Posted inଖେଳ

ସେହ୍ବାଗଙ୍କ କ୍ୟାରିୟର ଶେଷ କରିଦେଇଥିଲେ ଧୋନୀ! ପ୍ରଶଂସକଙ୍କ ଏଭଳି ଯୁକ୍ତିରେ ପୂର୍ବତନ ଓପନର୍‌ କହିଲେ…

ନୂଆଦିଲ୍ଲୀ,୧୮।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ ବିବାଦ ନେଇ ଅନେକ ଥର ଚର୍ଚ୍ଚା ହୋଇଛି। ୨୦୦୭ରେ ପାକିସ୍ତାନ ବିପକ୍ଷରେ ଖେଳାଯାଉଥିବା ଫାଇନାଲରେ ଦଳରୁ ଓହରି ଯାଇଥିଲେ ସେହ୍ବାଗ। ଏହାକୁ ନେଇ ଧୋନୀ ଓ ତାଙ୍କ ଭିତରେ ମତଭେଦ ସୃଷ୍ଟି ହୋଇଥିବା ନେଇ କୁହାଯାଇଥିଲା। ହେଲେ ଉଭୟ ଖେଳାଳି ଏହାକୁ ଖଣ୍ଡନ କରିବା ସହ ସେମାନଙ୍କ ମଧ୍ୟରେ ସୁସମ୍ପର୍କ ଥିବା ନେଇ ସ୍ପଷ୍ଟ କରିଥିଲେ। ଉଭୟ କ୍ରିକେଟରୁ ସନ୍ୟାସ ନେଇଥିବା ବେଳେ ଏବେ ପୁଣିଥରେ ସେହ୍ବାଗ ଧୋନୀଙ୍କ ସହ ବିବାଦକୁ ନେଇ ଭିନ୍ନ ଢ଼ଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି।

ଧୋନୀଙ୍କ କିଛି ପ୍ରଶଂସକ ସେହ୍ବାଗଙ୍କ ସହ ତାଙ୍କ ସମ୍ପର୍କ ଠିକ୍‌ ନ ଥିବା ବିଶ୍ୱାସ କରୁଥିଲେ। ୨୦୧୮ରେ ସେହ୍ବାଗ ଧୋନୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ତାଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ। ଏଥିରେ ଜଣେ ପ୍ରଶଂସକ ଧୋନୀ ସେହ୍ବାଗଙ୍କ କ୍ୟାରିୟର ଶେଷ କରିଥିବା ନେଇ ପ୍ରତିକ୍ରିୟା ଦେଇଥିଲେ। ଏହାର ଜବାବ ରଖିଥିଲେ ପୂର୍ବ ଓପନର୍‌। ସେହ୍ବାଗ୍‌ ସାରଙ୍କ କ୍ୟାରିୟର ଶେଷ କରିଥିବା ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ପ୍ରଶଂସକଜଣଙ୍କ କହିଥିଲେ। ସେହ୍ବାଗ କହିଥିଲେ ‘ଭୁଲ୍‌ ବୟାନ’।

କହିରଖୁଛୁ, ଭାରତୀୟ ଡ୍ରେସିଂ ରୁମ୍‌ରେ ଏକାଠି ଅନେକ ସମୟ ଅତିବାହିତ କରିଥିଲେ ସେହ୍ବାଗ-ଧୋନୀ। ଉଭୟ ଖେଳାଳି ୨୦୦୭ ବିଶ୍ୱ ଟି୨୦, ୨୦୧୧ ବିଶ୍ୱକପ୍‌ ଜିତିବା ସମୟରେ ଦଳର ଅଗ୍ରଣୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଥିଲେ। ତେବେ ୨୦୧୫ରେ ସେହ୍ବାଗ ଏବଂ ୨୦୨୦ରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରେକର୍ଡ କଲେ ଏହି ପାକିସ୍ତାନୀ ବୋଲର୍‌; ୮୭ ବର୍ଷ କ୍ରିକେଟ ଇତିହାସରେ ଘଟି ନ ଥିଲା…

କରାଚି,୩୦।୧: ପାକିସ୍ତାନର ବାମହାତୀ ସ୍ପିନର ନୌମାନ ଅଲୀ ୩୪ ବର୍ଷ ବୟସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ ଖେଳିଥିଲେ। ପ୍ରଥମ ଟେଷ୍ଟର ଦ୍ୱିତୀୟ...

କିଏ ସେ ଭେଙ୍କଟେଶ, ଆଇପିଏଲ୍‌ରେ କେକେଆର୍‌ ପକ୍ଷରୁ ଖେଳିବାକୁ ନେଇ…

ନୂଆଦିଲ୍ଲୀ,୭।୪: ଆଇପିଏଲ୍‌ ୨୦୨୧ ପାଇଁ ଖେଳାଳି ନିଲାମ ପ୍ରକ୍ରିୟାରେ ୨୦ ଲକ୍ଷ ଟଙ୍କା ଦେଇ ଭେଙ୍କଟେଶ ଅୟରଙ୍କୁ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ। ୨୬ ବର୍ଷୀୟ...

ଜାନୁୟାରୀରେ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଟୁରରେ ଯିବ

ନୂଆଦିଲ୍ଲୀ,୩୧।୧୨(ପି.ଟି.): ଖୁବ୍‌ଶୀଘ୍ର ଭାରତୀୟ ମହିଳା ହକି ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଜାନୁୟାରୀରେ ମହିଳା ଦଳ ଆର୍ଜେଣ୍ଟିନା ଟୁର କରିବ। ଏଥିସହିତ ଭାରତୀୟ...

ଭାରତ- ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ

ପ୍ରୋଭିଡେନ୍ସ (ଗୁୟାନା),୮।୮(ପି.ଟି.)- ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡଠାରୁ ସେମିଫାଇନାଲରେ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛି। ବିରାଟ...

୧୧୯ବର୍ଷ ପୁରୁଣା ଗାଡି ଚଳାଇଲେ ସଚିନ

ଲଣ୍ଡନ, ୨୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟର ବିଶ୍ୱକପରେ କମେଣ୍ଟ୍ରି କରୁଥିବା ନଜର ଆସିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ଅବସରରେ ସେ ପୂରା ପରିବାର ସହ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର...

ବାପାଙ୍କ ଟଙ୍କା ବର୍ବାଦ କରୁଛନ୍ତି ସାରା ତେନ୍ଦୁଲକର: ସଚିନଙ୍କ ଝିଅଙ୍କୁ କାହିଁକି ଏମିତି କହିଲେ ଏହି ମହିଳା…

ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜାକାଲି ଟ୍ରୋଲରଙ୍କ ଟାର୍ଗେଟରେ ରହିଛନ୍ତି। ସାରା ଇନ୍‌ଷ୍ଟାଗ୍ରାମ୍‌ରେ ଖୁବ୍‌ ସକ୍ରିୟ। ତାଙ୍କର ବହୁତ ଫ୍ୟାନ୍‌...

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବେ ବିରାଟ କୋହଲି

ଶାରଜା, ୧୨।୧୦: ଚଳିତ ଆଇପିଏଲ୍‌ର ୨୮ତମ ମୁକାବିଲାରେ ସୋମବାର କୋଲକାତା ନାଇଟ୍‌ ରାଇଡର୍ସର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସହ ହୋଇଛି। ଶାରଜା କ୍ରିକେଟ୍‌...

Advertisement
Archives

Model This Week