ଚର୍ଚ୍ଚାରେ ସମାନ୍ତରାଳ ପ୍ରାର୍ଥୀ ଚୟନ

ପୁରୀ ଅଫିସ,୧୮।୧: ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୁରୀ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀ ଚୟନରେ ଲାଗିପଡ଼ିଛନ୍ତି। ପୂର୍ବ ପଞ୍ଚାୟତ ନିର୍ବାଚନରେ ପୁରୀ ସଦରକୁ ବିଜେଡି ଏକତରଫା ଅକ୍ତିଆର କରିଥିଲା। ତେବେ ପୂର୍ବ ଥର ଭଳି ଏଥର ବିଜେଡି ଏକସ୍ବର ଓ ଏକମନ ହୋଇ ନିର୍ବାଚନକୁ ଓହ୍ଲାଉଥିବା ମନେ ହେଉନାହିଁ। ଦୁଇଟି ଗୋଷ୍ଠୀ ସମାନ୍ତରାଳ ଭାବେ ନିର୍ବାଚନ ପ୍ରସ୍ତୁତି ସହ ପ୍ରାର୍ଥୀ ଚୟନ କରୁଥିବା ଚର୍ଚ୍ଚା ଚାଲିଛି। ପୁରୀ ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କ ନେତୃତ୍ୱରେ ସରପଞ୍ଚ ଓ ସମିତିସଭ୍ୟ ପଦ ଲାଗି ପ୍ରାର୍ଥୀ ଚୟନ ହେଉଥିବା ଜଣାପଡ଼ିଛି। ସେହିଭଳି ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଅନ୍ୟ ଏକ ଗୋଷ୍ଠୀ ମୁଖ୍ୟତଃ ଯୁବ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। ଏହି ଗୋଷ୍ଠୀ ପକ୍ଷରୁ ମଧ୍ୟ ପ୍ରାର୍ଥୀ ଚୟନ କରାଯାଉଥିବା ଶୁଣିବାକୁ ମିଳୁଛି।
ନିର୍ବାଚନମଣ୍ଡଳୀ ଅଧୀନରେ ପୁରୀ ସଦରର ୧୯ଟି ପଞ୍ଚାୟତ ରହିଛି। ଏସବୁ ପଞ୍ଚାୟତରେ ବିଜେଡିର ଦୁଇଗୋଷ୍ଠୀ ଗାଁ ଗାଁ ବୁଲି ଲୋକଙ୍କୁ ନିଜ ସପକ୍ଷରେ ମନାଇବା ପାଇଁ ଚେଷ୍ଟା ଚଳାଇବା ସହ ପତିଆରା ବଢାଇବା ଆଶାରେ ରହିଛନ୍ତି। ଏ ନେଇ ମହେଶ୍ୱରଙ୍କ ସମର୍ଥକ ତଥା ପୂର୍ବତନ ଜିଲା ପରିଷଦ ସଭାପତି ଦିବାକର ପାତ୍ର କହିଛନ୍ତି, ବିବାଦ ନୁହେଁ ବରଂ କାଁ ଭାଁ କ୍ଷେତ୍ରରେ ଅସନ୍ତୋଷ ରହିଛି। ତେବେ ଜିଲା ସଭାପତିଙ୍କ ନେତୃତ୍ୱରେ ପ୍ରାର୍ଥୀ ଚୟନ ହେଉଛି ଓ ସମସ୍ତ ବିଜେଡି ପ୍ରାର୍ଥୀ ଜିତିବେ। ଯେଉଁମାନେ ଗୋଷ୍ଠୀ ବିବାଦ ସୃଷ୍ଟି କରି ପ୍ରାର୍ଥୀ ଦେଉଛନ୍ତି ସେମାନଙ୍କୁ ଉଚିତ୍‌ ଜବାବ ଦିଆଯିବ। ଅନ୍ୟପକ୍ଷରେ ଖୁଣ୍ଟିଆ କହିଛନ୍ତି, ଦଳ ପାଇଁ ପ୍ରାର୍ଥୀ ଚୟନ ହେଉଛି। ଯାହାର ସଙ୍ଗଠନ ଥିବ, ସେ ଜିତିବ। ବିନା ଦଳୀୟ ଚିହ୍ନରେ ଲଢିବାକୁ ଥିବାରୁ ଅଧିକରୁ ଅଧିକ ନେତା ଆଶାୟୀ ରହିବା ସ୍ବାଭାବିକ କଥା, କିନ୍ତୁ ଦଳରେ ବିବାଦ ନାହିଁ ବୋଲି ସେ କହିଛନ୍ତି।
ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଉଭୟ ୨୬ ଓ ୨୭ ନମ୍ବର ଜୋନ୍‌ରେ ଖୁବ୍‌ କମ୍‌ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲା। ତେବେ ଏଥର ବିଜୟ ନେଇ ଆଶାବାଦୀ ରହିଛି। ବିଜେଡି କନ୍ଦଳରୁ ଭାଜପା ଫାଇଦା ନେବାକୁ ମସୁଧା କରୁଛି। ଭାଜପା ଜିଲା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ କହିଛନ୍ତି, ଜିଲା ପରିଷଦ ନିର୍ବାଚନରେ ଭାଜପା ଆଗୁଆ ରହିବ। ୨୬ନଂ. ଜୋନ୍‌ ଅଧୀନ ଗୋପୀନାଥପୁର, ବାଲିଗୁଆଳି, କାଶୀ ହରିପୁର, ହରେକୃଷ୍ଣପୁର, ବେଲଦଳ, ସମଙ୍ଗରା ଏବଂ ୨୭ନଂ. ଜୋନ୍‌ର ଚନ୍ଦନପୁର, ଗଡ଼ମୃଗଶିରା, ଚାଳିଶିବାଟିଆ ପ୍ରଭୃତି ପଞ୍ଚାୟତରେ ଭାଜପା ଭଲ ପ୍ରଦର୍ଶନ କରିବ। ଅନ୍ୟପକ୍ଷରେ କଂଗ୍ରେସ ଏବେ ମଧ୍ୟ ନେତୃତ୍ୱ ସଙ୍କଟକୁ ନେଇ ଚିନ୍ତାରେ ରହିଛି। ଜିଲା ସଭାପତି ଅଜିତ ମଙ୍ଗରାଜଙ୍କ ବିୟୋଗ ପରଠୁ ଜିଲା ସଭାପତି ପଦ ଖାଲି ପଡ଼ିଛି। ଦଳୀୟ କର୍ମୀ ଓ ନେତାମାନେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନେତୃତ୍ୱଙ୍କ ଭରସାରେ ବସି ରହିଥିବାବେଳେ ଏପର୍ଯ୍ୟନ୍ତ ବୈଠକଟିଏ ବି ହୋଇପାରିନାହିଁ। ଏପରି କି ପର୍ଯ୍ୟବେକ୍ଷକ ମଧ୍ୟ ଜିଲାସ୍ତରୀୟ ନେତାଙ୍କ ସହ ଆଲୋଚନା କରିନାହାନ୍ତି। ସ୍ଥାନୀୟ ନେତାମାନେ ନିଜ ନିଜ ସ୍ତରରେ ପ୍ରାର୍ଥୀ ଖୋଜି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ଦଳର ବରିଷ୍ଠ ନେତା ରାଜେଶ କୁମାର ମିଶ୍ର କହିଛନ୍ତି, ବିଜେଡି ଓ ଭାଜପା ପ୍ରତି ଜନ ଅସନ୍ତୋଷ ରହିଛି। ମାତ୍ର ଜିଲା କଂଗ୍ରେସରେ ନେତୃତ୍ୱ ଅଭାବ ଯୋଗୁ ମତଦାତାଙ୍କ ଆସ୍ଥାଭାଜନ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri