ସଂଘର୍ଷରୁ ସ୍ବୟଂସିଦ୍ଧା

ଢେଙ୍କାନାଳ ଅଫିସ, ୮।୩(ରତନ ନାୟାର): କି ରାତି କି ଦିନ। ଅସରନ୍ତି ସେମାନଙ୍କ ସଂଘର୍ଷର କାହାଣୀ। କେତେ ଝଡ଼ଝଞ୍ଜା ଆସିଛି। ପ୍ରତିକୂଳ ପରିସ୍ଥିତି ପାଚେରି ହୋଇ ଛିଡ଼ାହୋଇଛି। କେତେବେଳେ ଖାକି ପୋଷାକ ତଳେ ଲୁଚିଯାଇଛି ମାତୃତ୍ୱର ବେଦନା ତ ଆଉ କେବେ ଛାତି ତଳେ ଜମାଟ ବାନ୍ଧି ରହିଯାଇଛି ଅନେକ ଅକୁହା କଥା। ତଥାପି ସେମାନେ ପଛଘୁଞ୍ଚା ଦେଇନାହାନ୍ତି। ସଂଘର୍ଷକୁ ଶିଡି କରି କାଳର କପାଳରେ ଲେଖିଛନ୍ତି ସଫଳତାର କାହାଣୀ ଆଉ ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା। ସେଇଥିପାଇଁ ତ ସେମାନେ ଭିନ୍ନ ମଣିଷ। ସେମାନେ ‘ସ୍ବୟଂସିଦ୍ଧା’। ମାର୍ଚ୍ଚ ୮ ବିଶ୍ୱବ୍ୟାପୀ ମହିଳା ଦିବସ ପାଳନ କରାଯାଉଥିବାବେଳେ ଢେଙ୍କାନାଳ ଜିଲା ପୋଲିସ ପ୍ରଶାସନର ୪ ଥାନା ସମ୍ଭାଳୁଥିବା ମହିଳା ଥାନାଧିକାରୀଙ୍କୁ ନେଇ ଏହି ଉପସ୍ଥାପନା…

ଘାତ ପ୍ରତିଘାତକୁ ଚ୍ୟାଲେଞ୍ଜ ବୋଲି ଭାବେ
ମେକାନିକାଲ ଇଞ୍ଜିନିୟରିଂ ଛାତ୍ରୀ ଏବଂ କ୍ରୀଡ଼ାବିତ୍‌ ଭାବେ ବହୁ ପୁରସ୍କାର ପାଇଛି। ସାକ୍ଷାତକାର ଦେଇ କୃତକାର୍ଯ୍ୟ ହେବା ପରେ ୨୦୦୮ରେ ପୋଲିସରେ ଭର୍ତ୍ତି ହେଲି। ଅନୁଗୋଳ, ଗଞ୍ଜାମ, ଢେଙ୍କାନାଳ ଜିଲାରେ କାର୍ଯ୍ୟ କରିଛି। ମିଳିଥିବା ଦାୟିତ୍ୱ ନେବାକୁ ଭୟ କରେନି। ନ୍ୟାୟ ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କୁ ନ୍ୟାୟ ଦେବାକୁ ପ୍ରାଥମିକତା ଦିଏ। ବ୍ୟସ୍ତ ଚାକିରି ଜୀବନ ଭିତରେ ପରିବାରକୁ କେବେହେଲେ ହେଳା କରିନାହିଁ। ପୋଲିସ ଚାକିରି ମଧ୍ୟରେ ବଡ଼ଧରଣର ଅପରାଧକୁ ନିୟନ୍ତ୍ରଣ ଏବଂ ଅପରାଧୀଙ୍କୁ ଧରିବା ପାଇଁ ଜଣେ ମହିଳା ହିସାବରେ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହେବାକୁ ପଡ଼େ। ସେସବୁକୁ ଚ୍ୟାଲେଞ୍ଜ୍‌ ବୋଲି ଭାବିଥାଏ। ଝିଅମାନେ ଉତ୍ସାହିତ ହୋଇ ପୋଲିସ ବିଭାଗରେ ଯୋଗଦେବା ଉଚିତ।
-ନମିତା ନାୟକ, ଟାଉନ ଥାନାଧିକାରୀ, ଢେଙ୍କାନାଳ

ନିର୍ଭୟ ହୋଇ କାର୍ଯ୍ୟ କରେ
ପୋଲିସ ଚାକିରି ମୋର ପ୍ରଥମ ପସନ୍ଦ ଥିଲା। ପୋଲିସରେ ଭର୍ତ୍ତି ହୋଇ ନ ଥିଲେ ବ୍ୟାଙ୍କ କିମ୍ବା ଶିକ୍ଷାକ୍ଷେତ୍ରରେ ଯୋଗ ଦେଇଥାନ୍ତି। ବିଜ୍ଞାନ ବିଭାଗ ଛାତ୍ରୀ ଥିଲି। ୧୯୯୮ରେ ପୋଲିସରେ ଭର୍ତ୍ତି ହେଲି। ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଆଦି ଜିଲାରେ କାର୍ଯ୍ୟ କରିଛି। ମାଓବାଦୀ ଉପଦ୍ରୁତ ଅଞ୍ଚଳରେ କାର୍ଯ୍ୟ କରିଥିବାରୁ ନିର୍ଭୟ ହୋଇ କାମ କରେ। ପ୍ରତି କାର୍ଯ୍ୟକୁ ଗୁରୁଦାୟିତ୍ୱ ବୋଲି ଭାବିଥାଏ। ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଅଗ୍ରାଧିକାର ଦେଇଥାଏ। ଚାକିରି ଜୀବନ ମଧ୍ୟରେ ପରିବାର ଲୋକଙ୍କୁ ସମୟ ମଧ୍ୟ ଦେଉଛି। ଆଜିଯାଏ କୌଣସି ସମସ୍ୟା ଉପୁଜିନାହିଁ।
-ସନ୍ଧ୍ୟାରାଣୀ ବେହୁରିଆ, ସଦର ଥାନାଧିକାରୀ

ପୋଲିସ ବିଭାଗରେ ଭର୍ତ୍ତି ହୋଇ ଗର୍ବିତ
ପୋଲିସରେ ଭର୍ତ୍ତିହେବାକୁ ପ୍ରବଳ ଇଚ୍ଛା ଥିଲା। ୨୦୦୫ରେ ପୋଲିସ ବିଭାଗରେ ଭର୍ତ୍ତି ହେଲି। ଏଥି ପାଇଁ ଗର୍ବିତ। ଇତିମଧ୍ୟରେ ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାରେ କାର୍ଯ୍ୟ କରିସାରିଲିଣି। ଜନସାଧାରଣ କିଭଳି ନ୍ୟାୟ ପାଇବେ ଓ ସୁରକ୍ଷିତ ରହିବେ ତାହା ପ୍ରଥମ କାର୍ଯ୍ୟ ବୋଲି ବିଚାର କରେ। ପୋଲିସ ଚାକିରି ଯେତିକି ଚ୍ୟାଲେଞ୍ଜିଂ, ସେତିକି ବ୍ୟସ୍ତବହୁଳ କ୍ଷେତ୍ର। ଏସବୁ ଭିତରେ ସମୟ ବାହାର କରି ପରିବାର ସହ ବିତାଇବାକୁ ପଡ଼େ। ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ରଖିପାରିବା ଏକ ଦକ୍ଷତା। ମହିଳା ଓ ପୁରୁଷଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଅଧିକରୁ ଅଧିକ ମହିଳା ଉତ୍ସାହିତ ହୋଇ ପୋଲିସ ବିଭାଗରେ ଯୋଗଦେବା ଉଚିତ।
-ସରୋଜିନୀ ସାମ୍ବାଡ, ମୋଟଙ୍ଗା ଥାନାଧିକାରୀ

ନାରୀ ପକ୍ଷେ ସବୁ ସମ୍ଭବ
ପିଲାଟିଦିନରୁ ଆଇନଜୀବୀ ହେବାକୁ ଇଚ୍ଛାଥିଲା। ହେଲେ ପୋଲିସ ସାକ୍ଷାତକାରରେ କୃତକାର୍ଯ୍ୟ ହେବା ପରେ ଏହି ବିଭାଗରେ ଯୋଗଦେଇଥିଲି। ୨୦୦୫ରେ ପ୍ରଥମ ପୋଷ୍ଟିଂ ହେବା ପରେ ମୟୂରଭଞ୍ଜ, ଅନୁଗୋଳ, ପୁରୀ, ଢେଙ୍କାନାଳ ଜିଲାର ବିଭିନ୍ନ ଥାନାରେ ଦାୟିତ୍ୱ ନେଇଛି। ଜଣେ ଦାୟିତ୍ୱବାନ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରିବା ପ୍ରଥମ ଲକ୍ଷ୍ୟ। ଅପରାଧ ନିୟନ୍ତ୍ରଣ ସାଙ୍ଗକୁ ନ୍ୟାୟ ମାଗୁଥିବା ଲୋକଙ୍କ ସମସ୍ୟା ସମାଧାନ କରିବା ମୁଖ୍ୟ କାର୍ଯ୍ୟ। ତେଣୁ ଏସବୁକୁ ପ୍ରାଥମିକତା ଦେଇଥାଏ। ବ୍ୟସ୍ତତା ମଧ୍ୟରେ ପରିବାର ଲୋକଙ୍କୁ ମଧ୍ୟ ସମୟ ଦେଇଥାଏ। ଏବେ ପରିବାର ସଦସ୍ୟଙ୍କ ସହ ରହୁଛି। ଜଣେ ନାରୀ ପକ୍ଷେ ସବୁକିଛି ସମ୍ଭବ। ଏଥିପାଇଁ ଇଚ୍ଛାଶକ୍ତି ନିତାନ୍ତ ଜରୁରୀ।
-ନିର୍ମଳା ଗୋଚ୍ଛାୟତ, ଗଁଦିଆ ଥାନାଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri