ହୁଗୁଳା ହେଉଛି ସାତକୋଶିଆ ସୁରକ୍ଷା

ବନ୍ତଳା,୧ା୧୧: ମହାବଳ ବାଘ ମହାବୀରର ମୃତ୍ୟୁ ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ଏଠାରେ ପ୍ରଥମ କରି ଆରମ୍ଭ କରାଯାଇଥିବା ଦେଶର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ବାତିଲ କରିଥିବା ବେଳେ ବାର୍ଷିକ ଅନୁଦାନରେ ମଧ୍ୟ ବଡ଼ ଆକାରର କାଟଛାଣ୍ଟ କରିଛି। ଫଳରେ ଏହାର ସିଧାସଳଖ ପ୍ରଭାବ ପ୍ରକଳ୍ପ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପଡ଼ିଛି। କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନିଅଣ୍ଟ ପଡ଼ୁଥିବାରୁ ବ୍ୟାଘ୍ର ପ୍ରଳ୍ପର ସୁରକ୍ଷା ପାଇଁ ନିଯୁକ୍ତ ଓ୍ବାଚରମାନଙ୍କୁ ଛଟେଇ କରାଯାଉଛି। ଇତିମଧ୍ୟରେ ୨୦୭ ଜଣ ଅସ୍ଥାୟୀ ୱାଚରଙ୍କୁ ବିଦା କରାଯାଇଥିବାରୁ ପ୍ରକଳ୍ପର ସୁରକ୍ଷା ଢିଲା ପଡ଼ିଯିବା ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ଅନୁଗୋଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧୀନରେ ଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ବାଇଶିପାଲି ବନ୍ୟପ୍ରାଣୀ ଖଣ୍ଡକୁ ନେଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଗଠନ କରାଯାଇଛି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଅନୁଗୋଳ, ଢେଙ୍କାନାଳ, ଆଠମଲ୍ଲିକ, ଆଠଗଡ଼ ଓ ବୌଦ୍ଧ ବନଖଣ୍ଡର କିଛି ସଂରକ୍ଷିତ ଜଙ୍ଗଲ ଏଥିରେ ସାମିଲ ପରେ ପ୍ରକଳ୍ପର ପରିସୀମା ୧୧୩୬.୭୦ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି। ଏହାର ପରିଚାଳନା, ସୁରକ୍ଷା ପାଇଁ ଏନ୍‌ଟିସିଏ ପକ୍ଷରୁ ପ୍ରତିବର୍ଷ ଅନୁଦାନ ଦିଆଯାଇଥାଏ। ଏହାବାଦ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ୪୦ ପ୍ରତିଶତ (ଏନ୍‌ଟିସିଏ ଅନୁଦାନ ଅନୁଯାୟୀ) ଅର୍ଥ ପ୍ରକଳ୍ପକୁ ପ୍ରଦାନ କରାଯାଏ। ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ୟାଘ୍ର ପ୍ରକଳ୍ପ ଖର୍ଚ୍ଚ ପାଇଁ ଅନୁଗୋଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷଣଙ୍କ ପକ୍ଷରୁ ୨୬ କୋଟି ୭୮ ଲକ୍ଷ ଟଙ୍କାର ପ୍ରସ୍ତାବ ଏନ୍‌ଟିସିଏକୁ ଦିଆଯାଇଥିଲା। କିନ୍ତୁ ଏନ୍‌ଟିସିଏ ୧୫ କୋଟି ୯୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷର ଖର୍ଚ୍ଚ ପାଇଁ ୧୫ କୋଟି ୯୬ ଲକ୍ଷ ଟଙ୍କା ମଗାଯାଇଥିବା ବେଳେ ମିଳିଥିଲା ମାତ୍ର ୩ କୋଟି ୮୨ ଲକ୍ଷ ଟଙ୍କା। ତେଣୁ ଖର୍ଚ୍ଚ କାଟ୍‌ କରିବାକୁ ଯାଇ ଗତ ସେପ୍ଟେମ୍ବରରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅସ୍ଥାୟୀ ଓ୍ବାଚରଙ୍କୁ ଛଟେଇ କରାଯାଉଛି। ଇତିମଧ୍ୟରେ ଢେଙ୍କାନାଳ ବନଖଣ୍ଡରୁ ୧୦ ଜଣ ଅସ୍ଥାୟୀ ୱାଚର, ଆଠମଲ୍ଲିକରୁ ୩୦ ଜଣ, ଆଠଗଡ଼ରୁ ୩୦, ସାତକୋଶିଆରୁ ୫୯, ଅନୁଗୋଳରୁ ୨୫, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରୁ ୫୩ ଜଣଙ୍କୁ ବିଦା କରାଯାଇ ସାରିଛି। ଏହି ଅସ୍ଥାୟୀ ଓ୍ବାଚରମାନେ ଜଙ୍ଗଲ ସହ ବନ୍ୟଜନ୍ତୁ, ପରିବେଶ ସୁରକ୍ଷା, ଜନ୍ତୁ ଶିକାରୀ ଓ କାଠମାଫିଆଙ୍କୁ ଧରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପ୍ରକଳ୍ପର ସୁରକ୍ଷାକୁ ଧ୍ୟାନରେ ରଖି ଏନ୍‌ଟିସିଏ ତରଫରୁ ଏମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା। ଏମାନେ ଦୈନିକ ଜଙ୍ଗଲ ମଧ୍ୟରେ ୧୦ କି.ମି. ପାଦରେ ଚାଲି ହାତୀ, ବାଘଙ୍କ ଗତିବିଧି ଓ ଶିକାରୀମାନଙ୍କ ଉପରେ ନଜର ରଖୁଥିଲେ। କିନ୍ତୁ ଏତେ ସଂଖ୍ୟକ ଓ୍ବାଚରଙ୍କୁ ଏକାବେଳେ ଛଟେଇ କରାଯାଇଥିବାରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ନେଇ ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ପ୍ରକଳ୍ପ ମଧ୍ୟରେ ଶିକାରୀ ଓ କାଠ ମାଫିଆଙ୍କ ଉପସ୍ଥିତି ବହୁ ପୂର୍ବରୁ ରହିଥିବା ବେଳେ ମହାବଳ ବାଘ ମହାବୀର ମଧ୍ୟ ଶିକାରୀଙ୍କ ହାବୁଡ଼ରେ ପଡ଼ିଥିବା କୁହାଯାଇ ଆସୁଛି। ତେଣୁ ଖର୍ଚ୍ଚ କାଟ୍‌ ପାଇଁ ୨୦୭ ଓ୍ବାଚରଙ୍କୁ ବିଦା କରାଯିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଅନୁଗୋଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କହିଛନ୍ତି, ଏନ୍‌ଟିସିଏ ଅନୁଦାନ ହ୍ରାସ କରିଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଡିଏଫ୍‌ଓମାନେ ବାଧ୍ୟ ହୋଇ ଅସ୍ଥାୟୀ ଓ୍ବାଚରଙ୍କୁ ଛଟେଇ କରିଛନ୍ତି। ଅଧିକ ଅର୍ଥ ପାଇଁ ପ୍ରସ୍ତାବ ଦିଆଯାଇଛି। ତାହା ଆସିଲେ ଅସ୍ଥାୟୀ ଭାବରେ ସେମାନଙ୍କୁ ପୁଣି ରଖିବାର ବ୍ୟବସ୍ଥା କରାଯିବ। କିନ୍ତୁ ସ୍ବଳ୍ପ ଅନୁଦାନ ଯୋଗୁ ପ୍ରକଳ୍ପ ସୁରକ୍ଷା କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହେଉଛି ବୋଲି କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।

ଦିନେଶ ଦେହୁରୀ


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

ଏବେ ବିଶ୍ୱଯୁଦ୍ଧ ଥୟ! ଆମେରିକା ପରେ ଇରାନକୁ ଧମକ ଦେଲେ ୬ ଦେଶ, ଆଗକୁ…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ମଧ୍ୟରେ, ସାଉଦି ଆରବ, କତାର, କୁୱେତ, ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ ଏବଂ ଜୋର୍ଡାନ ମିଳିତ ଭାବରେ ଇରାନ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri