ସୋସିଆଲ ମିଡିଆରୁ ସ୍ବାବଲମ୍ବୀ ଉଦିତ

କେନ୍ଦୁଝର, ୨୯ା୧୦(ଡି.ଏନ.ଏ.)- ଆଜିକାଲି ଯୁବପିଢ଼ିଙ୍କ ମନୋରଞ୍ଜନର ମାଧ୍ୟମ ହେଉଛି ସୋସିଆଲ ମିଡିଆ। ତେବେ ଏହା ଖାଲି ମନୋରଞ୍ଜନ ନୁହେଁ କାହାକୁ ଏହି ସୋସିଆଲ ମିଡିଆ ସ୍ବତନ୍ତ୍ର ପରିଚୟ ଦେଇଛି। ଏହାର ଉଦାହରଣ ହେଉଛନ୍ତି ଜଣେ ଯୁକ୍ତ ଦୁଇ ଛାତ୍ର। କେନ୍ଦୁଝର ସଦର ବ୍ଲକର ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଦ୍ୱିତୀୟ ବର୍ଷରେ ପଢୁଥିବା ଉଦିତ ନାରାୟଣ ମହାନ୍ତ ୟୁଟ୍ୟୁବ୍‌ ଦେଖି ତାକୁ ଏକ ଭଲ କାମରେ ଲଗାଇଛନ୍ତି। ସମଗ୍ର ଦେଶରେ କରୋନା ମହାମାରୀ ଜାରି ରହିଛି। ଏହାର ସଂକ୍ରମଣ ପାଇଁ ବହୁ ଲୋକ ନିଜର କାମଧନ୍ଦା ହରାଇଛନ୍ତି। କିନ୍ତୁ ଉଦିତ ସୋସିଆଲ ମିଡିଆରୁ କାମ ଶିଖି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ପ୍ରମାଣ କରିଛନ୍ତି ଯେ, ମଣିଷ ମନରେ ଥିବା ଅଦମ୍ୟ ଇଚ୍ଛା ତାକୁ ସଫଳତାର ଶୀର୍ଷରେ ପହଞ୍ଚାଇବ।
ଉଦିତ୍‌ ୟୁଟ୍ୟୁବ୍‌ରୁ ଦେଖି ନିଜ ଘରେ ଅଳ୍ପ ଜାଗାରେ ମାଛ ଚାଷ କରିଛନ୍ତି। ତାଙ୍କ ଘର ସଦର ବ୍ଲକ କାଉଁରୀକଳାଠାରେ ଅବସ୍ଥିତ। କଲେଜ ବନ୍ଦ ଥିବାରୁ ବାହାରେ ନ ବୁଲି ଜୈବିକ ପଦ୍ଧତିରେ ମାଛ ଚାଷ ପାଇଁ ମନ ବଳାଇ ଏ ଦିଗରେ ଆଗେଇ ଆସିଛନ୍ତି। ନିଜ ଘରେ ଦଶ ହଜାର ଲିଟର ପାଣି କୁଣ୍ଡ ୨ଟି କରି ମାଛ ଯାଆଁଳା ଛାଡ଼ି ମାଛ ଚାଷ କରୁଛନ୍ତି। ୪ ରୁ ୫ ମାସ ମଧ୍ୟରେ ଦୁଇଟି କୁଣ୍ଡରୁ ପ୍ରାୟ ୮୦୦ କେଜି ମାଛ ପାଇବେ ବୋଲି ଉଦିତ ନାରାୟଣ ଆଶା ରଖିଛନ୍ତି। ଏଥିରୁ ମାଛ ଦାନା ଆଣ୍ଟିବାଇଓଟିକ୍‌ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବାଦ ଭଲ ଦୁଇ ପଇସା ରୋଜଗାାର ହେବ ବୋଲି ସେ କହିଛନ୍ତି। ପୁଅର ଆଗ୍ରହ ଦେଖି ବାପା କେଶବ ମହାନ୍ତ ଏ ଦିଗରେ ଉଦିତଙ୍କୁ ଅର୍ଥ ସାହାଯ୍ୟ ସହ ଅନ୍ୟାନ୍ୟ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି। ପ୍ରଥମ ଥର ଚାଷରେ ଅଧିକ ଖର୍ଚ୍ଚ ହେଲେବି ପରବର୍ତ୍ତୀ ସମୟରେ ଏ ଖର୍ଚ୍ଚ କମିଯାଏ ବୋଲି ଉଦିତ ପ୍ରକାଶ କରିଛନ୍ତି। ଜୈବିକ ପଦ୍ଧତିରେ ମାଛ ଚାଷ ଆରମ୍ଭ କରି ଉଦିତ ଅନ୍ୟ ଯୁବକ ଓ ଛାତ୍ରମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri