ସ୍ବାବଲମ୍ବୀ କଲା ଥାଇଲାଣ୍ଡ ବରକୋଳି ଚାଷ

ଡେରାବିଶ,୧୫।୧(ସ୍ବ.ପ୍ର.): ଧାନ ଓ ବିରି ସମେତ ଅନ୍ୟାନ୍ୟ ଫସଲ ଲାଭଜନକ ହେଉ ନ ଥିବାରୁ ଅତ୍ୟାଧୁନିକ ଚାଷ କରି ସ୍ବାବଲମ୍ବୀ ହେବା ପାଇଁ ଗ୍ରାମାଞ୍ଚଳର ଯୁବକମାନେ ଏବେ ମନ ବଳାଇଛନ୍ତି । କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଅନ୍ତର୍ଗତ ରଘୁଦେଇପୁର ପଞ୍ଚାୟତ ନୋଳସାହି ଗ୍ରାମରେ ଥାଇଲାଣ୍ଡ ବରକୋଳି ଚାଷ ସମସ୍ତଙ୍କ ପାଉଁ ପ୍ରେରଣା ଯୋଗାଇଛି । ଏହି ଗ୍ରାମର ଦେବାଶିଷ ଜେନା ନାମକ ଜଣେ ଯୁବକ ନିଜ ପଡ଼ିଆ ପଡ଼ିଥିବା ୫ ଗୁଣ୍ଠ ଜମିରେ ବରକୋଳି ଚାଷ କରି ଲାଭବାନ ହୋଇଛନ୍ତି । ସେହି ବରକୋଳି ଚାଷ ପାଇଁ ସେ ଅନ୍‌ଲାଇନ୍‌ ଜରିଆରେ ଚାରା ମଗାଇଥିଲେ । ଗୋଟିଏ ଚାରା ପାଇଁ ତାଙ୍କୁ ୧ଶହ ଟଙ୍କା ଦେବାକୁ ପଡିଥିଲା । ସେ ସମୁଦାୟ ୧୦୦ଟି ଚାରା ମଗାଇଛନ୍ତି । ସେହି ଚାରାକୁ ଲଗାଇବା ପରେ ଏବେ ସେଥିରେ ଫଳ ଆସିଛି । ଏହି ବରକୋଳିକୁ ଥାଇଲାଣ୍ଡ ବରକୋଳି ବା ରେଡ୍‌ବାର ଆପୁଲ କୁହାଯାଏ ବୋଲି ସେ କହିଛନ୍ତି ।
ଦେବାଶିଷଙ୍କ ସୂଚନା ଅନୁଯାୟୀ, ଏହି ଗଛ ଲାଗିବାର ୬ ମାସରେ ଫଳ ଆସିଯାଇଥିଲା । ବର୍ତ୍ତମାନ ଗୋଟିଏ ବରକୋଳି ଗଛରୁ ୨୦ରୁ ୨୫ କିଲୋ ବରକୋଳି ଅମଳ ହେବ ବୋଲି ସେ କହିଛନ୍ତି । ଫଳ ଅମଳ ପରେ ମାଟିରୁ ୩ ଫୁଟ ଉଚ୍ଚରୁ ଏହି ଗଛକୁ କାଟି ଦେବାକୁ ହୋଇଥାଏ । ଗଛଟି ପୁରୁଣା ହେଲେ ସେଥିରେ ଥରକୁ ୮୦ରୁ ୧ କୁଇଣ୍ଟାଲ ପର୍ଯ୍ୟନ୍ତ ଫଳ ଫଳିବ ବୋଲି ସେ କହିଛନ୍ତି। ଏହି ଚାଷଟି ଲାଭଦାୟକ ହୋଇଥିବାରୁ ସେ ପରିଶ୍ରମ କରିଚାଲିଛନ୍ତି। ନିଜ ପଡ଼ିଆଜମିରେ ଏହି ବରକୋଳି ଚାଷ କରି ଦେବାଶିଷ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଥିବା ରଘୁଦେଇପୁର ପଞ୍ଚାୟତର ଅଗ୍ରଣୀ ଚାଷୀ ଦିଗମ୍ବର ମିଶ୍ର କହିଛନ୍ତି । ଦିଗମ୍ବରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଧାନ, ମୁଗ ଓ ପନିପରିବା ଚାଷ ଅଧିକ ଅମଳକ୍ଷମ ହୋଇପାରୁ ନ ଥିବା ବେଳେ ଯୁବକମାନେ ଏଭଳି ଅତ୍ୟାଧୁନିକ ଚାଷ କରିପାରିଲେ ସ୍ବାବଲମ୍ବୀ ହୋଇପାରିବେ । ଝଙ୍କାଳିଆ ଗଛରେ ବହୁଳ ପରିମାଣରେ ବରକୋଲି ଫଳିଛି । ସେହି ବରକୋଳି ଫଳକୁ ଦେଖିଲେ ଦେବାଶିଷ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ନିଜର ଚାଷ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଦେବାଶିଷ କହିଛନ୍ତି, ସାମାଜିକ ଗଣମାଧ୍ୟମରୁ ଏହି ଚାଷ ଉପରେ ଅଧିକ ଅନୁଧ୍ୟାନ କରି ଗଛ ଲଗାଇଛି । ଜମିରେ ପ୍ରତି ଗଛର ଦୂରତା ୧୦ ଫୁଟ୍‌ ରହିଛି। ଚାଷଜମିକୁ ଭଲ ଭାବେ ଚାଷ କରି ଦେଢ଼ ଫୁଟ୍‌ ଗଭୀରର ଗାତ ଖୋଳିଥିଲି । ଗାତରେ ୬ ଇଞ୍ଚର ଖତ ଓ ମାଟି ଦେଇ ସେଥିରେ କୀଟନାଶକ ଦେବାକୁ ପଡ଼ିଥିଲା। ଚାରା ଲାଗିସାରିବା ପରେ ପ୍ରତି ମାସରେ ଥରେ ସାର ଦିଆଯାଇଥାଏ। ଲାଗିଥିବା ବରକୋଳି ଚାରାଗୁଡ଼ିକ ହେଲା ବଲସୁନ୍ଦରୀ ଓ ନୁରାନୀ କିସମର । ଆସନ୍ତା ଫେବୃୟାରୀରେ ଏହି ବରକୋଳି ଅମଳ ହେବ । କେନ୍ଦ୍ରାପଡ଼ା ଜିଲାରେ ଏହାର ବଜାର ଚାହିଦା ନ ଥିବାରୁ ବାହାର ବ୍ୟବସାୟୀ ଏହି କୋଳି କିଣିବେ ବୋଲି ଦେବାଶିଷ କହିଛନ୍ତି। ଏହି ଚାଷ ପାଇଁ କେବଳ ଦେବାଶିଷ ନୁହନ୍ତି ତାଙ୍କ ପରିବାରର ସମସ୍ତ ସଦସ୍ୟ ଶ୍ରମଦାନ କରୁଛନ୍ତି । ବରକୋଳି ଅମଳ ହେବା ପରେ କିଲୋପିଛା ୮୦ରୁ ୧୦୦ ଟଙ୍କା ବିକ୍ରି ହେବ ବୋଲି ଦେବାଶିଷ କହିଛନ୍ତି । ତେବେ ଅନ୍ୟ ଯୁବକଙ୍କ ପ୍ରେରଣାର ଉତ୍ସ ପାଲଟିଥିବା ଦେବାଶିଷଙ୍କୁ କୃଷି ବିଭାଗ ପକ୍ଷରୁ ସହାୟତା ପ୍ରଦାନ କରାଗଲେ ସେ ଉପକୃତ ହୋଇପାରିବେ ବୋଲି ନୋଳସାହି ଗ୍ରାମର ଚାଷୀ ବିଜୟ ମଲିକ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri