ମା’ ଝିଅଙ୍କୁ ଏକୁଟିଆ ଦେଖି ଘରେ ପଶିଗଲେ ଯୁବକ, ତା’ପରେ..

ପାଟଣା,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଭୃଙ୍ଗରାଜପଶି ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଘରେ ମା’, ଝିଅ ଶୋଇଥିବା ବେଳେ ଜଣେ ଯୁବକ ଘରେ ପଶି ଯାଇଥିଲେ। ହେଲେ ଉଭୟ ମା’ ଝିଅ ପାଟି କରିବାରୁ ଘର ଲୋକେ ଓ ଗ୍ରାମବାସୀ ଆସି ଯୁବକଙ୍କୁ କାବୁ କରିଥିଲେ। ପରେ ଯୁବକଙ୍କୁ ଗାଁ ଲୋକେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ସହ ନିର୍ଧୁମ ମାଡ଼ ମାରିଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି। ଶନିବାର ସକାଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ତଦନ୍ତ ଚଳାଇଛି।