ ଓହରି ଯାଆନ୍ତି। ଯେତେବେଳେ ମୁଁ ଦୁର୍ନୀତିରେ ସମ୍ପୃକ୍ତ ବୋଲି ଜଣାପଡ଼େ, ମୁଁ ମରିଯାଏ। ଏହା ହେଉଛି ଏକ ପୋଲ ହେବା ଏବଂ ମଣିଷ ହେବା ମଧ୍ୟରେ ମୌଳିକ ପାର୍ଥକ୍ୟ।
ମୋ:୯୪୩୭୬୪୨୯୪୭


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri