Posted inଫୁରସତ

ସହଯୋଗ ଲୋଡ଼ା

ଆଜି ହେଉଛି ‘ଓ୍ବାଲର୍‌ଡ ବ୍ରେନ୍‌ ଟ୍ୟୁମର ଡେ’ ବା ‘ବିଶ୍ୱ ମସ୍ତିଷ୍କ ଅର୍ବୁଦ ଦିବସ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା…
ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ଏତେ ଗୁରୁତ୍ୱପୂର୍ଣ୍ଣ ଯେ, ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ ଖପୁରି ଭିତରେ ଏହାକୁ ସୁରକ୍ଷିତ କରି ରଖିଛି ପ୍ରକୃତି। ମସ୍ତିଷ୍କଟି ବେଶ୍‌ ନରମ ଓ ଧଳା ଏହାର ଭିତର ଅଂଶ। ସେଥିପାଇଁ ଦୁର୍ଘଟଣାରେ ପଡ଼ି ଖପୁରି ଫାଟିଗଲେ ‘ଦହି ବାହାରି ଆସିଲା’ ବୋଲି ଲୋକେ କହିଥାଆନ୍ତି। ମସ୍ତିଷ୍କର ଓଜନ ଦେଢ଼ କିଗ୍ରା ଓ ଏହା ସ୍ନାୟୁକୋଷଗୁଡ଼ିକୁ ନେଇ ଗଠିତ। ମସ୍ତିଷ୍କର ରହିଛି ବିଭିନ୍ନ ଅଂଶ, ଯଥା-ସିରିବ୍ରମ, ସେରିବେଲମ୍‌, ବ୍ରେନ୍‌ ଷ୍ଟେମ୍‌ ଇତ୍ୟାଦି। ଅଂଶଭେଦରେ ସେଗୁଡିକର କାର୍ଯ୍ୟ ମଧ୍ୟ ଭିନ୍ନ ଭିନ୍ନ। ମସ୍ତିଷ୍କକୁ ଦେହର ‘ହେଡ୍‌ ଅଫିସ’ ବୋଲି କୁହାଯାଇଛି। କାରଣ ସମଗ୍ର ଦେହଟିର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରିବାର ସୁଖୀ କାରିଗର ହେଉଛି ମସ୍ତିଷ୍କ। ଆମର ସୁଖ ଦୁଃଖ, କ୍ରୋଧ, ପ୍ରେମ, ଅଭିମାନ ସହ ବିଭିନ୍ନ ଅଭିବ୍ୟକ୍ତ ସମେତ ଶାରୀରିକ ଅସୁଖବିସୁଖ ମଧ୍ୟ ମସ୍ତିଷ୍କ ହାତରେ ରହିଛି। ଅନୁଭବ କରିବା, ଚଲାବୁଲା କରିପାରିବା, ଶ୍ୱାସକ୍ରିୟା କରିବା, ଚିନ୍ତା କରିବା, ମନେରଖିବା, ମନେପକାଇବା ଆଦି ଯାବତୀୟ କାମର ପଶ୍ଚାତ୍‌ରେ ରହିଛି ମସ୍ତିଷ୍କର ଭୂମିକା। ମସ୍ତିଷ୍କର ବିକାଶ ପ୍ରକ୍ରିୟାଟି ଆରମ୍ଭ ହୋଇଥାଏ ଭ୍ରୂଣ ଅବସ୍ଥାରୁ।
ବ୍ରେନ୍‌ ଟ୍ୟୁମର ସଂକ୍ରାନ୍ତରେ ଜନ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଜୁନ୍‌ ୮ ତାରିଖରେ ପାଳିତ ହୋଇଥାଏ ‘ଓ୍ବାଲର୍‌ଡ ବ୍ରେନ୍‌ ଟ୍ୟୁମର ଡେ’ ବା ‘ବିଶ୍ୱ ମସ୍ତିଷ୍କ ଅର୍ବୁଦ ଦିବସ’। ତେବେ ରୋଗର ଭାବୀ ପରିଣତି ଭଲ ହୋଇ ନ ଥିବାରୁ ରୋଗୀର ଚିକିତ୍ସାରେ ଅବହେଳା ନ କରି ରୋଗୀକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବା ଓ ତାହାର ମନୋବଳ ବୃଦ୍ଧି କରାଇବା ପାଇଁ ଯତ୍ନଶୀଳ ହେବା ହେଉଛି ପ୍ରଥମ କର୍ତ୍ତବ୍ୟ। ରୋଗୀ, ରୋଗୀ ପରିବାର ସଦସ୍ୟ, ରୋଗୀ ଚିକିତ୍ସାରେ ନିୟୋଜିତ ଚିକିତ୍ସକ, ସ୍ବାସ୍ଥ୍ୟକର୍ମୀମାନଙ୍କର ସମ୍ମିଳିତ ସହଯୋଗ ଏଥିପାଇଁ କାମ୍ୟ। ରୋଗ ସମ୍ବନ୍ଧୀୟ ଗବେଷଣା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଅନୁଦାନ ଉପଲବ୍ଧ ହେବା ଉଚିତ। ସମସ୍ତଙ୍କର ଅକୁଣ୍ଠ ସହଯୋଗ ମିଳିପାରିଲେ ବ୍ରେନ୍‌ ଟ୍ୟୁମର ରୋଗୀଙ୍କର ଅଶେଷ ଉପକାର ସାଧିତ ହୋଇପାରିବ। ଏହା ହିଁ ହେଉଛି ଚଳିତ ବର୍ଷ ଓ୍ବାଲର୍‌ଡ ବ୍ରେନ୍‌ ଟ୍ୟୁମର ଉପଲକ୍ଷେ ପ୍ରସାରିତ ବାର୍ତ୍ତାର ସାରମର୍ମ।
ମସ୍ତିଷ୍କର କ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ଆମେ ତାହାକୁ ‘ମସ୍ତିଷ୍କ ମୃତ୍ୟୁ’ ବା ବ୍ରେନ୍‌ ଡେଡ୍‌ ବୋଲି କହିଥାଉ। ସେପରି ଅବସ୍ଥା ଉପୁଜିଲେ ବିଭିନ୍ନ ଯାନ୍ତ୍ରିକ ଉପକରଣ ବିନିଯୋଗ କରି ରୋଗୀକୁ ବଞ୍ଚେଇ ରଖିହେଲେ ମଧ୍ୟ ମୃତ୍ୟୁ ହିଁ ହେଉଛି ଅବଶ୍ୟମ୍ଭାବୀ ପରିଣତି। ଏହି ବ୍ରେନ୍‌ ଡେଡ୍‌ ଅବସ୍ଥାରେ ହିଁ ଅଙ୍ଗ ପ୍ରତିରୋପଣ ପାଇଁ ତା’ର ଶରୀରରୁ ବିଭିନ୍ନ ଅଙ୍ଗ ସଂଗ୍ରହ କରାଯାଇଥାଏ।
ଅନ୍ୟାନ୍ୟ ଅଙ୍ଗଭଳି ମସ୍ତିଷ୍କଟି ମଧ୍ୟ ଜୀବକୋଷଗୁଡିକୁ ନେଇ ଗଠିତ ହୋଇଥିବାରୁ ମସ୍ତିଷ୍କରେ ମଧ୍ୟ ଅର୍ବୁଦ ବା ‘ଟ୍ୟୁମର’ ଜାତ ହୋଇଥାଏ। ତେବେ ମସ୍ତିଷ୍କଟି ଖପୁରି ହାଡ଼ଗୁଡିକ ଦ୍ୱାରା ଆବଦ୍ଧ ହୋଇଥିବାରୁ ମସ୍ତିଷ୍କରେ ଅର୍ବୁଦ ଶରୀରର ଅନ୍ୟ ଅଙ୍ଗଗୁଡିକୁ ପ୍ରସରି ପାରେ ନାହିଁ। କିନ୍ତୁ ଶରୀରର ଅନ୍ୟ ଅଙ୍ଗଗୁଡିକରେ କ୍ୟାନ୍‌ସର ବା କର୍କଟ ରୋଗ ହେଲେ ତାହା ମସ୍ତିଷ୍କକୁ ପ୍ରସରି ଯାଇପାରେ। ମସ୍ତିଷ୍କରେ ବିଭିନ୍ନ ପ୍ରକାର ଟ୍ୟୁମର ହେଉଥିଲେ ମଧ୍ୟ ‘ଗ୍ଲାୟୋମା’ ନାମକ ଟ୍ୟୁମର ସବୁଠାରୁ ବେଶୀ ମାରାତ୍ମକ। ମସ୍ତିଷ୍କରେ କାହିଁକି ଟ୍ୟୁମର ହୋଇଥାଏ ତାହାର ସ୍ପଷ୍ଟ କାରଣ ଜଣାପଡିନି। ଅଥଚ କେବଳ ଆମେରିକାରେ ରହିଛନ୍ତି ପାଖାପାଖି ୭ ଲକ୍ଷ ବ୍ରେନ୍‌ ଟ୍ୟୁମର ରୋଗୀ।
ପିଲାଠାରୁ ବୁଢ଼ା-ସମସ୍ତେ ବ୍ରେନ୍‌ ଟ୍ୟୁମରରେ ଆକ୍ରାନ୍ତ ହୋଇପାରନ୍ତି। ମହିଳାମାନଙ୍କ ଅପେକ୍ଷା ବେଶୀ ଆକ୍ରାନ୍ତ ହୋଇଥାଆନ୍ତି ପୁରୁଷମାନେ। ତେବେ ବ୍ରେନ୍‌ ଟ୍ୟୁମର କହିଲେ ଆମେ ସାଧାରଣତଃ ବ୍ରେନ୍‌ କ୍ୟାନ୍‌ସରକୁ ହିଁ ବୁଝିଥାଉ।
ଖପୁରି ପରିବେଷ୍ଟିତ ହୋଇଥିବାରୁ ବ୍ରେନ୍‌ରେ ଟ୍ୟୁମର ହେଲେ ବ୍ରେନ୍‌ଟି ପ୍ରସାରି ହେବାର ବାଟ ନ ଥାଏ। ଫଳରେ ଟ୍ୟୁମରର ଅବସ୍ଥିତି ଯୋଗୁଁ ବ୍ରେନ୍‌ରେ ଚାପ ବଢ଼ି ବଢ଼ି ଯାଏ। ପ୍ରକାଶପାଏ ଭୀଷଣ ମୁଣ୍ଡ ବ୍ୟଥା, ବାନ୍ତି, ଆଖିକୁ ଭଲ ଦେଖାଯାଏନା, କାନରେ ଭଲ ଶୁଣିହୁଏନି। ରୋଗୀ ସ୍ବଚ୍ଛନ୍ଦରେ ଚଲାବୁଲା କରି ନ ପାରି ଟଳଟଳ ହୁଏ। ଭଲ ଭାବରେ କଥା କହିପାରେନି। କୌଣସି କଥା ମନେରଖିପାରନି। ପରିଲକ୍ଷିତ ହୁଏ ମାନସିକ ଅସ୍ଥିରତା। ମସ୍ତିଷ୍କର କେଉଁ ସ୍ଥାନରେ ଟ୍ୟୁମର ହୋଇଛି ତାହା ଉପରେ ହିଁ ଲକ୍ଷଣମାନ ନିର୍ଭର କରିଥାଏ।
ରୋଗ ନିର୍ଣ୍ଣୟ ପାଇଁ ଡାକ୍ତରମାନେ ରୋଗୀର ଶାରୀରିକ ପରୀକ୍ଷା କରନ୍ତି। ଖପୁରିକୁ ଏକ୍ସ-ରେ, ମସ୍ତିଷ୍କର ସିଟି ସ୍କାନ, ଏମ୍‌ଆରଆଇ ସ୍କାନ, ପେଟ ସ୍କାନ, ଇଇଜି, ଆଞ୍ଜିଓଗ୍ରାମ୍‌, ଭେଣ୍ଟିକ୍ୟୁଲୋଗ୍ରାମ ଇତ୍ୟାଦି ପରୀକ୍ଷା କରେଇ ନିଅନ୍ତି। ଅପରେଶନ କରିବା ସମୟରେ ଆକ୍ରାନ୍ତ ଅଂଶରୁ ତନ୍ତୁ ସଂଗ୍ରହ କରି କରେଇଥାଆନ୍ତି ତା’ର ବାୟୋଲୋଜି ପରୀକ୍ଷା।
ଅପରେଶନ ସମୟରେ ଖୁବ୍‌ ସାବଧାନତା ଅବଲମ୍ବନ କରାଯାଇଥାଏ। କାରଣ ମସ୍ତିଷ୍କରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରମାନ ଥିବାରୁ ସତର୍କ ନ ରହିଲେ ତାହା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିବା ସ୍ବାଭାବିକ। ଅପରେଶନ କରି ସାରି କରାଯାଏ ରଶ୍ମି ଚିକିତ୍ସା ବା ‘ରେଡିଓଥେରାପି’। ସ୍ଥଳବିଶେଷରେ ରସାୟନ ଚିକିତ୍ସା ବା କେମୋଥେରାପି। ସଅଳ ଚିକିତ୍ସା କରା ନ ଗଲେ ରୋଗୀର ଭବିଷ୍ୟତ ଭଲ ନୁହେଁ।

 

ସମସ୍ତଙ୍କର ଅକୁଣ୍ଠ ସହଯୋଗ ମିଳିପାରିଲେ ବ୍ରେନ୍‌ ଟ୍ୟୁମର ରୋଗୀଙ୍କର ଅଶେଷ ଉପକାର ସାଧିତ ହୋଇପାରିବ। ଏହା ହେଉଛି ଚଳିତ ବର୍ଷ ଓ୍ବାଲର୍‌ଡ ବ୍ରେନ୍‌ ଟ୍ୟୁମର ଉପଲକ୍ଷେ ପ୍ରସାରିତ ବାର୍ତ୍ତାର ସାରମର୍ମ ।

– ଡା. ନିତ୍ୟାନନ୍ଦ ସ୍ବାଇଁ
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri