ମହାନଦୀ ସମସ୍ୟାର ସମାଧାନ ଲୋଡ଼ା

ଅନିଲ ବିଶ୍ୱାଳ

ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ହେଲେ ଆଜି ଓଡ଼ିଶାରେ ମହାନଦୀ ବଡ଼ ସଙ୍କଟ ଭିତରେ ବୋହୁଛି। ମହାନଦୀ ଓ ଏହାର ଉପନଦୀଗୁଡ଼ିକ କେବଳ ବର୍ଷା ୪ ମାସକୁ ଛାଡ଼ିଦେଲେ ବାକି ସମୟରେ ଶୁଖିଲା ପଡ଼ୁଛି। ଛତିଶଗଡ଼ ସହିତ ମହାନଦୀକୁ ନେଇ ଚାଲିଥିବା ବିବାଦ ଏବେ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନ ମଧ୍ୟ ଚାଲିଛି। ସେମାନେ ପୂରା ପ୍ରସଙ୍ଗରେ ସମସ୍ୟା ଉପରେ ତଥ୍ୟ ସଂଗ୍ରହ କରୁଛନ୍ତି। ଗୋଟିଏ ପଟେ ଛତିଶଗଡ଼ ଉପରପଟେ ବନ୍ଧ କରି ପାଣି ଅଟକାଉଛି ଆଉ ଅନ୍ୟପକ୍ଷରେ ଓଡ଼ିଶା ମଧ୍ୟ କିଭଳି ବର୍ଷାଦିନେ ତଳ ମୁଣ୍ଡରେ ସମୁଦ୍ରକୁ ବୋହି ଯାଉଥିବା ପାଣିକୁ ସଂରକ୍ଷଣ କରାଯିବ, ସେଥିପାଇଁ ବିଶେଷ କିଛି କରିପାରି ନାହିଁ। ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ଆସିଛି। ରାଜନୈତିକ ବାଦବିବାଦ ତ ଚାଲିଛି ମହାନଦୀକୁ ନେଇ, କିନ୍ତୁ ଏହି ପ୍ରସଙ୍ଗର ଗଭୀରତା ରାଜନୈତିକ ବାଦବିବାଦର ବହୁ ଊର୍ଦ୍ଧ୍ୱରେ। ତେଣୁ ମହାନଦୀକୁ ନେଇ ଚାଲିଥିବା ସାମ୍ପ୍ରତିକ ପ୍ରସଙ୍ଗରେ ଏକ ଖୋଲା ଆଲୋଚନା କରିବା ଉଚିତ୍‌ ମନେକରୁଛୁ।
ପ୍ରଥମତଃ ଆଜି ଓଡ଼ିଶାରେ ମହାନଦୀର ଅବବାହିକାର ଯେଉଁ ସ୍ଥିତି ପାଲଟିଛି, ତାହା କୌଣସି ପ୍ରାକୃତିକ କାରଣ ପାଇଁ ହୋଇନାହିଁ, ବରଂ ଏହା ସମ୍ପୂର୍ଣ୍ଣ ଭାବରେ ମାନବକୃତ। ଓଡ଼ିଶା ପରିପ୍ରେକ୍ଷୀରେ ଆମେ ଯଦି ମହାନଦୀ ସମସ୍ୟାକୁ ଦେଖିବା, ତା’ହେଲେ ପୂରା ପ୍ରସଙ୍ଗର ମୁଖ୍ୟତଃ ଦୁଇଟି ଦିଗ ରହୁଛି। ଗୋଟିଏ ହେଲା ମହାନଦୀର ଉପରମୁଣ୍ଡ ଅର୍ଥାତ୍‌ ଛତିଶଗଡ଼ ପଟେ ଥିବା ମହାନଦୀ ଓ ଅନ୍ୟଟି ହେଲା ମହାନଦୀର ତଳମୁଣ୍ଡ ଅର୍ଥାତ୍‌ ହୀରାକୁଦ ବନ୍ଧରୁ ନେଇ ସମୁଦ୍ର ପର୍ଯ୍ୟନ୍ତ। ଦୁଇଟିଯାକ ଦିଗରେ ସମସ୍ୟା ରହିଛି, ଯାହାର ସମାଧାନ କାଢ଼ିବା ହିଁ ଆଜିର ସମୟର ବଡ଼ ଆହ୍ବାନ। ମହାନଦୀ ବିବାଦ ଯଦିଓ ଗଣମାଧ୍ୟମରେ ବା ରାଜନୈତିକ ମହଲରେ ୨୦୧୬ରେ ବହୁତ ବିସ୍ତୃତ ଭାବରେ ଆଲୋଚିତ ହେବା ଆରମ୍ଭ ହେଲା, କିନ୍ତୁ ମହାନଦୀରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ ଆରମ୍ଭ କରିବା ନେଇ ଓଡ଼ିଶା ସହିତ କଥାବାର୍ତ୍ତା ୨୦୦୧-୦୨ ରୁ ଆରମ୍ଭ ହୋଇଛି। ସେ ସମୟରେ ଆମ ସରକାରରେ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନେ କହିଥିଲେ, ଛତିଶଗଡ଼ ୧୦୦ ବନ୍ଧ କଲେ ବି ଓଡ଼ିଶା ପ୍ରତି କିଛି ଅସୁବିଧା ହେବ ନାହିଁ। ଆଜି ଆମେ କାନ୍ଦୁଛୁ ପାଣି ପାଇଁ। ଛତିଶଗଡ଼ ପଟେ କେଲୋ, ଅରପା ଭଳି ସଂଖ୍ୟାଧିକ ବ୍ୟାରେଜ ନିର୍ମାଣ ୨୦୦୮ ରୁ ଆରମ୍ଭ ହେଲାଣି। ପରବର୍ତ୍ତୀ ସମୟରେ ୨୦୧୬ ବେଳକୁ ଯେତେବେଳେ ପାଖାପାଖି ଅନେକ ପ୍ରକଳ୍ପ ନିର୍ମାଣ କାମ ସରି ଆସୁଥିଲା, ସେତେବେଳେ ଆମେ ପ୍ରତିବାଦ କରିବା ଆରମ୍ଭ କଲୁ। ଉପରମୁଣ୍ଡର ସମସ୍ୟାକୁ ନେଇ ଆମ ପାଖରେ ଦୁଇଟି ରାସ୍ତା ଥିଲା। ଗୋଟିଏ ହେଲା ଆପୋସ ଆଲୋଚନା ମାଧ୍ୟମରେ ଜଳ ବିବାଦର ସମାଧାନ ଓ ଅନ୍ୟଟି ହେଲା ଟ୍ରିବ୍ୟୁନାଲ। ଦେଶର ସମ୍ବିଧାନରେ ରାଜ୍ୟ ଓ କେନ୍ଦ୍ର ଭିତରେ କ୍ଷମତା ଆବଣ୍ଟନ ସମ୍ବଳିତ ସପ୍ତମ ଅନୁଚ୍ଛେଦର ଧାରା ୧୭ ଓ ଧାରା ୫୬ ଅନୁସାରେ ନଦୀ ଜଳର ବିନିଯୋଗ, ପରିଚାଳନା ହେଉଛି ସମ୍ପୂର୍ଣ୍ଣ ଭାବରେ ରାଜ୍ୟର ବ୍ୟାପାର। କେନ୍ଦ୍ର ସରକାର ଯାହା କରିବେ ରାଜ୍ୟଗୁଡ଼ିକ ସହମତିରେ କରିବେ, ବଳପ୍ରୟୋଗ ବା ଏକପାଖିଆ କିଛି କରିପାରିବେ ନାହିଁ। ଯଦି ଆପୋସ ଆଲୋଚନାରେ ସମାଧାନ ହୋଇପାରେନି, ତା’ହେଲେ ଆନ୍ତଃ ରାଜ୍ୟ ଜଳ ବିବାଦ ଆଇନ-୧୯୫୬ (୨୦୧୯ରେ ସଂଶୋଧନ) ଅନୁସାରେ ମାମଲା ଟ୍ରିବ୍ୟୁନାଲକୁ ଯିବ। ବର୍ତ୍ତମାନ ମହାନଦୀ ମାମଲା ଟ୍ରିବ୍ୟୁନାଲକୁ ଯାଇଛି। ବାସ୍ତବରେ ଟ୍ରିବ୍ୟୁନାଲକୁ ନେଇ ଯାହା ଅଭିଜ୍ଞତା ଦେଶରେ ଅଛି, ଏହାର ଚୂଡ଼ାନ୍ତ ନ୍ୟାୟ ଆସିବା ବେଳକୁ କେତେ ଦିନ ଲାଗିବ ତାହା କହିବା ଅସମ୍ଭବ। କାବେରୀ ଟ୍ରିବ୍ୟୁନାଲ ରାୟ ଆସିବାକୁ ୨୭ ବର୍ଷ ଲାଗିଲା। ଏହା ପରେ ବି ବିବାଦ ତୁଟିଲାନି, ଆଉ ଏକ ଟ୍ରିବ୍ୟୁନାଲରେ ପୁଣି ମାମଲା ଚାଲୁଛି। ତେଣୁ ଟ୍ରିବ୍ୟୁନାଲକୁ ଯିବା ଅପେକ୍ଷା ଯେହେତୁ ଆମେ ନଦୀର ତଳମୁଣ୍ଡରେ ରହୁଛେ, ତେଣୁ ଆପୋସ ଆଲୋଚନା କରି ସମାଧାନ ହୋଇପାରିଥିଲେ ଭଲ ହୋଇଥାନ୍ତା, ଯାହା କୌଣସି କାରଣ ପାଇଁ ହୋଇପାରିଲା ନାହିଁ। ମହାନଦୀ ଟ୍ରିବ୍ୟୁନାଲରେ ୫ ବର୍ଷ ଭିତରେ ୩୪ଟି ବୈଠକ ସରିଛି। କିନ୍ତୁ କେବେ ରାୟ ଆସିବ, ତାହା ଏବେଠାରୁ କହିବା ଅସମ୍ଭବ।
ଓଡ଼ିଶାରେ ମହାନଦୀର ଅବବାହିକା ହେଉଛି ୬୫,୬୨୮ ବର୍ଗ କିମି। ଅନେକ ବଡ଼ ବଡ଼ ଶାଖାନଦୀ ଓ ଉପନଦୀ ମହାନଦୀ ଅବବାହିକାରେ ବୋହୁଛନ୍ତି। ବର୍ଷା ଦିନେ ଏହି ନଦୀମାନଙ୍କରେ ଜଳସ୍ତର ଢେର ରହୁଛି ଓ ବର୍ଷାଦିନେ ମହାନଦୀ ସମେତ ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଯଦି ଶେଷ କିଛି ବର୍ଷର ହିସାବ ଦେଖିବା ତା’ହେଲେ ମୌସୁମୀ ସମୟରେ ୨୦୧୮, ୨୦୨୦, ୨୦୨୧, ୨୦୨୨ରେ ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିଭଳି ବିଭିନ୍ନ ବାତ୍ୟା ବା ଲଘୁଚାପ ବେଳେ ମଧ୍ୟ ନଦୀଜଳ ବିପଦସଙ୍କେତ ଛୁଇଁବା କଥା ଦେଖିବାକୁ ମିଳୁଛି। ଛତିଶଗଡ଼ ପଟେ ମହାନଦୀ ଅବବାହିକାରେ ବର୍ତ୍ତମାନ ସୁଦ୍ଧା ଛୋଟ ବଡ଼ ମିଶି ୧୫୦ଟି ବନ୍ଧ ନିର୍ମାଣ ଚାଲିଛି ଓ କିଛି ସରିଗଲାଣି। ଆମେ ତଳମୁଣ୍ଡରେ କେତୋଟି କରିଛେ, ଯଦି କରିପାରିନେ ତା’ହେଲେ କାହିଁକି କରିପାରିଲେ ନାହିଁ ତାହା ଉପରେ ଚର୍ଚ୍ଚା ଆଲୋଚନା ହେବାର ଆବଶ୍ୟକତା ରହିଛି। ଏବେ ବି ମହାନଦୀର ୫୨% ପାଣି ସମୁଦ୍ରକୁ ବୋହିଯାଉଛି। ଆମେ ଗୋଟିଏ ହୀରାକୁଦ ବନ୍ଧ କରି ଅଟକିଗଲୁ। ମୁଣ୍ଡଳି ଓ ଯୋବ୍ରାରେ ଆନିକଟ ଛଡ଼ା ଆଉ ସେଭଳି କିଛି କରାଯାଇ ପାରିଲା ନାହିଁ। ତା’ଛଡା ଆନିକଟଗୁଡ଼ିକ ମଧ୍ୟ ଜଳଭଣ୍ଡାର ଭଳି ଭୂମିକା ନେଇପାରନ୍ତି ନାହିଁ। ଆମେ ଯଦି ନଦୀର ତଳମୁଣ୍ଡରେ ଆଉ ଦୁଇଟି ବଡ଼ ନଦୀବନ୍ଧ ଯୋଜନା କରିପାରିଥାନ୍ତେ, ମୁଣ୍ଡଳି ଓ ଯୋବ୍ରା ଢାଞ୍ଚାରେ ସଂଖ୍ୟାଧିକ ବ୍ୟାରେଜ ନିର୍ମାଣ କରିପାରିଥାନ୍ତେ, ତା’ହେଲେ ଆଜି ଖରାଦିନେ ନଦୀଗୁଡ଼ିକର ଯେଉଁ ଶୁଖିଲା ସ୍ଥିତି ଦେଖିବାକୁ ମିଳୁଛି ତାହା ଦେଖିବାକୁ ମିଳନ୍ତା ନାହିଁ। ନଦୀର ଜଳଧାରଣ କ୍ଷମତା ବଢ଼ନ୍ତା ଓ ବିଜୁଳି ଉତ୍ପାଦନରୁ ନେଇ ଜଳସେଚନ ସୁବିଧା ମଧ୍ୟ ମିଳିପାରନ୍ତା। ଆମେ କେବଳ ପଡ଼ିଶା ରାଜ୍ୟକୁ ଦୋଷ ଦେଇ ନିଜ ରାଜ୍ୟକୁ ବିପଦମୁହଁକୁ ଠେଲିପାରିବା ନାହିଁ। ହୀରାକୁଦ ବନ୍ଧ ଆଜକୁ ୭୦ ବର୍ଷ ତଳେ ନିର୍ମାଣ ହୋଇଥିଲା। ବର୍ତ୍ତମାନ ଏହାର ଆୟୁ ମଧ୍ୟ ଧୀରେ ଧୀରେ ସରିବାକୁ ବସିଲାଣି। କିଛି ବର୍ଷ ପରେ ଏହା ଆମ ପାଇଁ ଆଉ ସମ୍ପତ୍ତି ନ ହୋଇ ବୋଝ ପାଲଟିବ। ଆମେ ଏବେଠାରୁ ଏହାର ବିକଳ୍ପ ବ୍ୟବସ୍ଥା ନ କଲେ କେବଳ ପାଣି ନୁହେଁ, ବରଂ ବିଜୁଳି, ଜଳସେଚନ, ବନ୍ୟା ସବୁ ସମସ୍ୟାକୁ ଆମେ ଧୀରେ ଧୀରେ ସାମ୍ନା କରିବା। ମହାନଦୀରେ ସମୁଦ୍ରକୁ ବୋହି ଯାଉଥିବା ପାଣିକୁ କୃଷି ଓ ଅନ୍ୟ କ୍ଷେତ୍ରରେ ବିନିଯୋଗ ପାଇଁ ୨୦୦୪ ରେ ଓଡ଼ିଶା ଜଳଯୋଜନା ନାମରେ ଏକ ବିସ୍ତୃତ ପରିକଳ୍ପନା ରାଜ୍ୟ ସରକାର କ୍ୟାବିନେଟ୍‌ରେ ପାରିତ କରାଇଥିଲେ। ୨୦୧୬ରେ ମଧ୍ୟ ସରକାର ଘୋଷଣା କରିଥିଲେ ୭ଟି ବ୍ୟାରେଜ୍‌ ଓ ୨୨ଟି ଅନ୍ୟ ପ୍ରକଳ୍ପ। ମହାନଦୀ ଓ ଏହାର ଉପନଦୀରେ ପ୍ରସ୍ତାବିତ ଅନେକ ପ୍ରକଳ୍ପ ଯଥା ଅଙ୍ଗ, ବୃତ୍ତଙ୍ଗ, ଅପର ଲନଥ, କୁଟୁଳିସିଙ୍ଗା, ତେଲ-ସମନ୍ବିତ ପ୍ରକଳ୍ପ, ଖତଗ, ଉତେଇ ରାଉଳ, ଜୀରା, ଅପର ଉଦନ୍ତୀ, ରାନଜୋର, ଲକ୍ଷ୍ମୀପଥର ନାଳ, ବ୍ରାହ୍ମଣୀପଦ, ସାଲକି ଜଳବିଦ୍ୟୁତ ଆଦି ପ୍ରସ୍ତାବିତ ପ୍ରକଳ୍ପ ସତରେ କ୍ରିୟାନ୍ବୟନ ହୋଇପାରିଥିଲେ ଆମେ ଆଜି ତଳମୁଣ୍ଡ ନଦୀରେ ପାଣିକୁ ଆମେ ସଞ୍ଚତ୍ତ କରି ରଖିପାରିଥାନ୍ତେ।
ହରିରାଜପୁର, ପୁରୀ
ମୋ: ୯୪୩୮୫୭୯୨୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri