Posted inଫୁରସତ

ସେଲ୍ଫ ବାଲାନ୍ସିଂ ସାଇକେଲ

ନୂଆ ସାଇକେଲ ଶିଖିବାବେଳେ ସନ୍ତୁଳନ ରକ୍ଷା କରି ନ ପାରି ଅବା ସାମାନ୍ୟ ଅବହେଳା ଯୋଗୁ ସନ୍ତୁଳନ ହରାଇ ସାଇକେଲରୁ ଅନେକଥର ପଡ଼ିଥିବେ। ସେମିତି ଥରେ ଚାଇନାର ଯୁବ ଇଞ୍ଜିନିୟର ସାଇକେଲରୁ ପଡ଼ିଥିଲେ। ଆଉ ମୁହଁରେ କ୍ଷତ ହୋଇଯାଇଥିଲା। ତା’ପରେ ସେ ନିଜର ବଳକା ସମୟକୁ ବ୍ୟବହାର କରି ଲାଗିପଡିଥିଲେ ଏମିତି ଏକ ସାଇକେଲ ତିଆରି କରିବା ପାଇଁ, ଯାହାକୁ ଚଳାଇଲେ ପଡ଼ିବାର ଭୟ ଜମାରୁ ରହିବନି। ଝି ହୁଇ ଜୁନ୍‌ ନାମକ ଏହି ଇଞ୍ଜିନିୟର୍‌ ୨୦୧୯ରେ ବେଜିଂର ସିଙ୍ଘୁଆ ୟୁନିଭର୍ସିଟିରେ ବୈଜ୍ଞାନିକଙ୍କ ଦ୍ୱାରା ନିର୍ମିତ ସେଲ୍ଫ ଡ୍ରାଇଭିଂ ବାଇକ ଦେଖିଥିଲେ। ସେଇଠୁ ପ୍ରେରଣା ପାଇ ନିଜେ ଏକ ସେଲ୍ଫ ବାଲାନ୍ସିଂ ସାଇକେଲ ତିଆରି କରିବାକୁ ଚେଷ୍ଟା କଲେ। ଖାସ୍‌କରି ସପ୍ତାହାନ୍ତରେ ସେ ଏଇ କାମରେ ଲାଗୁଥିଲେ। ଆଉ ଚାରି ମାସର କଷ୍ଟ ପରେ ଏକ ସେଲ୍ଫ ବାଲାନ୍ସିଂ ସାଇକେଲ ତିଆରି କରିବାରେ ସଫଳ ହେଲେ। ଏଥିରେ ସେ ଆସେଲେରୋମିଟର୍‌ ଓ ଗାୟରୋସ୍କୋପ୍‌ ବ୍ୟବହାର କରିଛନ୍ତି, ଯାହା କି ସାଇକେଲର ଗତିବିଧିକୁ ଅନୁଧ୍ୟାନ କରି ତାକୁ ପଡ଼ିବା, ଏମିତି କି ନଇଁବାକୁ ଦେଇ ନ ଥାଏ। ଏଥିରେ ଲିଥିୟମ ବ୍ୟାଟେରି ବ୍ୟବହାର କରାଯାଇଛି। ସାଇକେଲ ଖାଲିରେ ଠିଆ ହୋଇଥାଉ ଅବା ଗତିଶୀଳ ଥାଉ ଏହାର ସନ୍ତୁଳନ ଠିକ୍‌ ରହେ। ଫଳରେ ଏହା ପଡ଼ି ନ ଥାଏ। ଏହା ଉପରେ ହଠାତ୍‌ ଭାରି ଜିନିଷ ରଖିଦେଲେ ବି ଏହାର ସନ୍ତୁଳନ ବିଗିଡ଼ି ନ ଥାଏ। କେବଳ ସେତିକି ନୁହେଁ ଉକ୍ତ ବାଇସାଇକେଲରେ ଆର୍‌ଜିବି ଡେପ୍‌ଥ ସେନ୍ସିଂ କ୍ୟାମେରା ଓ ଲିଡାର ସେନ୍ସର ଲାଗିଛି। ତେଣୁ ରାସ୍ତାରେ ଗଲାବେଳେ କୌଣସି ବାଧାବିଘ୍ନ ଆସିଲେ ବି ଏହାର ସନ୍ତୁଳନ ବିଗାଡ଼ିପାରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ନ୍ତି ନାହିଁ

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ସେଥିରୁ ପ୍ରାୟ ୯୭ ପ୍ରତିଶତ ମହାସାଗରରେ ଲୁଣିଆ ପାଣି ରହିଛି। କେବଳ ତିନି ପ୍ରତିଶତ ପାଣି...

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ିଯିବେ ନାହିଁ, କାରଣ ଜାଣିଲେ…

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ଏହି କାରଣରୁ ପୃଥିବୀକୁ ନୀଳ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀପୃଷ୍ଠର ପ୍ରାୟ ୯୭ ପ୍ରତିଶତ, ମହାସାଗରରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri