Posted inଖେଳ

ରାହାଣେଙ୍କୁ ଆଉ ଥରେ ସୁଯୋଗ ମିଳୁ, ଫେଲ୍‌ ହେଲେ ଦଳରୁ ବାହାର କରିଦିଆଯାଉ: ସେହ୍ବାଗ

ନୂଆଦିଲ୍ଲୀ,୧୫।୯: ଭାରତର ପୂର୍ବତନ ଓପନର୍‌ ବିରେନ୍ଦର ସେହ୍ବାଗ କହିଛନ୍ତି ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ପରବର୍ତ୍ତୀ ଘରୋଇ ଟେଷ୍ଟ ସିରିଜରେ ଯଦି ସେ ବିଫଳ ହୁଅନ୍ତି ତେବେ ତାଙ୍କୁ ଟେଷ୍ଟ ଦଳରୁ ବାହାର କରିଦେବା ଉଚିତ ବୋଲି ସେ କହିଛନ୍ତି।

ସୋନି ସ୍ପୋର୍ଟସ ସହ ଏକ ସାକ୍ଷାତକାରରେ ସେହ୍ବାଗ କହିଛନ୍ତି, ରାହାଣେ ବର୍ଷ ବର୍ଷ ଧରି ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଆସୁଛନ୍ତି। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ବାରମ୍ବାର ସୁଯୋଗ ସତ୍ତ୍ୱେ ସେ ରନ୍‌ ସ୍କୋର କରିବାରେ ବିଫଳ ହେଉଛନ୍ତି। ତେବେ ତାଙ୍କୁ ନିଶ୍ଚିତ ଭାବେ ଭାରତର ପରବର୍ତ୍ତୀ ଘରୋଇ ଟେଷ୍ଟ ସିରିଜରେ ସୁଯୋଗ ଦିଆଯିବା ଉଚିତ। ସେଥିରେ ସେ ରନ ସ୍କୋର କରିବାରେ ଅସମର୍ଥ ହେଲେ ଦଳରୁ ଓହରିଯିବା ଭଲ।

ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପରେ ରାହାଣେ ଭାରତର ଶ୍ରେଷ୍ଠ ରନ ସ୍କୋରର ହୋଇଥିଲେ। ତା’ପରେ ସେ ୧୮ ଟି ମ୍ୟାଚରେ ୧୧୫୯ ରନ ସ୍କୋର କରିଥିଲେ। ସମସ୍ତେ ଖରାପ ସମୟ ଦେଇ ଗତି କରନ୍ତି। ଖରାପ ସମୟରେ ଖେଳାଳିଙ୍କ ସହ କିପରି ବ୍ୟବହାର କରାଯାଏ ତାହାକୁ ନେଇ ପ୍ରଶ୍ନ ଉଠେ। ତୁମେ ସେମାନଙ୍କୁ ସମର୍ଥନ କର କିମ୍ବା ଦଳରୁ ବାହାର କର।
ମୁଁ ବିଶ୍ୱାସ କରେ ଯେ ଯେତେବେଳେ ଆପଣଙ୍କର ବିଦେଶ ଗସ୍ତ ଖରାପ ହୁଏ, ସେତେବେଳେ ଆପଣଙ୍କୁ ଭାରତରେ ଏକ ସୁଯୋଗ ମିଳିବା ଉଚିତ। କାରଣ ଚାରି ବର୍ଷରେ ଥରେ ବିଦେଶ ଗସ୍ତ ଆସେ, କିନ୍ତୁ ଭାରତରେ ଆପଣ ପ୍ରତିବର୍ଷ ସିରିଜ ଖେଳନ୍ତି। ଭାରତରେି ସିରିଜ ଖରାପ ଚାଲିଥିଲେ ଖରାପ ଫର୍ମରେ ଥିବା ସ୍ପଷ୍ଟ ହୋଇଯାଏ। ଏହାପରେସେ ଦଳରୁ ଓହରିଯିବା ଠିକ୍‌ ବୋଲି ସେହ୍ବାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri