Posted inଖେଳ

ସେହ୍ବାଗଙ୍କ କ୍ୟାରିୟର ଶେଷ କରିଦେଇଥିଲେ ଧୋନୀ! ପ୍ରଶଂସକଙ୍କ ଏଭଳି ଯୁକ୍ତିରେ ପୂର୍ବତନ ଓପନର୍‌ କହିଲେ…

ନୂଆଦିଲ୍ଲୀ,୧୮।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ ବିବାଦ ନେଇ ଅନେକ ଥର ଚର୍ଚ୍ଚା ହୋଇଛି। ୨୦୦୭ରେ ପାକିସ୍ତାନ ବିପକ୍ଷରେ ଖେଳାଯାଉଥିବା ଫାଇନାଲରେ ଦଳରୁ ଓହରି ଯାଇଥିଲେ ସେହ୍ବାଗ। ଏହାକୁ ନେଇ ଧୋନୀ ଓ ତାଙ୍କ ଭିତରେ ମତଭେଦ ସୃଷ୍ଟି ହୋଇଥିବା ନେଇ କୁହାଯାଇଥିଲା। ହେଲେ ଉଭୟ ଖେଳାଳି ଏହାକୁ ଖଣ୍ଡନ କରିବା ସହ ସେମାନଙ୍କ ମଧ୍ୟରେ ସୁସମ୍ପର୍କ ଥିବା ନେଇ ସ୍ପଷ୍ଟ କରିଥିଲେ। ଉଭୟ କ୍ରିକେଟରୁ ସନ୍ୟାସ ନେଇଥିବା ବେଳେ ଏବେ ପୁଣିଥରେ ସେହ୍ବାଗ ଧୋନୀଙ୍କ ସହ ବିବାଦକୁ ନେଇ ଭିନ୍ନ ଢ଼ଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି।

ଧୋନୀଙ୍କ କିଛି ପ୍ରଶଂସକ ସେହ୍ବାଗଙ୍କ ସହ ତାଙ୍କ ସମ୍ପର୍କ ଠିକ୍‌ ନ ଥିବା ବିଶ୍ୱାସ କରୁଥିଲେ। ୨୦୧୮ରେ ସେହ୍ବାଗ ଧୋନୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ତାଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ। ଏଥିରେ ଜଣେ ପ୍ରଶଂସକ ଧୋନୀ ସେହ୍ବାଗଙ୍କ କ୍ୟାରିୟର ଶେଷ କରିଥିବା ନେଇ ପ୍ରତିକ୍ରିୟା ଦେଇଥିଲେ। ଏହାର ଜବାବ ରଖିଥିଲେ ପୂର୍ବ ଓପନର୍‌। ସେହ୍ବାଗ୍‌ ସାରଙ୍କ କ୍ୟାରିୟର ଶେଷ କରିଥିବା ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ପ୍ରଶଂସକଜଣଙ୍କ କହିଥିଲେ। ସେହ୍ବାଗ କହିଥିଲେ ‘ଭୁଲ୍‌ ବୟାନ’।

କହିରଖୁଛୁ, ଭାରତୀୟ ଡ୍ରେସିଂ ରୁମ୍‌ରେ ଏକାଠି ଅନେକ ସମୟ ଅତିବାହିତ କରିଥିଲେ ସେହ୍ବାଗ-ଧୋନୀ। ଉଭୟ ଖେଳାଳି ୨୦୦୭ ବିଶ୍ୱ ଟି୨୦, ୨୦୧୧ ବିଶ୍ୱକପ୍‌ ଜିତିବା ସମୟରେ ଦଳର ଅଗ୍ରଣୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଥିଲେ। ତେବେ ୨୦୧୫ରେ ସେହ୍ବାଗ ଏବଂ ୨୦୨୦ରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri