ଏହି ବ୍ୟକ୍ତିଙ୍କୁ ଦେଖି ପ୍ରବଳ ସୁନା ପିନ୍ଧୁଥିଲେ ବାପି ଲାହିରି

ବଲିଉଡ ଗାୟକ ତଥା କମ୍ପୋଜର ବାପି ଲାହିରିଙ୍କ ଆଜି ୭୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି। ଯଦିଓ ସେ ଏବେ ଦୁନିଆରେ ନାହାନ୍ତି, କିନ୍ତୁ ତାଙ୍କ ଗୀତଗୁଡିକ ଆଜି ଚିରସବୁଜ ହୋଇ ରହିଛି। ସେ ୫୦୦ରୁ ଅଧିକ ଗୀତ ରଚନା କରିଥିବା ବାପି ଜଣେ କିମ୍ବଦନ୍ତୀ ଗାୟକ ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲେ। ପପ ମ୍ୟୁଜିକକୁ ବଲିଉଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିବାର ଶ୍ରେୟ ମଧ୍ୟ ବାପି ଲାହିରିକୁ ଯାଇଥାଏ। ୮୦ ଦଶକରେ ତାଙ୍କର ଗୀତ ହେଉ କିମ୍ବା ଶେଷ ପର୍ଯ୍ୟନ୍ତ ଗାଇଥିବା କୌଣସି ଗୀତ ହେଉ, ତାଙ୍କର ଅନନ୍ୟ ଶୈଳୀ ସର୍ବଦା ଦର୍ଶକଙ୍କୁ ପସନ୍ଦ ଆସିଥିଲା। କିନ୍ତୁ ବାପି ଲାହିରି କେବଳ ଗୀତ ଯୋଗୁ ନୁହେଁ, ସୁନା ପାଇଁ ମଧ୍ୟ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ସବୁବେଳେ ପ୍ରବଳ ସୁନା ପିନ୍ଧୁଥିଲେ। ତେବେ ସେ ଏତେ ସୁନା କାହିଁକି ପିନ୍ଧିଥାନ୍ତି ସେନେଇ ପ୍ରଶ୍ନ ଉଠୁଥିଲା। ଏକ ସାକ୍ଷାତକାରରେ ବାପି ନିଜେ ଏହି କଥା ପ୍ରକାଶ କରିଥିଲେ। ହଲିଉଡର କଳାକାର ପାଇଁ ସେ ସୁନା ପିନ୍ଧିବା ଆରମ୍ଭ କରିଥିଲେ। କହିଥିଲେ- ମୁଁ ହଲିଉଡର କଳାକାର ଏଲଭିସ ପ୍ରେସଲିଙ୍କୁ ବହୁତ ପସନ୍ଦ କରୁଥିଲି। ସେ ସବୁବେଳେ ସୁନା ଚେନ ପିନ୍ଧୁଥିଲେ। ତାଙ୍କ ଶୈଳୀରେ ମୁଁ ପ୍ରଭାବିତ ହୋଇଥିଲ। ତାଙ୍କୁ ଦେଖି ବାପି ନିଷ୍ପତ୍ତି ନେଇଥିଲେ ଯେ ସେ ଅଧିକ ସୁନା ପିନ୍ଧିଲେ ସଫଳ ହେବେ। ସେବେଠୁ ସେ ସୁନା ପିନ୍ଧିବା ଆରମ୍ଭ କଲେ। ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ପାଖରେ ୭୫୪ ଗ୍ରାମ ସୁନା ଏବଂ ୪.୬୨ ଗ୍ରାମ ରୂପା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ସହିତ ସ୍ନୁକର ଖେଳିଲେ ସୋନାକ୍ଷୀ: ଇନଷ୍ଟାଗ୍ରାମ୍‌ରେ ଭିଡ଼ିଓ ଭାଇରାଲ

ମୁମ୍ବାଇ: ଏବେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୧ ମିନିଟ୍‌ର ଏହି ଭିଡ଼ିଓରେ ସୋନାକ୍ଷୀ...

ପୁରୁଷ ବନ୍ଧୁଙ୍କ ସହ ଗୋଆରେ ଛୁଟି କାଟୁଛନ୍ତି ମଲାଇକା

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟି କପୁଲ ମଲାଇକା ଆରୋରା ଓ ଅର୍ଜୁନ କପୁର ସବୁବେଳେ ଥାଆନ୍ତି ଲାଇମଲାଇଟରେ । ଏମାନେ ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡି ।...

ଅନ୍‌ଲାଇନ ଠକେଇର ଶିକାର ହେଲେ ସାହିଦଙ୍କ ପତ୍ନୀ

ମୁମ୍ବାଇ: ବର୍ତ୍ତମାନ ସମୟରେ ଅନ୍‌ଲାଇନ ଶପିଂ ଉପରେ ଲୋକମାନେ ଅଧିକ ନିର୍ଭର କରୁଥିବା ବେଳେ ବହୁଥର ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏହିକ୍ରମରେ...

ଦେଶ ଦେଖିବ ‘ପାଇକ ବିଦ୍ରୋହ’ କାହାଣୀ

ବମ୍ବେ: ଜାତୀୟ ଚ୍ୟାନେଲ୍‌ରେ ପ୍ରସାରିତ ହେବ ଓଡ଼ିଶାର ବୀରତ୍ୱର କାହାଣୀ। ପାଇକଙ୍କ ବିଦ୍ରୋହ, ବୀରତ୍ୱ, ତ୍ୟାଗ, ସଂଘର୍ଷର କାହାଣୀକୁ ନେଇ ପ୍ରସାରିତ ହେବ ନୂଆ ଧାରାବାହିକ...

୧୦ ବର୍ଷ ପରେ ପରଦାକୁ ଫେରିବେ ସୁସ୍ମିତା

ବଲିଉଡର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ...

ଲୋକଙ୍କୁ ସାହାଯ୍ୟ କରି ‘ଡ. ଆମ୍ବେଦକର ପୁରସ୍କାର’ରେ ସମ୍ମାନିତ ହେଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କୁ ‘ଭାରତ ରତ୍ନ ଡ. ଆମ୍ବେଦକର ପୁରସ୍କାର’ରେ ସମ୍ମାନିତ କରାଯାଇଛି। କରୋନା ସମୟରେ ସେ ଲୋକଙ୍କୁ ସାହାଯ୍ୟ କରିଥିଲେ। ଏ ନେଇ...

ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତ୍ରୀ; ଚାରି ପୃଷ୍ଠାର ସୁଇସାଇଡ ନୋଟ୍‌ରେ ଲେଖିଲେ…

ବମ୍ବେ: କଳାକାରଙ୍କ ଜୀବନ ସୋସିଆଲ ମିଡିଆରେ ବହୁତ ସୁନ୍ଦର ଲାଗେ। ତାଙ୍କ ଚାକଚକ୍ୟ ଭରା ଜୀବନକୁ ଦେଖି ଅନେକ ଇର୍ଷା ମଧ୍ୟ କରନ୍ତି। ଉପରକୁ ଦେଖିବାକୁ...

ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ...

Advertisement
Archives

Model This Week