Categories: Home Leftଖେଳ

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି ପୋଡିୟମରେ ତୃତୀୟ ସ୍ଥାନ ହାସଲ କରିଥିଲେ। ବାହାରିନର ୟାଭି ଓ୍ବିନଫ୍ରେଡ ୩୨.୩୯.୧୮ ସେ. ଟାଇମିଂ ସହ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଜାପାନର ତାନାକା ନୋଜୋମି (୩୨.୪୧.୫୪ ସେ.) ରୌପ୍ୟ ପଦକ ଅକ୍ତିଆର କରିଥିଲେ।

ତେବେ ଏସିଆନ ଗେମ୍ସ ଇତିହାସରେ ମହିଳା ୧୦,୦୦୦ ମି. ଇଭେଣ୍ଟରେ ଏହା ଭାରତ ପାଇଁ ତୃତୀୟ ଏବଂ ଗତ ୧୬ ବର୍ଷରେ ଭାରତ ପାଇଁ ପ୍ରଥମ ପଦକ। ଅନ୍ତିମ ଥର ୨୦୧୦ ହାଙ୍ଗଝୌ ଗେମ୍ସରେ ଭାରତ ପାଇଁ ପ୍ରିଜା ଶ୍ରୀଧରଣ ଓ କବିତା ରାଉତ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ।

Share