ଏକାଧିକ ବିଲ୍‌ କରି ଅର୍ଥ ଆତ୍ମସାତ୍‌

ଯାଜପୁର ସଦର,୧୦ା୧୦(ଡି.ଏନ୍‌.ଏ): ଯାଜପୁର ଜିଲା ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ ପରିସର କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟରେ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ)ରେ ଏକାଧିକ ବିଲ କରାଯାଇ ଅର୍ଥ ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ନାମରେ ଜାଲ ମଷ୍ଟରରୋଲ ପ୍ରସ୍ତୁତ ହୋଇ ମେଶିନରେ କାମ କରି ବିଭାଗୀୟ କର୍ମଚାରୀ ମାଲାମାଲ ହୋଇଛନ୍ତି। ତେବେ ଏହି ଅଭିଯୋଗକୁ ପଞ୍ଚାୟତ କର୍ତ୍ତୃପକ୍ଷ ଖଣ୍ଡନ କରିବା ସହ ଆଇନ ଅନୁଯାୟୀ କାମ ଚାଲିଥିବା ପ୍ରକାଶ କରିଛନ୍ତି।
ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ମାଧ୍ୟମରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବାର୍ଷିକ ଶହେ ଦିନର କାମ ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଶ୍ରମିକମାନେ ଆବେଦନ କରିବା ସତ୍ତ୍ୱେ କାମ ନ ମିଳିଲେ ଦାୟିତ୍ୱରେ ଥିବା ଅଧିକାରୀ ଜରିମାନ ଦେବାର ବ୍ୟବସ୍ଥା ରହିଛି। ମାତ୍ର କେତେକ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଅସାଧୁ ମେଣ୍ଟ ଯୋଗୁ ଏହି ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଶ୍ରମିକମାନଙ୍କ ବଦଳରେ ମେଶିନରେ କାମ କରିବା, ଜାଲ ମଷ୍ଟରରୋଲ ମାଧ୍ୟମରେ ଶ୍ରମିକଙ୍କ ନାମରେ ଅର୍ଥ ଆତ୍ମସାତ୍‌ କରିବା, ଗୋଟିଏ କାର୍ଯ୍ୟକୁ ନାମ ବଦଳାଇ ଏକାଧିକ ଥର ଅର୍ଥ ଉଠାଣ କରିବା ବଳି ବହୁ ଅଭିଯୋଗ ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବର୍ଷରେ ୨ ଥର ପଞ୍ଚାୟତ ଓ ବ୍ଲକସ୍ତରରେ ସାମାଜିକ ସମୀକ୍ଷାର ବ୍ୟବସ୍ଥା ରହିଥିବାବେଳେ ତାହା ମଧ୍ୟ କାଗଜ ପତ୍ରରେ ସୀମିତ ରହୁଛି। ଫଳରେ ଏହି ଯୋଜନା କେତେକ କ୍ଷେତ୍ରରେ ଲକ୍ଷ୍ୟ ଭ୍ରଷ୍ଟ ହେଉଛି, ଯାହାର ଉଦାହରଣ ଦଶରଥପୁର ବ୍ଲକ ଅଧୀନ ଖଣ୍ଡରା ପଞ୍ଚାୟତରେ ଦେଖିବାକୁ ମିଳିଛି ।
ଜିଲା ସଦର ମହକୁମା ତଥା ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କିମି ଦୂର ଉକ୍ତ ପଞ୍ଚାୟତସ୍ଥ କାର୍ଯ୍ୟାଳୟ ପରିସରରେ ଥିବା କଲ୍ୟାଣ ମଣ୍ଡପ ପରିସର ଉନ୍ନତିକରଣ ନାମରେ ଏକାଧିକ ଥର ବିଲ୍‌ ଉଠାଣ ହୋଇଥିବା ଅଭିଯୋଗ ହେଉଛି। ୨୦୧୯-୨୦ରେ ୱାର୍କ କୋଡ୍‌ ନଂ. ୨୪୨୦୦୦୬୦୦୭/ଏଭି/ ୧୦୩୮୫୮୦୯ ରେ କଲ୍ୟାଣ ମଣ୍ଡପ ପରିସର ଉନ୍ନତିକରଣ କାର୍ଯ୍ୟ କରାଯିବା ସହିତ ଏହି କାମରେ ୪୧୬ ଜଣ ଶ୍ରମିକ ନିୟୋଜିତ ହୋଇଥିବା ଦର୍ଶାଯାଇଛି। ଏଥିରେ ୮୬ ହଜାର ୧୧୨ ଟଙ୍କା ବିଲ୍‌ ହୋଇଥିଲା। ପୁଣିଥରେ ୨୦୨୦-୨୧ରେ କଲ୍ୟାଣ ମଣ୍ଡପ ପରିସର ଉନ୍ନତିକରଣ ନିମନ୍ତେ ୱାର୍କ କୋଡ ନଂ.୨୪୨୦୦୦୬୦୦୭/ ଏଭି/୧୦୪୫୦୨୫୨ ରେ ୧୮୯୨ ଜଣ ଶ୍ରମିକ ନିୟୋଜିତ ହୋଇଥିବା ଦର୍ଶାଯିବା ସହିତ ୪ ଲକ୍ଷ ୩୫ ହଜାର ୪୨୧ ଟଙ୍କା ବିଲ୍‌ ହୋଇଥିଲା। ସେହିପରି ୨୦୨୨-୨୩ ରେ କଲ୍ୟାଣ ମଣ୍ଡପ ପରିସର ଉନ୍ନତିକରଣ ନିମନ୍ତେ ୱାର୍କ କୋଡ ନଂ. ୨୪୨୦୦୦୬୦୦୭/ ଏଲଡି/୧୦୬୮୪୧୨୫ ରେ ୮୧୩ ଜଣ ଶ୍ରମିକ କାର୍ଯ୍ୟ କରିଥିବା ଦର୍ଶାଯିବା ସହିତ ୧ ଲକ୍ଷ ୭୮ ହଜାର ୨୬୬ ଟଙ୍କା ବିଲ୍‌ ହୋଇଛି। ମାତ୍ର ଗ୍ରାମ ପଞ୍ଚାୟତ କିମ୍ବା କଲ୍ୟାଣ ମଣ୍ଡପ ପରିସରରେ ମାଟି କାମ କରିବା ପାଇଁ ସ୍ଥାନର ଅଭାବ ରହିଥିବାବେଳେ କଲ୍ୟାଣ ମଣ୍ଡପର ପାର୍ଶ୍ୱରେ ଚଳିତ ବର୍ଷ ୫୦ରୁ ୬୦ ଟ୍ରାକ୍ଟର ୫ମାଟି ପକାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏହି କାମରେ ପ୍ରକୃତରେ କୌଣସି ଶ୍ରମିକ ନିୟୋଜିତ ହୋଇ ନ ଥିଲେ। ଶ୍ରମିକଙ୍କ ନାମରେ ଜାଲ ମଷ୍ଟରରୋଲ ପ୍ରସ୍ତୁତ କରି ଅର୍ଥ ଆତ୍ମସାତ୍‌ କରାଯାଇଥିବା ପଞ୍ଚାୟତବାସୀଙ୍କ ତରଫରୁ ଅଭିଯୋଗ ହୋଇଛି। ତେଣୁ ପଞ୍ଚାୟତରେ ଚାଲିଥିବା ଏଭଳି ଅନିୟମିିତତା ସମ୍ପର୍କରେ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜନସାଧାରଣ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?