Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ରାଗ ଦେଖି ସରକାରୀ ବାବୁ ଛାନିଆ, ପ୍ରସ୍ତୁତ ହେବ ଖାମଖିଆଲି ଅଧିକାରୀଙ୍କ ତାଲିକା…

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୭ ତମ ପ୍ରଗତି(ପ୍ରୋଟେକ୍ଟିଭ୍‌ ଗଭର୍ନାସ୍‌ ଆଣ୍ଡ୍‌ ଟାଇମ୍‌ଲି ଇମ୍ପ୍ଲିମେଣ୍ଟେଶନ) ବୈଠକରେ ଯୋଗଦେଇ ସରକାରୀ ବାବୁଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରାଗ ଦେଖି ସରକାରୀ ବାବୁ ଛାନିଆ ହୋଇଯାଇଛନ୍ତି। ସେମାନଙ୍କ ମନରେ ଏବେ ଛନକା ପଶିଛି। ବୈଠକରେ ପ୍ରଧାନମନ୍ତ୍ରୀ ୮ଟି ପରିଯୋଜନାର ସମୀକ୍ଷା କରିଛନ୍ତି। ଠିକ୍‌ ସମୟରେ କାର୍ଯ୍ୟ ସମ୍ପାଦିତ ହେଉ ନ ଥିବା ଜାଣିବା ପରେ ପ୍ରଧାନମନ୍ତ୍ରୀ ରାଗିଯାଇଥିଲେ। ଖାମଖିଆଲି ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସେ କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ପରିଯୋଜନାର କାମରେ ଆଶାଜନକ ବୃଦ୍ଧି ଦେଖିବାକୁ ମିଳିଛି। ପ୍ରତି ପରିଯୋଜନା ପାଇଁ ଅଲଗା ଅଲଗା ଡୋଜିୟର ପ୍ରସ୍ତୁତ କରିବାକୁ ସେ ଗୌବାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ପ୍ରତି ରାଜ୍ୟର ସଚିବଙ୍କୁ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ସ୍ଥାପନ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କହିଛନ୍ତି। ଯାହାଦ୍ୱାରା ପ୍ରତି ବେଡ୍‌ରେ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ୍‌ ଉପଲବ୍ଧ କରାଯାଇ ପାରିବ। ପରିଯୋଜନାରେ ବିଳମ୍ବ ହେତୁ ରେଳ ପ୍ରକଳ୍ପର ମୂଲ୍ୟ ତିନି ଗୁଣ ବୃଦ୍ଧି ପାଇଥିବା ଶୁଣି ପ୍ରଧାନମନ୍ତ୍ରୀ କ୍ରୋଧିତ ହୋଇଥିଲେ। ସେହିଭଳି ପଶ୍ଚିମାଞ୍ଚଳ ଉତ୍ସର୍ଗୀକୃତ ମାଲ ପରିବହନ କରିଡର(ଡବ୍ଲୁଡିଏଫ୍‌ସି) ଫ୍ଲାଗସିପ ପ୍ରୋଜେକ୍ଟ ମଧ୍ୟ ଅଟକି ଯାଇଛି। ପ୍ରକଳ୍ପଗୁଡ଼ିକର ବିଳମ୍ବ ପାଇଁ ଦାୟିତ୍ୱ ନିର୍ବାହ କରିବାକୁ ପ୍ରଧାନମନ୍ତ୍ରୀ ପୂର୍ବରୁ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।  ଅନୁଷ୍ଠିତ ପ୍ରଗତି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରକଳ୍ପର ବିଳମ୍ବ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗ ଦାୟୀ ରହିବେ। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭିତ୍ତିଭୂମି କ୍ଷେତ୍ରରେ ୪୮୩ଟି ପ୍ରକଳ୍ପରେ ପ୍ରତିଟି ପିଛା ୧୫୦ କୋଟିରୁ ଅଧିକ ନିବେଶ କରାଯାଇଛି। ଏହାର ମୋଟ ନିବେଶ ପରିମାଣ ଆନୁମାନିକ ମୂଲ୍ୟ ତୁଳନାରେ ୪.୪୩ ଲକ୍ଷ କୋଟିରୁ ଅଧିକ ବୃଦ୍ଧି ଘଟିଛି। ପ୍ରକଳ୍ପ ସମାପ୍ତିରେ ବିଳମ୍ବ ଏବଂ ଅନ୍ୟାନ୍ୟ କାରଣ ହେତୁ ଖର୍ଚ୍ଚ ଅଧିକ ହୋଇଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ୧୫୦ କୋଟି କିମ୍ବା ତା’ଠାରୁ ଅଧିକ ମୂଲ୍ୟର ଭିତ୍ତିଭୂମି କ୍ଷେତ୍ର ପ୍ରକଳ୍ପଗୁଡ଼ିକର ତଦାରଖ କରିଥାନ୍ତି। ମନ୍ତ୍ରଣାଳୟର ଜୁଲାଇ ୨୦୨୧ ରିପୋର୍ଟରେ କୁହାଯାଇଛି ଯେ ୧,୭୮୧ ଟି ପ୍ରକଳ୍ପ ମଧ୍ୟରୁ ୪୮୩ରେ ଖଚ୍ଚ ବଢ଼ିଛି। ସେହିପରି ୫୦୪ଟି ପ୍ରକଳ୍ପ ବିଳମ୍ବରେ ଚାଲିଛି।
ସୂଚନାଯୋଗ୍ୟ, ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା ଏବଂ ଦୁର୍ନୀତି ଯାଞ୍ଚ କରିବା ପାଇଁ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୦୧୫ରେ ପ୍ରଗତି ପୋର୍ଟାଲ ଆରମ୍ଭ କରିଥିଲେ। ଏହା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ), କେନ୍ଦ୍ର ସରକାରଙ୍କ ସଚିବ ଏବଂ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ବ୍ୟବହୃତହୋଇଥାଏ। ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମାସର ଚତୁର୍ଥ ବୁଧବାର ବୈଠକ କରି ମନୋନୀତ ପ୍ରକଳ୍ପର ସମୀକ୍ଷା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri