ଆତ୍ମନିର୍ଭରଶୀଳ ଗୃହିଣୀ

ଜଣେ ଗୃହିଣୀ ଦିନ ସାରା ପରିବାରର ପ୍ରତ୍ୟେକ କାର୍ଯ୍ୟ କରିଥାଏ। ହେଲେ ଏହି ଅବିରତ ଶ୍ରମ ବଦଳରେ ତାକୁ ନା ମିଳିଥାଏ କୌଣସି ପାରିଶ୍ରମିକ ନା ପ୍ରଶଂସା। ବରଂ ନିଜର ପ୍ରତିଟି ଆବଶ୍ୟକତା ପୂର୍ଣ୍ଣ ଲାଗି ତାକୁ ନିର୍ଭର କରିବାକୁ ପଡିଥାଏ ଅନ୍ୟ ଉପରେ। କିନ୍ତୁ ବର୍ତ୍ତମାନ ବଦଳିଛି ସମୟ। ଇଣ୍ଟରନେଟ୍‌ ଜରିଆରେ ଅନେକ ଗୃହିଣୀ ଘରେ ଥାଇ ମଧ୍ୟ ହୋଇପାରୁଛନ୍ତି ରୋଜଗାରକ୍ଷମ…

ଆତ୍ମନିର୍ଭରଶୀଳ ହେବାକୁ କିଏ ବା ନ ଚାହେଁ। ହେଲେ କେବେ ପରିବାରର ସଦସ୍ୟମାନଙ୍କ ପ୍ରତି ଥିବା ଦାୟିତ୍ୱ, କର୍ତ୍ତବ୍ୟବୋଧ ଆଉ କେବେ ଆବଶ୍ୟକ ଶିକ୍ଷା ଓ ସୁଯୋଗର ଅଭାବ କିମ୍ବା ଅନ୍ୟ କୌଣସି ପରିସ୍ଥିତି ଅନେକ ଗୃହିଣୀଙ୍କୁ କର୍ମଜୀବୀ ହେବାରୁ ବଞ୍ଚତ୍ତ କରେ, ଯେଉଁଥିଲାଗି ସେମାନଙ୍କୁ ନିଜର ପ୍ରତ୍ୟେକ ଅର୍ଥ ଆବଶ୍ୟକତା ପୂର୍ଣ୍ଣ ଲାଗି ସ୍ବାମୀ ଅବା ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଉପରେ ନିର୍ଭର କରିବାକୁ ପଡିଥାଏ। ହେଲେ ବର୍ତ୍ତମାନ ଇଣ୍ଟରନେଟ୍‌ ବ୍ୟବହାର କରି ଅନେକ ଗୃହିଣୀ ଘରେ ଥାଇ ମଧ୍ୟ ସ୍ବରୋଜଗାରକ୍ଷମ ହେବାର ସୁଯୋଗ ପାଇ ପାରୁଛନ୍ତି। ଏହାଦ୍ୱାରା ନା କେବଳ ସେମାନେ ନିଜ ପାଇଁ କିଛି ରୋଜଗାର କରିପାରୁଛନ୍ତି ବରଂ ଆବଶ୍ୟକ ସମୟରେ ପରିବାରକୁ ମଧ୍ୟ ଆର୍ଥିକ ସହାୟତା କରିପାରୁଛନ୍ତି…
କେଉଁ ଦିଗରେ ରହିଛି ସୁଯୋଗ:
ହସ୍ତଶିଳ୍ପ ବିକ୍ରି: ଯେଉଁ ଗୃହିଣୀମାନେ ବିଭିନ୍ନ ହସ୍ତଶିଳ୍ପ ଯେପରି ପେଣ୍ଟିଂ, ଓ୍ବାଲ ହ୍ୟାଙ୍ଗିଙ୍ଗ୍‌ସ୍‌, ଆର୍ଟିଫିସିଆଲ୍‌ ଫ୍ଲାଓ୍ବାରା, ଡିଜାଇନର୍‌ ପିଲୋ କିମ୍ବା କୁସନ୍‌ କଭର, ଟେଡି ଆଦ ଗୃହସଜ୍ଜା ଉପକରଣ ହେଉ ବା ବ୍ୟାଗ୍‌, ଚାନ୍ଦୁଆ ଆଦି ଶିଖିଛନ୍ତି ସେମାନଙ୍କ ଲାଗି ବର୍ତ୍ତମାନ ଘରେ ବସି ରୋଜଗାର କରିବା ବେଶ୍‌ ସହଜ। ସେମାନେ ଚାହିଁଲେ ଆମାଜନ୍‌, ଆର୍ଟଫେୟାର୍‌ ଭଳି ଅନେକ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ରେ ସବୁ ବିକ୍ରି କରି ଭଲ ରୋଜଗାର କରିପାରିବେ। ଏହା ବ୍ୟତୀତ ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌, ଇନ୍‌ଷ୍ଟାଗ୍ରାମ୍‌, ଟ୍ବିଟର ଭଳି ସୋସିଆଲ୍‌ ମିଡିଆରେ ନିଜ ହସ୍ତଶିଳ୍ପକୁ ପ୍ରମୋଟ୍‌ କରି ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ।
ପ୍ରଡକ୍ଟ ରିସେଲିଂ: ବିଭିନ୍ନ କମ୍ପାନୀର ପ୍ରଡକ୍ଟକୁ ରିସେଲିଂ କରି ଗୃହିଣୀମାନେ ଟଙ୍କା ରୋଜଗାର କରୁଥିବା ବର୍ତ୍ତମାନ ସବୁଠୁ ଅଧିକ ଦେଖିବାକୁ ମିଳୁଛି। ବିଶେଷ କରି ବିଭିନ୍ନ କମ୍ପାନୀ, ଫ୍ୟାଶନ୍‌ ହାଉସ୍‌ ଆଦିର ଶାଢି, ଡ୍ରେସ୍‌, ଆର୍ଟିଫିସିଆଲ୍‌ ଫ୍ୟାଶନ୍‌ ଜୁଏଲେରୀ ଆଦି ରିସେଲିଂ କ୍ଷେତ୍ରରେ ଗୃହିଣୀମାନେ ଅଧିକ ଆଗ୍ରହୀ ହେଉଛନ୍ତି। ମେସୋ ଭଳି ଅନେକ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ମଧ୍ୟ ଏହି ସୁଯୋଗ ଆଣିଦେଇଛି।
ଫ୍ରିଲାନ୍ସ ରାଇଟର୍‌: ଯଦି ଆପଣଙ୍କର ଲେଖାଲେଖିରେ ରୁଚି ରହିଛି ତେବେ ଆପଣ ଚାହିଁଲେ ନିଜ ଦକ୍ଷତା ଅନୁଯାୟୀ କୌଣସି ଭାଷାରେ ଲେଖିପାରିବେ। ଆଉ ଫ୍ରିଲାନ୍ସ ରାଇଟର ଭାବେ ଘରେ ବସି ଇଣ୍ଟରନେଟ୍‌ରେ ବିଭିନ୍ନ ଖବରକାଗଜ, ମାଗାଜିନ୍‌, ଓ୍ବେବ୍‌ସାଇଟ୍‌କୁ ନିଜ ଲେଖା ଦେଇ ରୋଜଗାର ବି କରିପାରିବେ।
ଅନ୍‌ଲାଇନ୍‌ ଟ୍ୟୁଟର: ବର୍ତ୍ତମାନ ପିଲାଙ୍କ ପାଠପଢା ସବୁ ଅଭିଭାବକଙ୍କ ଲାଗି ଚିନ୍ତାର କାରଣ ସାଜିଛି। ତେଣୁ ସେମାନେ ଭଲ ଟ୍ୟୁଟରଙ୍କୁ ଖୋଜୁଛନ୍ତି। ଏମିତିରେ ଦିନକୁ ଦିନ ଅନ୍‌ଲାଇନ୍‌ ଟ୍ୟୁଟରଙ୍କ ଡିମାଣ୍ଡ ବଢ଼ୁଥିବାର ଦେଖିବାକୁ ମିଳୁଛି। ତେଣୁ ଗୃହିଣୀଙ୍କ ଲାଗି ଘରେ ବସି ଏହି କାର୍ଯ୍ୟ କରି କିଛି ଟଙ୍କା ରୋଜଗାର କରିବା ବେଶ୍‌ ସୁବିଧାଜନକ ହୋଇପାରିଛି।
ଡାଟା ଏଣ୍ଟ୍ରି ଅପରେଟର: ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ବିଶେଷ କରି ପବ୍ଲିକେଶନ୍‌ ହାଉସ୍‌ଗୁଡିକରେ ଡାଟା ଏଣ୍ଟ୍ରୀ ଅପରେଟର୍‌ଙ୍କ ଆବଶ୍ୟକତା ଅଧିକ। ତେଣୁ ଏନେଇ ଇଣ୍ଟରନେଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଉଛି। ତେଣୁ ଟାଇପିଂ ଜ୍ଞାନ ଥିବା ଗୃହିଣୀମାନେ ଫାଙ୍କା ସମୟରେ ଘରେ ଥାଇ ଡାଟା ଏଣ୍ଟ୍ରି କାର୍ଯ୍ୟ କରି ମଧ୍ୟ ଭଲ ରୋଜଗାର କରିପାରିବେ।
ଉପକାରିତା:
– ଘରକାମରୁ କିଛି ସମୟ ଫାଙ୍କା ମିଳିଲେ ଆପଣ ଅନ୍‌ଲାଇନ୍‌ ଜବ୍‌ କିମ୍ବା ବିଜ୍‌ନେସ୍‌ ଆଦିରେ ଯଦି ସମୟ ଦେବେ ତେବେ ପରିବାର ଉପରେ ନିର୍ଭର ନ କରି ନିଜ ଖର୍ଚ୍ଚ ନିଜେ ତୁଲାଇବା ସହ କିଛି ସଞ୍ଚୟ ମଧ୍ୟ କରିପାରିବେ। ଆବଶ୍ୟକ ସ୍ଥଳେ ପରିବାରକୁ ମଧ୍ୟ କିଛି ଅର୍ଥ ସାହାଯ୍ୟ କରିପାରିବେ। ଏହା ଆପଣଙ୍କୁ ନିଶ୍ଚିତ ଭାବେ ଆତ୍ମସନ୍ତୋଷ ଦେବ।
– ଏହାଦ୍ବାରା ଆପଣଙ୍କୁ ଅନେକ କିଛି ଶିଖିବାର ସୁଯୋଗ ବି ମିଳିପାରିବ, ଯାହାକି ଆପଣଙ୍କ ଅଭିଜ୍ଞତା ସହ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି କରିବ।
– ସମୟର ସଦୁପଯୋଗ କରିବା ଏକ କଳା। ଆଉ ଯେଉଁମାନେ ଏହି କାର୍ଯ୍ୟ ଠିକ୍‌ ଭାବେ କରିପାରନ୍ତି ସେମାନେ ସଫଳତାର ସ୍ବାଦ ଚାଖିପାରନ୍ତି। କହିବାର ତାତ୍ପର୍ଯ୍ୟ ଯେଉଁ ଗୃହିଣୀମାନେ ଘରର ସମସ୍ତ କାର୍ଯ୍ୟ ସହ ଇଣ୍ଟରନେଟ୍‌ରେ ଜବ୍‌ ବା ବିଜ୍‌ନେସ ଉଭୟ ମଧ୍ୟରେ ସମନ୍ବୟ ରଖି ପାରନ୍ତି, ସେମାନଙ୍କଠାରେ ଟାଇମ୍‌ ମ୍ୟାନେଜମେଣ୍ଟ କଳା ବୃଦ୍ଧି ପାଇଥାଏ, ଆଉ ଏହା ହିଁ ଭବିଷ୍ୟତରେ ସେମାନଙ୍କୁ ସଫଳତା ପାଇବାରେ ବେଶ୍‌ ସାହାଯ୍ୟ କରିଥାଏ।
-ପୌର୍ଣ୍ଣମାସୀ

 

ଜାଣିରଖନ୍ତୁ…
– ଇଣ୍ଟରନେଟ୍‌ରେ ଘରେ ଥାଇ ଜବ୍‌ କରିବା ଲାଗି କୌଣସି ଆକର୍ଷଣୀୟ ବିଜ୍ଞାପନର ପ୍ରଲୋଭନରେ ନ ଆସି ପ୍ରଥମେ ଏହା ସମ୍ପର୍କରେ ଭଲ ଭାବେ ବୁଝନ୍ତୁ। କୌଣସି ଜବ୍‌ ଲାଗି ପ୍ରଥମେ ଇନ୍‌ଭେଷ୍ଟ କରିବାକୁ ହେଉଥିଲେ ସତର୍କ ରୁହନ୍ତୁ, ନଚେତ୍‌ ଆପଣ ପରବର୍ତ୍ତୀ ସମୟରେ ଠକାମିର ଶିକାର ହୋଇପାରନ୍ତି। କୌଣସି ଇ- ଜବ୍‌ ବା ବିଜ୍‌ନେସ୍‌ ଆରମ୍ଭ କରିବା ପୂର୍ବରୁ ପରିବାର ଲୋକଙ୍କ ସହ ଆଲୋଚନା କରନ୍ତୁ। ଆବଶ୍ୟକ ହେଲେ କୌଣସି ଅଭିଜ୍ଞଙ୍କ ପରାମର୍ଶ ନେବା ଭଲ।
– ଯେକୌଣସି କ୍ଷେତ୍ର ଅପେକ୍ଷା ଆପଣ ଯେଉଁ କାର୍ଯ୍ୟରେ ନିଜର ବେଷ୍ଟ ଦେଇ ଅଧିକ ରୋଜଗାର କରିପାରିବେ ତାହା ବାଛନ୍ତୁ। ଉଦାହରଣ ସ୍ବରୂପ ଯଦି ଆପଣଙ୍କର ଶିକ୍ଷା ଦିଗ ଭଲ ତେବେ ଅନ୍‌ଲାଇନ୍‌ ଟ୍ୟୁଟର ଭାବେ କାର୍ଯ୍ୟ କରିପାରିବେ, କମ୍ପ୍ୟୁଟର ବା ଟାଇପିଂ ନଲେଜ୍‌ ଥିଲେ ଏହି କାର୍ଯ୍ୟ କରିପାରିବେ, ସେହିପରି ବିଜ୍‌ନେସ୍‌ ମାଇଣ୍ଡ ଥିଲେ ଟ୍ରେଡିଂ କିମ୍ବା ଅନ୍‌ଲାଇନ୍‌ ରିସେଲ୍‌ ବିଜ୍‌ନେସ୍‌ ଆପଣଙ୍କ ଲାଗି ବେଷ୍ଟ ଅପ୍ସନ। କାରଣ ଏହାଦ୍ବାରା ଆପଣଙ୍କୁ ନିଜ ଫିଲ୍ଡରେ କାମ ଶିଖିବାର ସୁଯୋଗ ମିଳିବ ଏବଂ ପ୍ରାକ୍ଟିକାଲ୍‌ ଜ୍ଞାନ ବୃଦ୍ଧି ହେବ, ଯାହା କି ଭବିଷ୍ୟତରେ ଆଗକୁ ବଢିବା ସହ ଅଧିକ ରୋଜଗାର କରିବାରେ ସାହାଯ୍ୟ କରିବ।
– ଘରକାମ ବାଦ୍‌ ରୋଜଗାର ନିଶାରେ ଆବଶ୍ୟକରୁ ଅଧିକ ସମୟ କାମ କରିବା ବି ଠିକ୍‌ ନୁହେଁ। ଏହାଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଅବହେଳା ହେବା ସହ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ। ମନେରଖନ୍ତୁ ଜଣେ ଗୃହିଣୀର ଫିଟ୍‌ନେସ୍‌ ସମସ୍ତ ପରିବାରକୁ ପ୍ରଭାବିତ କରିଥାଏ। ତେଣୁ ପ୍ରତ୍ୟେକ କାର୍ଯ୍ୟରେ ବାଲାନ୍ସ ମେଣ୍ଟେନ୍‌ କରିବା ସହ ନିଜକୁ ଫିଟ୍‌ ରଖିବା ଲାଗି ଖାଇବା ଏବଂ ଶୋଇବା ପ୍ରତି ମଧ୍ୟ ସମାନ ଭାବେ ଗୁରୁତ୍ୱ ଦିଅନ୍ତୁ।

 

କ’ଣ କରନ୍ତି ଏମାନେ…
ସ୍ନେହାଞ୍ଜଳି ମିଶ୍ର(ଗୃହିଣୀ, ମଧୁବନ, ପୁରୀ)- ରୋଜଗାରକ୍ଷମ ହେବା ମଣିଷକୁ କେତେ ଖୁସି ଦିଏ ତାହା ପ୍ରକାଶ କରିବା କଷ୍ଟ। ନିଜ କଥା କହିବି, ଜଣେ ଗୃହିଣୀ ହିସାବରେ ନିଜର ପ୍ରତିଟି ଛୋଟ ବଡ ଆବଶ୍ୟକତା ଲାଗି ସ୍ବାମୀଙ୍କ ଉପରେ ନିର୍ଭର କରିବାକୁ ପଡେ। ଯଦିଓ ସେ କେବେ ଅବହେଳା କରନ୍ତି ନାହିଁ, ତଥାପି ବେଳେ ବେଳେ ଖରାପ ଲାଗେ। ଏମିତିକି କେବେ କେବେ ସଙ୍କୋଚରେ ନିଜ ଇଛାକୁ ଭିତରେ ଚାପି ରଖିବାକୁ ହୁଏ। ହେଲେ ଦୁଇ ବର୍ଷ ହେବ ଅନ୍‌ଲାଇନ୍‌ରେ କେତୋଟି ଇ-ଶପିଂ ସାଇଟ୍‌ର ଶାଢ଼ି ଏବଂ ବିଭିନ୍ନ ଗାର୍ମେଣ୍ଟ୍ସ ରିସେଲିଂ କାର୍ଯ୍ୟ କରୁଛି। ଘରକାମରୁ ଫୁରସତ୍‌ ମିଳିଲେ ହ୍ବାଟ୍ସଆପ୍‌ ଏବଂ ଫେସ୍‌ବୁକ୍‌ରେ ଏସବୁ ପ୍ରଡକ୍ଟ ରିସେଲ୍‌ କରିବା ଦ୍ୱାରା ଘରେ ବସି କିଛି ରୋଜଗାର ହୋଇଯାଉଛି। ଉକ୍ତ ଟଙ୍କାରେ ନିଜ ଖର୍ଚ୍ଚ ତୁଲେଇବା ସହ ଛୋଟ ମୋଟ ସେଭିଂ ବି କରିପାରୁଛି, ଆଉ ମଝିରେ ମଝିରେ ଘର ପାଇଁ ବି କିଛି ଖର୍ଚ୍ଚ କରିପାରୁଛି।
ସଙ୍ଗୀତା ଖୁଣ୍ଟିଆ(ଗୃହିଣୀ, କାଳିକାଦେବୀ ସାହି, ପଣ୍ଡା ଲେନ୍‌, ପୁରୀ)- ମୋର ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଥିବାରୁ ଔଷଧ ଖାଇବାକୁ ପଡୁଥିଲା। ହେଲେ ଅନେକ କମ୍ପାନିର ଔଷଧ ଖାଇବା ପରେ ଗୋଟିଏର ରେଜଲ୍ଟ ମତେ ବହୁତ ଭଲ ଲାଗିଲା। ତେଣୁ ମୋ ଭଳି ଅସୁବିଧା ଭୋଗୁଥିବା ଲୋକେ ସେ ପ୍ରଡକ୍ଟ ବିଷୟରେ ଜାଣନ୍ତୁ ବୋଲି ମୁଁ ଚାହିଁଲି। କେବଳ ଲୋକଙ୍କୁ ନ କହି ଉକ୍ତ କମ୍ପାନି ସହ ଯୋଡିହୋଇ ଏହି କାର୍ଯ୍ୟ କଲେ ଘରେ ବସି କିଛି ରୋଜଗାର କରିହେବ ବୋଲି ଜଣେ ସମ୍ପର୍କୀୟ ପରାମର୍ଶ ଦେଲେ। ସେବେଠୁ ଉକ୍ତ କମ୍ପାନିର ପ୍ରଡକ୍ଟ ବିଷୟରେ ଅନ୍‌ଲାଇନ୍‌ରେ ବିଭିନ୍ନ ମିଟିଂ କରି ଲୋକଙ୍କୁ ବୁଝାଉଛି ଏବଂ ସେଲ୍‌ ମଧ୍ୟ କରୁଛି। ଧିରେ ଧିରେ ମୋର ଗ୍ରାହକ ସଂଖ୍ୟା ବି ବହୁତ ବଢିଗଲେଣି। ଏହି ଇ-ବିଜ୍‌ନେସ୍‌ ଦ୍ୱାରା ଘରେ ବସି ମାସକୁ ୫-୭ ହଜାର ପର୍ଯ୍ୟନ୍ତା ଟଙ୍କା ରୋଜଗାର ହୋଇପାରୁଛି। ଆଉ ଯେବେ ନିଜେ ଘର ପାଇଁ କିଛି ଖର୍ଚ୍ଚ କରୁଛି ବେଶ୍‌ ଆତ୍ମସନ୍ତୋଷ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri