କଲରାପତରିଆ ବାଘ ଛାଲ ଜବତ: ବନ୍ଧାହେଲେ ୨ ଅଭିଯୁକ୍ତ

ଫୁଲବାଣୀ ଅଫିସ, ୨୪।୪: କନ୍ଧମାଳ ଜିଲା ଖଜୁରୀପଡ଼ା ଷ୍ଟେଟ ବ୍ୟାଙ୍କ ଛକରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖଜୁରୀପଡ଼ା ଥାନା ଆରାପାଜୁ ଅଞ୍ଚଳର ସୁଜିତ ରାଜସ୍ବଦୀପ ଏବଂ ଧନୟ ବେହେରା। ବାଘ ଛାଲ ଚାଲାଣ ହେଉଥିବା ନେଇ ଏସ୍‌ଟିଏଫକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏସ୍‌ଟିଏଫ୍‌ର ଏକ ଟିମ୍‌ ଚଢ଼ାଉ କରି ବାଘ ଛାଲ ଜବତ କରିବା ସହ ଦୁଇଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏ ନେଇ ଏକ ମାମଲା(ନଂ.୮/୨୪) ରୁଜୁ ହୋଇଛି।