ଅଣ୍ଡା ଦେଖିଲେ ଡର ମାଡୁଛି

ଲଳିତେନ୍ଦୁ ପଲାଉରୀ

ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାରଙ୍କୁ ସମାଲୋଚନା ହେଉ କି ନେତା, ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କିମ୍ବା ଟମାଟୋ, ଆଉ ଅଣ୍ଡାମାଡ଼ ଘଟଣା କିଛି ନୂଆ କଥା ନୁହେଁ। ଗଣତନ୍ତ୍ର ପାଇଁ ଗଠନମୂଳକ ବିରୋଧ ଶୁଭଙ୍କର ହୋଇଥାଏ। ତେଣୁ ଗଣତନ୍ତ୍ରରେ ‘ପ୍ରତିବାଦ’ ଉଭୟ ଶାସକ ଓ ଶାସକ ଦଳକୁ ସେମାନଙ୍କର ଦାୟିତ୍ୱବୋଧ କ’ଣ ହେବା ଉଚିତ ତାହା ସଚେତନ କରିବା ସହ ସତର୍କ କରିଥାଏ। ତେଣୁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଆମେ ସେତେବେଳେ ସଫଳ ବୋଲି କହିପାରିବା ଯେତେବେଳେ ବିରୋଧୀଙ୍କ ଆହ୍ବାନ ହେଉ କି ସମାଲୋଚନାକୁ ଶାସକ ଦଳ ସକାରାତ୍ମକ ଢଙ୍ଗରେ ଗ୍ରହଣ କରି ଲୋକଙ୍କ ପାଇଁ କାମ କରିବାକୁ ଆଗଭର ହୁଏ। ତେଣୁ ବିରୋଧୀ ମଧ୍ୟ ଯୁକ୍ତିଯୁକ୍ତ ଓ ଉପାଦେୟ ତଥ୍ୟକୁ ନେଇ ବିରୋଧ କଲେ ସରକାରଙ୍କ ଉତ୍ତରଦାୟିତ୍ୱ ବଢ଼ିବା ସହ ଗଣତନ୍ତ୍ର ଅଧିକ ସୁଦୃଢ଼ ଓ ପରିପୁଷ୍ଟ ହେବ। ତେବେ ପ୍ରଶ୍ନ ଉଠୁଛି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଲୋକଙ୍କ ଅଧିକାର ଓ ଜନ କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଥିବା ବେଳେ ଶାସକ ହୁଅନ୍ତୁ ବା ଲୋକ ପ୍ରତିନିଧି ଅନେକ ସମୟରେ ସ୍ବେଚ୍ଛାଚାରୀ ହୋଇଯାଉଛନ୍ତି କାହିଁକି ?
ନିର୍ବାଚନ ପୂର୍ବରୁ ଲୋକଙ୍କ ଆଗରେ ପ୍ରତିଶ୍ରୁତିର ପାହାଡ ଛି଼ଡା କରାଉଥିବା ରାଜନେତା ନିର୍ବାଚିତ ହେବା ପରେ ପ୍ରତିଶ୍ରୁତି ପାଳନ ବଦଳରେ ଏକଚ୍ଛତ୍ରବାଦୀଙ୍କ ଭଳି ବ୍ୟବହାର କରୁଛନ୍ତି କାହିଁକି ?
ଏଭଳି ଅନେକ କାରଣ ରହିଛି; ଯାହାଦ୍ବାରା ଲୋକ ପ୍ରତିନିଧିମାନେ ସାଧାରଣ ଜନତାଙ୍କର ବିଶ୍ବାସ ବଦଳରେ ତିରସ୍କାର, ବିରୋଧ ଓ ଅଣ୍ଡାମାଡ଼ ଭଳି ପ୍ରତିବାଦର ସମ୍ମୁଖୀନ ହେଉଛନ୍ତି।
ଦେଶର କେଉଁଠି ନା କେଉଁଠି ପ୍ରତିଦିନ ଘଟି ଚାଲିଛି ଏଭଳି ଘଟଣା। ତେଣୁ ଜନଙ୍କ ପାଇଁ କାମ କରୁ ନ ଥିବାରୁ ଜନପ୍ରତିନିଧିମାନଙ୍କୁ ଜନତା ଅଣ୍ଡାମାଡ଼, ଟମାଟୋ ମାଡ଼, ଯୋତା ମାଡ଼, ଚାପୁଡ଼ା ଆଉ କାଳି ବୋଳି ସେମାନଙ୍କୁ ପ୍ରତିବାଦ ଜଣାଉଛନ୍ତି। ତେଣୁ ଗଣତନ୍ତ୍ରରେ ଗଣ ହିଁ ଶ୍ରେଷ୍ଠ ବିବେଚନା କରାଯାଉଥିବାରୁ ଏଭଳି ପ୍ରତିବାଦ କେବଳ ବର୍ତ୍ତମାନ ସମୟରେ ନୁହେଁ, ଅନେକ ବର୍ଷରୁ ଇତିହାସରେ ଲିପିବଦ୍ଧ ହୋଇ ରହିଛି। କେବଳ ଆମ ଦେଶ ଭାରତ ବା ଆମ ରାଜ୍ୟ ଓଡ଼ିଶା ନୁହେଁ, ଏଭଳି ଅଣ୍ଡାମାଡ଼ ପ୍ରତିବାଦ ଘଟଣା ଏକମାତ୍ର ପ୍ରସଙ୍ଗ ନୁହେଁ, ବିଶ୍ବର କୋଣ ଅନୁକୋଣ, ବିକାଶଶୀଳ ଓ ବିକଶିତ ଦେଶରେ ମଧ୍ୟ ଘଟୁଛି। ଗତ ସେପ୍ଟେମ୍ବର ୨୭ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଫ୍ରାନ୍ସ୍ସର ଲେୟନ ସହରରେ ଏକ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କୁ ବିରୋଧୀଙ୍କ ଅଣ୍ଡାମାଡ଼ର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହିଭଳି ୨୦୧୯ ମେ ୭ରେ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନ ପ୍ରଚାର କରୁଥିବା ବେଳେ କିଛି ମହିଳା ତାଙ୍କ ଉପରକୁ ଅଣ୍ଡାମାଡ଼ କରିଥିଲେ। ଏପରି କି ପ୍ରଥମ ବିଶ୍ବଯୁଦ୍ଧ ପରେ ମଧ୍ୟ ଏହି ଅଣ୍ଡାମାଡ଼ ପ୍ରତିବାଦ ଦେଖିବାକୁ ମିଳିଥିଲା। ୧୯୧୭ ନଭେମ୍ବର ୨୯ରେ କ୍ବିନ୍ସଲାଣ୍ଡରେ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବିଲ୍‌ ହ୍ୟୁଗେସଙ୍କୁ ୱାରୱିକ ରେଳ ଷ୍ଟେସନରେ ଅଣ୍ଡାମାଡ଼ କରାଯାଇଥିଲା। ସେହିଭଳି ୧୯୭୦ରେ ବ୍ରିଟେନ ପ୍ରଧାନମନ୍ତ୍ରୀ ହାରଲ୍ଡ ୱିଲସନଙ୍କୁ ନିର୍ବାଚନ ପ୍ରଚାର ବେଳେ କନ୍‌ଜରଭେଟିଭ ପାର୍ଟିର ଯୁବ ନେତାମାନେ ଅଣ୍ଡାମାଡ଼ କରିଥିଲ। ୨୦୦୧ ମେ ମାସରେ ଇଂଲଣ୍ଡର ଉପ-ପ୍ରଧାନମନ୍ତ୍ରୀ ଜନ ପ୍ରିସ୍କଟଙ୍କୁ ମଧ୍ୟ ଅଣ୍ଡାମାଡ଼ ହୋଇଥିବାର ପ୍ରମାଣ ରହିଛି । ତେବେ କେବଳ ଅଷ୍ଟ୍ରେଲିଆ, ଇଂଲଣ୍ଡ ନୁହେଁ ହଂକଂ, ଫ୍ରାନ୍ସ, ଗ୍ରୀସ୍‌, ଇଟାଲି ଭଳି ଦେଶରେ ଜନ ପ୍ରତିନିଧିଙ୍କୁ ଅଣ୍ଡାମାଡ଼ କରି ବିରୋଧ ପ୍ରଦର୍ଶନ ଘଟଣା ଅନେକ ସମୟରେ ଘଟି ଚାଲିଛି। ୨୦୦୪ରେ ବ୍ରିଟେନର ହାଉସ ଅଫ କମନରେ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଉଦ୍‌ବୋଧନ ଦେଉଥିବା ବେଳେ ତାଙ୍କ ଉପରକୁ ପର୍ପଲ କଲର ପାଉଡର ଫିଙ୍ଗି ପ୍ରତିବାଦ କରିଥିଲେ ବିରୋଧୀ। ୧୯୬୦ରେ ଆମେରିକାର ଉପରାଷ୍ଟ୍ରପତି ରିଚାର୍ଡ ନିକ୍ସନ ସାଉଥ ଆମେରିକୀୟ ଦେଶରେ ଏକ ସଦ୍‌ଭାବନା ଯାତ୍ରାରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କ ଉପରେ ମଧ୍ୟ ଅଣ୍ଡାମାଡ଼ ହୋଇଥିବାର ପ୍ରମାଣ ରହିଛି। ୨୦୦୩ରେ ଆମେରିକା କାଲିଫର୍ନିଆ ଗଭର୍ନର ଆର୍ନଲ୍ଡ ସ୍ବଜେନଜର ନିର୍ବାଚନୀ ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ ମଧ୍ୟ ଅଣ୍ଡାମାଡ଼ କରିଥିଲେ ବିରୋଧୀ। ୨୦୧୫ରେ ଭେନିଜୁଏଲାର ରାଷ୍ଟ୍ରପତି ନିକୋଲାସ ମଦୁରୋ ଆଞ୍ଜୋଲିକ ଗସ୍ତ ବେଳେ ତାଙ୍କ ଉପରକୁ ବିଦ୍ରୋହୀମାନେ ଆମ୍ବ ଫୋପାଡ଼ି ପ୍ରତିବାଦ କରିଥିଲେ। ଇଂଲଣ୍ଡ ଭଳି ବିକଶିତ ଦେଶରେ ନାଗରିକମାନେ ଅଣ୍ଡାମାଡ଼ କରି ପ୍ରତିବାଦ କରିବା ଏକ ପ୍ରମୁଖ ଘଟଣା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଡେଭିଡ୍‌କ୍ୟାମରୁନଙ୍କଠାରୁ ଜନ୍‌ ପ୍ରିସକଟଙ୍କ ପର୍ଯ୍ୟନ୍ତ ବ୍ରିଟେନର ବହୁ ପ୍ରଭାବଶାଳୀ ନେତା ମଧ୍ୟ ବିଭିନ୍ନ ସମୟରେ ଅଣ୍ଡାମାଡ଼ର ଶିକାର ହୋଇଛନ୍ତି।
୨୦୧୦ରେ ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ମଧ୍ୟ ବିରୋଧ ପ୍ରଦର୍ଶନ ସଦୃଶ ତାଙ୍କ ଉପରକୁ ପେପର ବ୍ୟାକ ବୁକ ଫୋପାଡ଼ି ଜଣେ ଆମେରିକୀୟ ନାଗରିକ ପ୍ରତିବାଦ ଜଣାଇଥିଲେ। ଆମ ଦେଶରେ ମଧ୍ୟ ବହୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପର୍ଯ୍ୟନ୍ତ ସେମାନଙ୍କ ଉପରକୁ ଚପଲ ଫୋପାଡ଼ିବାଠାରୁ ଆରମ୍ଭ କରି ଅଣ୍ଡାମାଡ଼, କାଳିମାଡ଼ ଭଳି ପ୍ରତିବାଦ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି ।
ଏପରି କି ବ୍ରିଟିଶ ଶାସନରୁ ପରାଧୀନ ଭାରତକୁ ମୁକ୍ତି କରିବାକୁ ସେ ସମୟରେ ମଧ୍ୟ ବହୁ ରାଷ୍ଟ୍ର ନେତା ବିଭିନ୍ନ ଉପାୟରେ ଇଂରେଜ ସରକାର ବିରୋଧରେ ପ୍ରତିବାଦ କରିଥିବାର ପ୍ରମାଣ ରହିଛି; ଯେମିତି କି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ‘କୁଟି ଖାଅ କାଟି ପିନ୍ଧ’ ନାରା ହେଉ ବା ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ, ଆଉ ଶେଷରେ ଭାରତଛାଡ଼ ଆନ୍ଦୋଳନ ଗୋଟିଏ ଗୋଟିଏ ପ୍ରତିବାଦର ଉଦାହରଣ ମଧ୍ୟ। ତେଣୁ ବର୍ତ୍ତମାନ ଭାରତ ବର୍ଷର ଯୁବ ପ୍ରାଧାନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକ ଦୁର୍ନୀତି ମୁକ୍ତ ଭାରତ ଗଠନ ପାଇଁ ରାଜନେତାମାନଙ୍କୁ ଅଣ୍ଡାମାଡ଼ ଓ ବିଚ ରାସ୍ତାରେ କାଳି ବୋଳିବା ଭଳି ପ୍ରତିବାଦ କରାଯାଉଛି। କିନ୍ତୁ ଉଭୟ ଶାସକ ଓ ବିରୋଧୀ ଦଳର ନେତା ବର୍ତ୍ତମାନ ସମୟର ଅଣ୍ଡାମାଡ଼ ପ୍ରତିବାଦକୁ ଏକ ଆକ୍ରୋଶମୂଳକ ରାଜନୀତିର ଆଖ୍ୟା ଦେଇଛନ୍ତି। ଜନ ପ୍ରତିନିଧିଙ୍କୁ ଅଣ୍ଡାମାଡ଼ ଗଣତନ୍ତ୍ରରେ ଏକ ସୁସ୍ଥ ପରମ୍ପରା ନୁହେଁ ବୋଲି ଅନେକେ ମତ ରଖିଛନ୍ତି।
ଏପରି କି କିଛି ବରିଷ୍ଠ ରାଜନେତା ମଧ୍ୟ ଏହି ଅଣ୍ଡାମାଡ଼ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି। ତେଣୁ ବିରୋଧ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଥିବା ଅଣ୍ଡାମାଡ଼ ପ୍ରତିବାଦ ଦୁର୍ନୀତିଖୋର, ବ୍ୟଭିଚାରୀ ନେତା ଓ ମନ୍ତ୍ରୀଙ୍କୁ ଭାରି ବାଧିଲା ଭଳି ମନେହେଉଛି ।
ଅଣ୍ଡା ରାଜନୀତିକୁ ବିଭିନ୍ନ ଦଳ ନିନ୍ଦା କରୁଛନ୍ତି ସତ, କିନ୍ତୁ ମୌକା ଦେଖି ନିଜ ଦଳୀୟକର୍ମୀଙ୍କୁ ସେମାନେ ବିରୋଧୀଙ୍କୁ ଅଣ୍ଡାମାଡ଼ କରିବାକୁ ଉସୁକାଇ ଦେଉଛନ୍ତି। ବର୍ତ୍ତମାନ ରାଜ୍ୟ ରାଜନୀତିରେ ଅଣ୍ଡାମାଡ଼ ଫଣ୍ଡାକୁ ନେଇ ରାଜନୀତି ଚାଲିଛି। ତେବେ ପର୍ଯ୍ୟାୟ ପର୍ଯ୍ୟାୟରେ ଚାଲିଥିବା ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ ପ୍ରତିବାଦ ଦେଖିଲେ ଏହା ହିଁ ଲାଗୁଛି ଯେ ଗଣତନ୍ତ୍ରରେ ଜନତାଙ୍କୁ ନିଃସ୍ବାର୍ଥପର ସେବା ଦେବାକୁ କହି ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଥିବା ଜନ ପ୍ରତିନିଧିମାନେ ଦୁର୍ନୀତିଗ୍ରସ୍ତ, ଅପାରଗ ଆଉ ଏତେ ମାତ୍ରାରେ ସ୍ବାର୍ଥପର ହୋଇ ଯାଇଛନ୍ତି ଯେ ସେମାନଙ୍କ ଥୋବରା ମୁହଁରୁ ଲାଜ ସରମ ଉଭାନ ହୋଇଯାଇଛି । ତେବେ ସେମାନଙ୍କ ଶାର୍ଟରେ ଜନତାଙ୍କ ପ୍ରତିବାଦର କାଳିଛିଟା ପଡୁ ବା ଜନତାଙ୍କ ପ୍ରତିବାଦର ବ୍ରହ୍ମଚାପୁଡ଼ା ଏସବୁକୁ ଜନତାଙ୍କ ଆଶୀର୍ବାଦ ଭଳି ମନେକରୁଥିବା ବେଳେ କିନ୍ତୁ ଅଣ୍ଡା ଦେଖିଲେ ସେମାନଙ୍କୁ ଡର ମାଡୁଛି।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ-୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri