Posted inରାଜ୍ୟ

ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ସୁରକ୍ଷା କର୍ମୀ

ହିଞ୍ଜିଳିକାଟୁ,୧୯।୮(ଡି.ଏନ.ଏ.): ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ୮୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କୋଠା, ଡାକ୍ତରଖାନାକୁ କାଟାଗୋରୀ-୨ ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା, ଡାକ୍ତର,ନର୍ସ ଓ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ ହିଞ୍ଜିଳିକାଟୁ ଡାକ୍ତରଖାନାରେ ରୋଗୀ ସେବାରେ ଅବହେଳା ହେଉଥିବା ଦେଖିବାକୁ ମିଳିଛି। ଜଣେ ସୁରକ୍ଷା କର୍ମୀ (ଗ୍ରୁପ-୪ ସିକ୍ୟୁରିଟି ଗାର୍ଡ) ରୋଗୀ ଦେଖୁଥିବା ଭିଡିଓ ଭାଇରାଲ ହେବା ପରେ ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଟଙ୍କାଛାଇ ଅଞ୍ଚଳର ଜଣେ ରୋଗୀ ହିଞ୍ଜଳିକାଟୁ ମେଡିକାଲକୁ ଆସିଥିଲେ। ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତର ଓ ନର୍ସ କେହି ନ ଥିବାରୁ ଉପସ୍ଥିତ ସୁରକ୍ଷା କର୍ମୀ ରକ୍ତଚାପ ମପା ଯନ୍ତ୍ର ଆଣି ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିଥିଲେ। ରୋଗୀଙ୍କ ଜଣେ ସମ୍ପର୍କୀୟ ଏହାର ଭିଡିଓ କରି ଭାଇରାଲ କରିଥିଲେ। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନୀଷ ଅନୁରାଗ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ମୁହଁରୁ ସତ ଓଗାଳିବା ପାଇଁ କମିଶନରେଟ ପୋଲିସ ରିମାଣ୍ଡରେ ନେବ।...

୯୨ଗାଡିରୁ ୧.୨ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବା ପାଇଁ କଡ଼ା ନିର୍ଦ୍ଦେଶ...

ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ସତ୍ତ୍ୱେ ବିକାଶ ହେଉନି

ଖୋର୍ଦ୍ଧା ଅଫିସ,୩୦ା୯: ଖୋର୍ଦ୍ଧା ଜିଲାର ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ଅବସ୍ଥାରେ ରହିଛି। ପର୍ଯ୍ୟଟନର ମାନ୍ୟତା ସତ୍ତ୍ୱେ ଭିତ୍ତିଭୂମି ଅଭାବରୁ ଅସ୍ତିତ୍ୱ ହଜିବାକୁ ବସିଛି। ରାଜନୈତିକ ଇଚ୍ଛାଶକ୍ତିର...

ପିଆଜ ଦର ବୃଦ୍ଧି ନେଇ ଖାଉଟି ଅସନ୍ତୁଷ୍ଟ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବୃଦ୍ଧି ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଏହି ସାମଗ୍ରୀ କିଲୋ ପିଛା ୩୮ରୁ...

କଟକଣା କୋହଳ ହେବାରୁ ଲୋକେ ଏନଜୟ କଲେଣି

ଭୁବନେଶ୍ୱର,୭।୭(ବ୍ୟୁରୋ): ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଇନ୍‌ଫେକ୍ସନ ରେଟ ୦.୧୩ ପ୍ରତିଶତ ରହିଥିବା ବେଳେ ଏ ନେଇ ମଲ୍ଟିପୁଲ ଷ୍ଟଡି କରାଯାଉଛି । ଏହାସହ ଗର୍ଭବତୀ ମହିଳାଙ୍କ...

ବଟ୍‌ଲିଂ ପ୍ଲାଣ୍ଟ, ରାଜେନ୍ଦ୍ର କଲେଜ ପ୍ଲାଟିନମ୍‌ ଜୁବିଲି ଉଦ୍‌ଘାଟନ ଆଜି: ଯୋଗଦେବେ ଉପରାଷ୍ଟ୍ରପତି

ବଲାଙ୍ଗୀର ଅଫିସ, ୨୭-୧୨:ବଲାଙ୍ଗୀରଠାରେ ନବନିର୍ମିତ ବିପିସିଏଲର ବଟ୍‌ଲିଂ ପ୍ଳାଣ୍ଟ ଏବଂ ରାଜେନ୍ଦ୍ର କଲେଜ ପ୍ଲାଟିନମ୍‌ ଜୁବିଲି ସମାରୋହ ଉଦ୍‌ଘାଟନ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ଉଭୟ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୯୮୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ବାତ୍ୟା କ୍ଷତିଗ୍ରସ୍ତ ଆକଳନ: ପୁରୀରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର, ୨୧।୬(ବ୍ୟୁରୋ): ବାତ୍ୟା ଫନୀ କ୍ଷୟକ୍ଷତି ଆକଳନ କରିବା ପାଇଁ ୪ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ପୁରୀ ଗସ୍ତ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ...

Advertisement
Archives

Model This Week