Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ରାଗ ଦେଖି ସରକାରୀ ବାବୁ ଛାନିଆ, ପ୍ରସ୍ତୁତ ହେବ ଖାମଖିଆଲି ଅଧିକାରୀଙ୍କ ତାଲିକା…

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୭ ତମ ପ୍ରଗତି(ପ୍ରୋଟେକ୍ଟିଭ୍‌ ଗଭର୍ନାସ୍‌ ଆଣ୍ଡ୍‌ ଟାଇମ୍‌ଲି ଇମ୍ପ୍ଲିମେଣ୍ଟେଶନ) ବୈଠକରେ ଯୋଗଦେଇ ସରକାରୀ ବାବୁଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରାଗ ଦେଖି ସରକାରୀ ବାବୁ ଛାନିଆ ହୋଇଯାଇଛନ୍ତି। ସେମାନଙ୍କ ମନରେ ଏବେ ଛନକା ପଶିଛି। ବୈଠକରେ ପ୍ରଧାନମନ୍ତ୍ରୀ ୮ଟି ପରିଯୋଜନାର ସମୀକ୍ଷା କରିଛନ୍ତି। ଠିକ୍‌ ସମୟରେ କାର୍ଯ୍ୟ ସମ୍ପାଦିତ ହେଉ ନ ଥିବା ଜାଣିବା ପରେ ପ୍ରଧାନମନ୍ତ୍ରୀ ରାଗିଯାଇଥିଲେ। ଖାମଖିଆଲି ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସେ କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ପରିଯୋଜନାର କାମରେ ଆଶାଜନକ ବୃଦ୍ଧି ଦେଖିବାକୁ ମିଳିଛି। ପ୍ରତି ପରିଯୋଜନା ପାଇଁ ଅଲଗା ଅଲଗା ଡୋଜିୟର ପ୍ରସ୍ତୁତ କରିବାକୁ ସେ ଗୌବାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ପ୍ରତି ରାଜ୍ୟର ସଚିବଙ୍କୁ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ସ୍ଥାପନ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କହିଛନ୍ତି। ଯାହାଦ୍ୱାରା ପ୍ରତି ବେଡ୍‌ରେ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ୍‌ ଉପଲବ୍ଧ କରାଯାଇ ପାରିବ। ପରିଯୋଜନାରେ ବିଳମ୍ବ ହେତୁ ରେଳ ପ୍ରକଳ୍ପର ମୂଲ୍ୟ ତିନି ଗୁଣ ବୃଦ୍ଧି ପାଇଥିବା ଶୁଣି ପ୍ରଧାନମନ୍ତ୍ରୀ କ୍ରୋଧିତ ହୋଇଥିଲେ। ସେହିଭଳି ପଶ୍ଚିମାଞ୍ଚଳ ଉତ୍ସର୍ଗୀକୃତ ମାଲ ପରିବହନ କରିଡର(ଡବ୍ଲୁଡିଏଫ୍‌ସି) ଫ୍ଲାଗସିପ ପ୍ରୋଜେକ୍ଟ ମଧ୍ୟ ଅଟକି ଯାଇଛି। ପ୍ରକଳ୍ପଗୁଡ଼ିକର ବିଳମ୍ବ ପାଇଁ ଦାୟିତ୍ୱ ନିର୍ବାହ କରିବାକୁ ପ୍ରଧାନମନ୍ତ୍ରୀ ପୂର୍ବରୁ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।  ଅନୁଷ୍ଠିତ ପ୍ରଗତି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରକଳ୍ପର ବିଳମ୍ବ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗ ଦାୟୀ ରହିବେ। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭିତ୍ତିଭୂମି କ୍ଷେତ୍ରରେ ୪୮୩ଟି ପ୍ରକଳ୍ପରେ ପ୍ରତିଟି ପିଛା ୧୫୦ କୋଟିରୁ ଅଧିକ ନିବେଶ କରାଯାଇଛି। ଏହାର ମୋଟ ନିବେଶ ପରିମାଣ ଆନୁମାନିକ ମୂଲ୍ୟ ତୁଳନାରେ ୪.୪୩ ଲକ୍ଷ କୋଟିରୁ ଅଧିକ ବୃଦ୍ଧି ଘଟିଛି। ପ୍ରକଳ୍ପ ସମାପ୍ତିରେ ବିଳମ୍ବ ଏବଂ ଅନ୍ୟାନ୍ୟ କାରଣ ହେତୁ ଖର୍ଚ୍ଚ ଅଧିକ ହୋଇଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ୧୫୦ କୋଟି କିମ୍ବା ତା’ଠାରୁ ଅଧିକ ମୂଲ୍ୟର ଭିତ୍ତିଭୂମି କ୍ଷେତ୍ର ପ୍ରକଳ୍ପଗୁଡ଼ିକର ତଦାରଖ କରିଥାନ୍ତି। ମନ୍ତ୍ରଣାଳୟର ଜୁଲାଇ ୨୦୨୧ ରିପୋର୍ଟରେ କୁହାଯାଇଛି ଯେ ୧,୭୮୧ ଟି ପ୍ରକଳ୍ପ ମଧ୍ୟରୁ ୪୮୩ରେ ଖଚ୍ଚ ବଢ଼ିଛି। ସେହିପରି ୫୦୪ଟି ପ୍ରକଳ୍ପ ବିଳମ୍ବରେ ଚାଲିଛି।
ସୂଚନାଯୋଗ୍ୟ, ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା ଏବଂ ଦୁର୍ନୀତି ଯାଞ୍ଚ କରିବା ପାଇଁ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୦୧୫ରେ ପ୍ରଗତି ପୋର୍ଟାଲ ଆରମ୍ଭ କରିଥିଲେ। ଏହା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ), କେନ୍ଦ୍ର ସରକାରଙ୍କ ସଚିବ ଏବଂ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ବ୍ୟବହୃତହୋଇଥାଏ। ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମାସର ଚତୁର୍ଥ ବୁଧବାର ବୈଠକ କରି ମନୋନୀତ ପ୍ରକଳ୍ପର ସମୀକ୍ଷା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଦୋକାନୀମାନେ UPI ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ; ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୧୭।୯: UPI କାରବାର ଉପରେ ଶୁଳ୍କ ଲାଗୁ ହେବା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ, ସରକାର ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି ଯେ ୨,୦୦୦…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଲେଖିଲେ ଜର୍ଜିଆ ମେଲୋନି, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ରୋମ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?