ଏକାଧିକ ବିଲ୍‌ କରି ଅର୍ଥ ଆତ୍ମସାତ୍‌

ଯାଜପୁର ସଦର,୧୦ା୧୦(ଡି.ଏନ୍‌.ଏ): ଯାଜପୁର ଜିଲା ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ ପରିସର କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟରେ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ)ରେ ଏକାଧିକ ବିଲ କରାଯାଇ ଅର୍ଥ ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ନାମରେ ଜାଲ ମଷ୍ଟରରୋଲ ପ୍ରସ୍ତୁତ ହୋଇ ମେଶିନରେ କାମ କରି ବିଭାଗୀୟ କର୍ମଚାରୀ ମାଲାମାଲ ହୋଇଛନ୍ତି। ତେବେ ଏହି ଅଭିଯୋଗକୁ ପଞ୍ଚାୟତ କର୍ତ୍ତୃପକ୍ଷ ଖଣ୍ଡନ କରିବା ସହ ଆଇନ ଅନୁଯାୟୀ କାମ ଚାଲିଥିବା ପ୍ରକାଶ କରିଛନ୍ତି।
ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ମାଧ୍ୟମରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବାର୍ଷିକ ଶହେ ଦିନର କାମ ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଶ୍ରମିକମାନେ ଆବେଦନ କରିବା ସତ୍ତ୍ୱେ କାମ ନ ମିଳିଲେ ଦାୟିତ୍ୱରେ ଥିବା ଅଧିକାରୀ ଜରିମାନ ଦେବାର ବ୍ୟବସ୍ଥା ରହିଛି। ମାତ୍ର କେତେକ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଅସାଧୁ ମେଣ୍ଟ ଯୋଗୁ ଏହି ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଶ୍ରମିକମାନଙ୍କ ବଦଳରେ ମେଶିନରେ କାମ କରିବା, ଜାଲ ମଷ୍ଟରରୋଲ ମାଧ୍ୟମରେ ଶ୍ରମିକଙ୍କ ନାମରେ ଅର୍ଥ ଆତ୍ମସାତ୍‌ କରିବା, ଗୋଟିଏ କାର୍ଯ୍ୟକୁ ନାମ ବଦଳାଇ ଏକାଧିକ ଥର ଅର୍ଥ ଉଠାଣ କରିବା ବଳି ବହୁ ଅଭିଯୋଗ ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବର୍ଷରେ ୨ ଥର ପଞ୍ଚାୟତ ଓ ବ୍ଲକସ୍ତରରେ ସାମାଜିକ ସମୀକ୍ଷାର ବ୍ୟବସ୍ଥା ରହିଥିବାବେଳେ ତାହା ମଧ୍ୟ କାଗଜ ପତ୍ରରେ ସୀମିତ ରହୁଛି। ଫଳରେ ଏହି ଯୋଜନା କେତେକ କ୍ଷେତ୍ରରେ ଲକ୍ଷ୍ୟ ଭ୍ରଷ୍ଟ ହେଉଛି, ଯାହାର ଉଦାହରଣ ଦଶରଥପୁର ବ୍ଲକ ଅଧୀନ ଖଣ୍ଡରା ପଞ୍ଚାୟତରେ ଦେଖିବାକୁ ମିଳିଛି ।
ଜିଲା ସଦର ମହକୁମା ତଥା ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କିମି ଦୂର ଉକ୍ତ ପଞ୍ଚାୟତସ୍ଥ କାର୍ଯ୍ୟାଳୟ ପରିସରରେ ଥିବା କଲ୍ୟାଣ ମଣ୍ଡପ ପରିସର ଉନ୍ନତିକରଣ ନାମରେ ଏକାଧିକ ଥର ବିଲ୍‌ ଉଠାଣ ହୋଇଥିବା ଅଭିଯୋଗ ହେଉଛି। ୨୦୧୯-୨୦ରେ ୱାର୍କ କୋଡ୍‌ ନଂ. ୨୪୨୦୦୦୬୦୦୭/ଏଭି/ ୧୦୩୮୫୮୦୯ ରେ କଲ୍ୟାଣ ମଣ୍ଡପ ପରିସର ଉନ୍ନତିକରଣ କାର୍ଯ୍ୟ କରାଯିବା ସହିତ ଏହି କାମରେ ୪୧୬ ଜଣ ଶ୍ରମିକ ନିୟୋଜିତ ହୋଇଥିବା ଦର୍ଶାଯାଇଛି। ଏଥିରେ ୮୬ ହଜାର ୧୧୨ ଟଙ୍କା ବିଲ୍‌ ହୋଇଥିଲା। ପୁଣିଥରେ ୨୦୨୦-୨୧ରେ କଲ୍ୟାଣ ମଣ୍ଡପ ପରିସର ଉନ୍ନତିକରଣ ନିମନ୍ତେ ୱାର୍କ କୋଡ ନଂ.୨୪୨୦୦୦୬୦୦୭/ ଏଭି/୧୦୪୫୦୨୫୨ ରେ ୧୮୯୨ ଜଣ ଶ୍ରମିକ ନିୟୋଜିତ ହୋଇଥିବା ଦର୍ଶାଯିବା ସହିତ ୪ ଲକ୍ଷ ୩୫ ହଜାର ୪୨୧ ଟଙ୍କା ବିଲ୍‌ ହୋଇଥିଲା। ସେହିପରି ୨୦୨୨-୨୩ ରେ କଲ୍ୟାଣ ମଣ୍ଡପ ପରିସର ଉନ୍ନତିକରଣ ନିମନ୍ତେ ୱାର୍କ କୋଡ ନଂ. ୨୪୨୦୦୦୬୦୦୭/ ଏଲଡି/୧୦୬୮୪୧୨୫ ରେ ୮୧୩ ଜଣ ଶ୍ରମିକ କାର୍ଯ୍ୟ କରିଥିବା ଦର୍ଶାଯିବା ସହିତ ୧ ଲକ୍ଷ ୭୮ ହଜାର ୨୬୬ ଟଙ୍କା ବିଲ୍‌ ହୋଇଛି। ମାତ୍ର ଗ୍ରାମ ପଞ୍ଚାୟତ କିମ୍ବା କଲ୍ୟାଣ ମଣ୍ଡପ ପରିସରରେ ମାଟି କାମ କରିବା ପାଇଁ ସ୍ଥାନର ଅଭାବ ରହିଥିବାବେଳେ କଲ୍ୟାଣ ମଣ୍ଡପର ପାର୍ଶ୍ୱରେ ଚଳିତ ବର୍ଷ ୫୦ରୁ ୬୦ ଟ୍ରାକ୍ଟର ୫ମାଟି ପକାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏହି କାମରେ ପ୍ରକୃତରେ କୌଣସି ଶ୍ରମିକ ନିୟୋଜିତ ହୋଇ ନ ଥିଲେ। ଶ୍ରମିକଙ୍କ ନାମରେ ଜାଲ ମଷ୍ଟରରୋଲ ପ୍ରସ୍ତୁତ କରି ଅର୍ଥ ଆତ୍ମସାତ୍‌ କରାଯାଇଥିବା ପଞ୍ଚାୟତବାସୀଙ୍କ ତରଫରୁ ଅଭିଯୋଗ ହୋଇଛି। ତେଣୁ ପଞ୍ଚାୟତରେ ଚାଲିଥିବା ଏଭଳି ଅନିୟମିିତତା ସମ୍ପର୍କରେ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜନସାଧାରଣ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri