Posted inଖେଳ

ଚୟନକର୍ତ୍ତା ଖେଳାଳିଙ୍କୁ କେବଳ ଛୁଟି କାଟିବା ପାଇଁ ଚୟନ କରି ନ ଥାନ୍ତି, କାହିଁକି ଏମିତି କହିଲେ ଦ୍ରାଭିଡ

କଲମ୍ବୋ,୨୯।୭: ଆଜିକାଲି ଯୁବ ଖେଳାଳିଙ୍କ ସହ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଅଛି। ଦ୍ୱିତୀୟ ଟି -୨୦ ମ୍ୟାଚ୍‌ ପୂର୍ବରୁ କ୍ରୁନାଲ ପାଣ୍ଡ୍ୟାଙ୍କୁ ପଜିଟିଭ ମିଳିବା ପରେ ଏବଂ ୮ ଖେଳାଳି ଏବେ ହୋମ ଆଇସୋଲେସନରେ ଅଛନ୍ତି। ଫଲରେ ଦ୍ୱିତୀୟ ଟି -୨୦ ମ୍ୟାଚରେ ନେଟ ବୋଲରଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ କୋଚ ରାହୁଲ ଦ୍ରାବିଡ ଏ ବିଷୟରେ ଭିନ୍ନ ଚିନ୍ତା କରନ୍ତି। ଦ୍ୱିତୀୟ ଟି -20 ରେ ରିତୁରାଜ ଗାଇକ୍ୱାଡ, ଦେବଦତ୍ତ ପାଡିକ୍କଲ, ନୀତୀଶ ରାଣା ଏବଂ ଚେତନ ସାକରିଆ ନିଜର ଟି -୨୦ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ।
ଏନେଇ ରାହୁଲ ଦ୍ରାବିଡ କହିଛନ୍ତି ଯେ ଦିନିକିଆ ସିରିଜ ଜିତିବା ପରେ ଆମେ କିଛି ଖେଳାଳିଙ୍କୁ ସୁଯୋଗ ଦେବାକୁ ଚେଷ୍ଟା କରିଥିଲୁ। ଏଠାରେ ପରିସ୍ଥିତି ଯୋଗୁ ଏହା ହୋଇପାରେ। ସେ କହିଛନ୍ତି, ମୁଁ ବିଶ୍ୱାସ କରେ ଯଦି ତୁମେ ଦଳରେ ସ୍ଥାନ ପାଇଛ, ତେବେ ତୁମେ ଖେଳିବାକୁ ପ୍ରସ୍ତୁତ।ଦଳରେ ୧୫ ଖେଳାଳି ଅଛନ୍ତି କି ୨୦ ଖେଳାଳି। ମୁଁ ଭାବୁନାହିଁ ଯେ ଚୟନକର୍ତ୍ତାମାନେ କେବଳ ବେଞ୍ଚରେ ବସିବା କିମ୍ବା ଛୁଟିଦିନ ପାଳନ କରିବା ପାଇଁ ତୁମକୁ ବାଛନ୍ତି।
ରାହୁଲ ଦ୍ରାବିଡ କହିଛନ୍ତି ଯେ ଏଠାକୁ ଆସିଥିବା ୨୦ ଖେଳାଳି ଭଲ ପ୍ରଦର୍ଶନ କରି ଏଠାରେ ପହଞ୍ଚିଛନ୍ତି। ଭାରତରେ ଏହା ସହଜ ନୁହେଁ। ସେ କହିଛନ୍ତି ଯେ ପ୍ରତ୍ୟେକ ଥର ସମସ୍ତେ ଖେଳିବାର ସୁଯୋଗ ପାଆନ୍ତି ନାହିଁ। କିନ୍ତୁ ଆମେ ଯଥାସମ୍ଭବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚେଷ୍ଟା କରୁଛୁ। ରାହୁଲ ଦ୍ରାବିଡ କହିଛନ୍ତି, କୋଭିଡ କାରଣରୁ ୧୫ ଖେଳାଳିଙ୍କ ବଦଳରେ ୨୦ ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଉଛି। କିନ୍ତୁ ଆପଣଙ୍କୁ ଯେକୌଣସି ସମୟରେ ଶେଷ ଏକାଦଶରେ ଖେଳିବାକୁ ପଡିପାରେ। ସେହି ସୁଯୋଗର ଲାଭ ଉଠାଇବା ଏବଂ ପ୍ରଦର୍ଶନ କରିବା ଆପଣଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣରେ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri