ଦିଲ୍ଲୀ ବିସ୍ଫୋରଣ ପରେ ବାଲିଯାତ୍ରା ପଡ଼ିଆରେ ହାଇଆଲର୍ଟ

କଟକ,୧୦।୧୧: ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣା ପରେ ସମଗ୍ର ଓଡ଼ିଶା ରାଜ୍ୟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି ଖୁରାନିଆ ଏନେଇ ସୂଚନା ଦେଇଛନ୍ତି।

ଦିଲ୍ଲୀ ବିସ୍ଫୋରଣ ପରେ ଡିଜିପି ଖୁରାନିଆ ତୁରନ୍ତ କଟକ ଗସ୍ତ କରି ବାଲିଯାତ୍ରା ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ସେ କଟକ ଡିସିପିଙ୍କ ସହ ଆଲୋଚନା କରିଛନ୍ତି।ସେ କହିଛନ୍ତି ଯେ ରାଜ୍ୟର ପ୍ରମୁଖ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି।

ଡିଜିପି ଲୋକଙ୍କୁ ସହଯୋଗ କରିବାକୁ ଅପିଲ୍ କରିବା ସହ କୌଣସି ସନ୍ଦିଗ୍ଧ ବ୍ୟକ୍ତି ବା ବସ୍ତୁ ଦେଖିଲେ ତୁରନ୍ତ ପୋଲିସ୍ କଣ୍ଟ୍ରୋଲ୍ ରୁମ୍‌କୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ବିସ୍ଫୋରଣ ପରେ ଡିଜିପିଙ୍କ ସହ କଥା ହୋଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବାଲିଯାତ୍ରା ଚାଲିଥିବାରୁ ଅଧିକ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଦିଲ୍ଲୀ ଘଟଣାରେ ସାଧାରଣ ଲୋକଙ୍କ ଜୀବନହାନିକୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଅମାନବୀୟ ଘଟଣାର କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି, “ଏଭଳି ଅମାନବୀୟ ଘଟଣାକୁ ଭାରତ କେବେ ବରଦାସ୍ତ କରିନାହିଁ, କି କରିବନି।”


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛି କଳାହାଣ୍ଡି ସରପଞ୍ଚ ସଂଘ। ଶନିବାର ରାଜ୍ୟ ସରପଞ୍ଚ…

ବ୍ଲଡ୍‌ ବ୍ୟାଙ୍କ ବନ୍ଦ ଯୋଗୁ ଶିଶୁଙ୍କୁ ମିଳିଲାନି ରକ୍ତ, ହସ୍ପିଟାଲରେ ଚାଲିଗଲା ଜୀବନ

ଧର୍ମଗଡ଼,୨୦।୬(ଘାସିରାମ ଜଗତ): କଳାହାଣ୍ଡି ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ନ ମିଳିବାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ପରିବାର…

ଭାଲୁକୁ ପିଟି ପିଟି ହତ୍ୟା, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୦ା୬(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନ ଢାଇଗୁଡା ଗ୍ରାମ ନିକଟରେ ଭାଲୁକୁ ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି।…

ଠିକା କାମକୁ କେନ୍ଦ୍ର କରି ମାଡ଼ପିଟ, ଭାଜପା କର୍ମୀ ଗଲେ ଜେଲ

ରିଷିଡା, ୨୦।୬ (ସୁଶାନ୍ତ ମଲ୍ଲିକ): ଏକ ଠିକା କାମକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାରେ ଜଣେ ଭାଜପା କର୍ମୀ ଜେଲ ଯିବା ଘଟଣା…

ରେଞ୍ଜ ଅଫିସରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା

ରାଜନଗର,୨୦ା୬(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ମାନସ ଦାସଙ୍କ କଟକ ଡିଭିଜନକୁ ବଦଳି ହୋଇଛି। ଆସନ୍ତା ୧ ତାରିଖରେ ସେ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri