ସଂଘର୍ଷରୁ ସ୍ବୟଂସିଦ୍ଧା

ଢେଙ୍କାନାଳ ଅଫିସ, ୮।୩(ରତନ ନାୟାର): କି ରାତି କି ଦିନ। ଅସରନ୍ତି ସେମାନଙ୍କ ସଂଘର୍ଷର କାହାଣୀ। କେତେ ଝଡ଼ଝଞ୍ଜା ଆସିଛି। ପ୍ରତିକୂଳ ପରିସ୍ଥିତି ପାଚେରି ହୋଇ ଛିଡ଼ାହୋଇଛି। କେତେବେଳେ ଖାକି ପୋଷାକ ତଳେ ଲୁଚିଯାଇଛି ମାତୃତ୍ୱର ବେଦନା ତ ଆଉ କେବେ ଛାତି ତଳେ ଜମାଟ ବାନ୍ଧି ରହିଯାଇଛି ଅନେକ ଅକୁହା କଥା। ତଥାପି ସେମାନେ ପଛଘୁଞ୍ଚା ଦେଇନାହାନ୍ତି। ସଂଘର୍ଷକୁ ଶିଡି କରି କାଳର କପାଳରେ ଲେଖିଛନ୍ତି ସଫଳତାର କାହାଣୀ ଆଉ ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା। ସେଇଥିପାଇଁ ତ ସେମାନେ ଭିନ୍ନ ମଣିଷ। ସେମାନେ ‘ସ୍ବୟଂସିଦ୍ଧା’। ମାର୍ଚ୍ଚ ୮ ବିଶ୍ୱବ୍ୟାପୀ ମହିଳା ଦିବସ ପାଳନ କରାଯାଉଥିବାବେଳେ ଢେଙ୍କାନାଳ ଜିଲା ପୋଲିସ ପ୍ରଶାସନର ୪ ଥାନା ସମ୍ଭାଳୁଥିବା ମହିଳା ଥାନାଧିକାରୀଙ୍କୁ ନେଇ ଏହି ଉପସ୍ଥାପନା…

ଘାତ ପ୍ରତିଘାତକୁ ଚ୍ୟାଲେଞ୍ଜ ବୋଲି ଭାବେ
ମେକାନିକାଲ ଇଞ୍ଜିନିୟରିଂ ଛାତ୍ରୀ ଏବଂ କ୍ରୀଡ଼ାବିତ୍‌ ଭାବେ ବହୁ ପୁରସ୍କାର ପାଇଛି। ସାକ୍ଷାତକାର ଦେଇ କୃତକାର୍ଯ୍ୟ ହେବା ପରେ ୨୦୦୮ରେ ପୋଲିସରେ ଭର୍ତ୍ତି ହେଲି। ଅନୁଗୋଳ, ଗଞ୍ଜାମ, ଢେଙ୍କାନାଳ ଜିଲାରେ କାର୍ଯ୍ୟ କରିଛି। ମିଳିଥିବା ଦାୟିତ୍ୱ ନେବାକୁ ଭୟ କରେନି। ନ୍ୟାୟ ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କୁ ନ୍ୟାୟ ଦେବାକୁ ପ୍ରାଥମିକତା ଦିଏ। ବ୍ୟସ୍ତ ଚାକିରି ଜୀବନ ଭିତରେ ପରିବାରକୁ କେବେହେଲେ ହେଳା କରିନାହିଁ। ପୋଲିସ ଚାକିରି ମଧ୍ୟରେ ବଡ଼ଧରଣର ଅପରାଧକୁ ନିୟନ୍ତ୍ରଣ ଏବଂ ଅପରାଧୀଙ୍କୁ ଧରିବା ପାଇଁ ଜଣେ ମହିଳା ହିସାବରେ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହେବାକୁ ପଡ଼େ। ସେସବୁକୁ ଚ୍ୟାଲେଞ୍ଜ୍‌ ବୋଲି ଭାବିଥାଏ। ଝିଅମାନେ ଉତ୍ସାହିତ ହୋଇ ପୋଲିସ ବିଭାଗରେ ଯୋଗଦେବା ଉଚିତ।
-ନମିତା ନାୟକ, ଟାଉନ ଥାନାଧିକାରୀ, ଢେଙ୍କାନାଳ

ନିର୍ଭୟ ହୋଇ କାର୍ଯ୍ୟ କରେ
ପୋଲିସ ଚାକିରି ମୋର ପ୍ରଥମ ପସନ୍ଦ ଥିଲା। ପୋଲିସରେ ଭର୍ତ୍ତି ହୋଇ ନ ଥିଲେ ବ୍ୟାଙ୍କ କିମ୍ବା ଶିକ୍ଷାକ୍ଷେତ୍ରରେ ଯୋଗ ଦେଇଥାନ୍ତି। ବିଜ୍ଞାନ ବିଭାଗ ଛାତ୍ରୀ ଥିଲି। ୧୯୯୮ରେ ପୋଲିସରେ ଭର୍ତ୍ତି ହେଲି। ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଆଦି ଜିଲାରେ କାର୍ଯ୍ୟ କରିଛି। ମାଓବାଦୀ ଉପଦ୍ରୁତ ଅଞ୍ଚଳରେ କାର୍ଯ୍ୟ କରିଥିବାରୁ ନିର୍ଭୟ ହୋଇ କାମ କରେ। ପ୍ରତି କାର୍ଯ୍ୟକୁ ଗୁରୁଦାୟିତ୍ୱ ବୋଲି ଭାବିଥାଏ। ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଅଗ୍ରାଧିକାର ଦେଇଥାଏ। ଚାକିରି ଜୀବନ ମଧ୍ୟରେ ପରିବାର ଲୋକଙ୍କୁ ସମୟ ମଧ୍ୟ ଦେଉଛି। ଆଜିଯାଏ କୌଣସି ସମସ୍ୟା ଉପୁଜିନାହିଁ।
-ସନ୍ଧ୍ୟାରାଣୀ ବେହୁରିଆ, ସଦର ଥାନାଧିକାରୀ

ପୋଲିସ ବିଭାଗରେ ଭର୍ତ୍ତି ହୋଇ ଗର୍ବିତ
ପୋଲିସରେ ଭର୍ତ୍ତିହେବାକୁ ପ୍ରବଳ ଇଚ୍ଛା ଥିଲା। ୨୦୦୫ରେ ପୋଲିସ ବିଭାଗରେ ଭର୍ତ୍ତି ହେଲି। ଏଥି ପାଇଁ ଗର୍ବିତ। ଇତିମଧ୍ୟରେ ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାରେ କାର୍ଯ୍ୟ କରିସାରିଲିଣି। ଜନସାଧାରଣ କିଭଳି ନ୍ୟାୟ ପାଇବେ ଓ ସୁରକ୍ଷିତ ରହିବେ ତାହା ପ୍ରଥମ କାର୍ଯ୍ୟ ବୋଲି ବିଚାର କରେ। ପୋଲିସ ଚାକିରି ଯେତିକି ଚ୍ୟାଲେଞ୍ଜିଂ, ସେତିକି ବ୍ୟସ୍ତବହୁଳ କ୍ଷେତ୍ର। ଏସବୁ ଭିତରେ ସମୟ ବାହାର କରି ପରିବାର ସହ ବିତାଇବାକୁ ପଡ଼େ। ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ରଖିପାରିବା ଏକ ଦକ୍ଷତା। ମହିଳା ଓ ପୁରୁଷଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଅଧିକରୁ ଅଧିକ ମହିଳା ଉତ୍ସାହିତ ହୋଇ ପୋଲିସ ବିଭାଗରେ ଯୋଗଦେବା ଉଚିତ।
-ସରୋଜିନୀ ସାମ୍ବାଡ, ମୋଟଙ୍ଗା ଥାନାଧିକାରୀ

ନାରୀ ପକ୍ଷେ ସବୁ ସମ୍ଭବ
ପିଲାଟିଦିନରୁ ଆଇନଜୀବୀ ହେବାକୁ ଇଚ୍ଛାଥିଲା। ହେଲେ ପୋଲିସ ସାକ୍ଷାତକାରରେ କୃତକାର୍ଯ୍ୟ ହେବା ପରେ ଏହି ବିଭାଗରେ ଯୋଗଦେଇଥିଲି। ୨୦୦୫ରେ ପ୍ରଥମ ପୋଷ୍ଟିଂ ହେବା ପରେ ମୟୂରଭଞ୍ଜ, ଅନୁଗୋଳ, ପୁରୀ, ଢେଙ୍କାନାଳ ଜିଲାର ବିଭିନ୍ନ ଥାନାରେ ଦାୟିତ୍ୱ ନେଇଛି। ଜଣେ ଦାୟିତ୍ୱବାନ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରିବା ପ୍ରଥମ ଲକ୍ଷ୍ୟ। ଅପରାଧ ନିୟନ୍ତ୍ରଣ ସାଙ୍ଗକୁ ନ୍ୟାୟ ମାଗୁଥିବା ଲୋକଙ୍କ ସମସ୍ୟା ସମାଧାନ କରିବା ମୁଖ୍ୟ କାର୍ଯ୍ୟ। ତେଣୁ ଏସବୁକୁ ପ୍ରାଥମିକତା ଦେଇଥାଏ। ବ୍ୟସ୍ତତା ମଧ୍ୟରେ ପରିବାର ଲୋକଙ୍କୁ ମଧ୍ୟ ସମୟ ଦେଇଥାଏ। ଏବେ ପରିବାର ସଦସ୍ୟଙ୍କ ସହ ରହୁଛି। ଜଣେ ନାରୀ ପକ୍ଷେ ସବୁକିଛି ସମ୍ଭବ। ଏଥିପାଇଁ ଇଚ୍ଛାଶକ୍ତି ନିତାନ୍ତ ଜରୁରୀ।
-ନିର୍ମଳା ଗୋଚ୍ଛାୟତ, ଗଁଦିଆ ଥାନାଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri