ପ୍ରଥମେ ସୁରକ୍ଷା

ସୋସିଆଲ୍‌ ସାଇଟ୍‌ରେ ଅପ୍‌ଡେଟ୍‌ ରହି ଅଧିକ ଲୋକପ୍ରିୟତା ସାଉଁଟିବାର କ୍ରେଜ୍‌ ଯୁବପିଢ଼ିଙ୍କଠାରେ କେତେ ଅଧିକ ତାହା କେବଳ କହିବାବାହୁଲ୍ୟ। ଏଥିପାଇଁ ସେମାନେ ପ୍ରତିଟି ଅବସର ଅନୁସାରେ ଗେଟ୍‌ଅପ୍‌ ନେବା ସହ ବିଭିନ୍ନ ପୋଜ୍‌ରେ ଫଟୋ ଏବଂ ଭିଡିଓ ନେବାକୁ ପଛାଉନାହାନ୍ତି। ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଯେଉଁଥିରେ ଦୀପ ସହ ହେଉ କିମ୍ବା ବିଭିନ୍ନ ରଙ୍ଗୋଲୀ ଓ ଭଳିକି ଭଳି ଆଲୋକ ମାଳା ମଧ୍ୟରେ ଫଟୋ ଉଠାଇବା କିମ୍ବା ଭିଡିଓ ରେକର୍ଡ କରିବାକୁ ଅପେକ୍ଷା କରି ରହିଛନ୍ତି ସେମାନେ। ତେବେ ଏ ସମୟରେ ସାମାନ୍ୟ ଅସାବଧାନତା ଯେପରି କୌଣସି ବଡ଼ ବିପଦର କାରଣ ନ ସାଜେ, ସେଥିପ୍ରତି ସତର୍କ ରହିବା ଆବଶ୍ୟକ…
ଦୀପ ସହ ସେଲ୍‌ଫି ବିପଦପୂର୍ଣ୍ଣ: ଏଭଳି ଫଟୋ ନିଶ୍ଚିତ ଭାବେ ଆକର୍ଷଣୀୟ। ହେଲେ ଗୋଟିଏ ହାତରେ ଦୀପ କିମ୍ବା କ୍ୟାଣ୍ଡେଲ୍‌ ଏବଂ ଅନ୍ୟ ହାତରେ ମୋବାଇଲ୍‌ ଧରି ଫଟୋ ଉଠାଇବା ବେଳେ ଓଢ଼ଣି, ଡ୍ରେସ୍‌ କିମ୍ବା କେଶ ନିଆଁ ସଂସ୍ପର୍ଶରେ ଆସି ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଯଦି ଏଭଳି ଫଟୋ ଉଠାଇବାକୁ ଇଚ୍ଛା, ତେବେ ନିଜେ ନ ଉଠାଇ ଅନ୍ୟର ସାହାଯ୍ୟ ନିଅନ୍ତୁ ଏବଂ ଯଥାସମ୍ଭବ ନିଆଁଠାରୁ ଦୂରରେ ରୁହନ୍ତୁ।
ବାଣଠୁ ରଖନ୍ତୁ ଦୂରତା: ବାଣ ଫୁଟାଇବା ସମୟରେ ବି ଫଟୋ ଉଠାଇବା ବିପଦପୂର୍ଣ୍ଣ। ଫଟୋ ଭଲ ଆସିବା ଲାଗି ଅନେକେ ଚକ୍ରି, ଝର୍‌ଝରୀ, କୁମ୍ପି, ସ୍କାଏ ଲାମ୍ପ୍‌ ଆଦି ବାଣ ଫୁଟାଇ ଫଟୋ ଉଠାଇବାକୁ ଗୁରୁତ୍ୱ ଦେଇଥା’ନ୍ତି। ହେଲେ ଏଭଳି ବାଣରୁ ବାହାରୁଥିବା ନିଅଁା ଛିଟିକି ପଡ଼ିବା ଯୋଗୁ ପୋଷାକରେ ନିଅଁା ଲାଗି ଅନେକଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବାର ନଜିର ରହିଛି।
ଲିଚୁ ଧରି ଉଠାନ୍ତୁନି ଫଟୋ: ବର୍ତ୍ତମାନ ଦୀପାବଳି ପାଇଁ କେବଳ ଭଳିକି ଭଳି ଲିଚୁ ଲାଇଟ୍‌ ନୁହେଁ, ବରଂ ବିଭିନ୍ନ ପ୍ରକାରର କଲରଫୁଲ୍‌ ଡେକୋରେଟିଭ୍‌ ଲାଇଟ୍‌ ମାର୍କେଟ୍‌ରେ ମିଳୁଛି। ଆଉ ଏହାକୁ ବ୍ୟବହାର କରି ଘର ସଜାଇବା ସହ ଫଟୋ ଉଠାଇବାର ଚାର୍ମ ଅଲଗା। ହେଲେ ମନେରଖନ୍ତୁ, ଏହାକୁ ଲଗାଇବା ପରେ ଫଟୋ ଉଠାଇବା ନିଶାରେ ତୁରନ୍ତ ଏହାକୁ ଧରି ପକାଇବାର ଭୁଲ ଆଦୌ କରନ୍ତୁ ନାହିଁ। ନଚେତ୍‌ ଶର୍ଟସର୍କିଟ୍‌ ହୋଇ କରେଣ୍ଟ ଲାଗିବାର ଆଶଙ୍କା ରହିଛି। କେହି କେହି ଦେହରେ ଲିଚୁ ଗୁଡ଼ାଇ କିମ୍ବା ହାତରେ ଡେକୋରେଟିଭ୍‌ ଲାଇଟ୍‌ ଧରି ଫଟୋ ନେଉଥିବାର ଦେଖିବାକୁ ମିଳେ। ହେଲେ ଏଥିରେ ମଧ୍ୟ କରେଣ୍ଟ ଲାଗିବାର ଆଶଙ୍କା ରହିଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଲିଚୁ କିମ୍ବା ଅନ୍ୟ ଇଲେକ୍ଟ୍ରି ଲାଇଟ୍‌ ପାଖରେ ଦୀପ କିମ୍ବା କ୍ୟାଣ୍ଡେଲ୍‌ ଲଗାନ୍ତୁ ନାହିଁ। ନଚେତ୍‌ ଏହା ନିଆଁ ସଂସ୍ପର୍ଶରେ ଆସି ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ରହିଛି।
ଫନି ଭିଡିଓ ପଡ଼ିପାରେ ଭାରି: ବର୍ତ୍ତମାନ ଶର୍ଟ ଭିଡିଓ ବା ରିଲ୍ସ ଟ୍ରେଣ୍ଡ ଚାଲିଛି। ଯେଉଁଥିରେ ଫନି ଭିଡିଓର ଡିମାଣ୍ଡ ବେଶି। ଏମିତି ଫନି ଭିଡିଓ ଶୁଟ୍‌ କରିବା ନିଶାରେ ଅନେକେ ଅନ୍ୟକୁ ଡରାଇବା ଲାଗି ପାଖକୁ ବାଣ ଫିଙ୍ଗିଥା’ନ୍ତି, ହେଲେ ଏଥିରେ ଅନ୍ୟର ଜୀବନ ପ୍ରତି ବିପଦ ରହିଛି। କେହି କେହି ଭିଡ଼ିଓ ନିଶାରେ କୁକୁର, ଗାଈ ଗୃହପାଳିତ ପ୍ରାଣୀଙ୍କ ଉପରକୁ ମଧ୍ୟ ବାଣ ଫିଙ୍ଗିବାକୁ ପଛାଇ ନ ଥା’ନ୍ତି। ହେଲେ ଏପରି କରିବା ଆଦୌ ଠିକ୍‌ ନୁହେଁ।

କ’ଣ କୁହନ୍ତି ଏମାନେ…

ଅନ୍ୟମନସ୍କତା ସାଜିପାରେ ଅଘଟଣର କାରଣ
ପ୍ରମୋଦ କୁମାର ସାହୁ (ସମ୍ବଲପୁର)- ଦୀପାବଳି ପାଖେଇ ଆସିଲେ ମୋ ଖୁସିର ସୀମା କହିଲେ ନ ସରେ। ପରିବାର ସହ ମିଶି ଘର ସଜାଇବା, ବିଭିନ୍ନ ରକମର ପିଠା ଖାଇବାଠାରୁ ଆରମ୍ଭ କରି ଦୀପ ଧରି ଫଟୋ ଉଠାଇବା ପର୍ଯ୍ୟନ୍ତ ସବୁର ଭରପୂର ଆନନ୍ଦ ନିଏ। ପିଲାବେଳେ ତ ଫୋନ୍‌ ନ ଥିଲା, ସେଥିପାଇଁ ବାପା ଆମର ଦୀପ ଧରି ଛିଡ଼ା ହେବା ସମୟରେ କ୍ୟାମେରାରେ ଫଟୋ ଉଠାଇ ଦିଅନ୍ତି। ହେଲେ, ଏବେ ଦୀପାବଳି ଆସିଲେ କେବଳ ଲିଚୁ ଲାଇଟ୍‌ ସହ ସେଲ୍‌ଫି ନିଏ। କାରଣ ସାମାନ୍ୟ ଅନ୍ୟମନସ୍କ ହେଲେ ଅଘଟଣ ଘଟିବାର ଆଶଙ୍କା ଥିବାରୁ ଗୋଟିଏ ହାତରେ ଦୀପ ଧରି ଅନ୍ୟ ହାତରେ ସେଲ୍‌ଫି ନେବାକୁ ଡର ଲାଗେ।
ସତର୍କତାର ସହ ଫଟୋ ଉଠାଏ
ସ୍ବରାଞ୍ଜଳି ଜେନା ( ବି.ଇଡି. ଛାତ୍ରୀ, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର)- ନିଜ ଫଟୋ ଉଠାଇବାକୁ ମୋତେ ବହୁତ ଭଲ ଲାଗେ। ଖାସ୍‌ କରି ଯେବେ କୌଣସି ପର୍ବପର୍ବାଣି ଆସେ, ସେହି ଗେଟ୍‌ଅପ୍‌ରେ ସେଲ୍‌ଫି ନେବାର ମଜା ଅଲଗା। ଆଉ ଦୀପାବଳି ଆସିଲେ ତ ସାଲ୍‌ଓ୍ବାର୍‌-ସୁଟ୍‌ ପିନ୍ଧି ସାଙ୍ଗମାନଙ୍କ ସହ ଫଟୋ ଉଠାଇବାକୁ ପ୍ରସ୍ତୁତ ହୋଇଯାଏ। ରାତିରେ କ୍ୟାଣ୍ଡେଲ୍‌, ଦୀପ, ଲାଇଟ୍‌ ଆଦି ହାତରେ ଧରି ମନଭରି ସେଲ୍‌ଫି ନିଏ। ବାଣ ଫୁଟାଇବା ବେଳେ ବି ୨-୪ଟା ସେଲ୍‌ଫି ନେଇଯାଏ। ହେଲେ, ଏ ସବୁକୁ ମୁଁ ସତର୍କତାର ସହ କରିଥାଏ, ଯେମିତି ଏଥିରେ ନିଜର କିମ୍ବା ଆଉ କାହାର କ୍ଷତି ନ ହେବ। ଘରେ ଛୋଟ ଛୁଆ ଥିବାରୁ ସେମାନଙ୍କଠାରୁ ବାଣକୁ ଯଥାସମ୍ଭବ ଦୂରେଇ ରଖେ।
ଏଥର କେବଳ ଆଲୋକରେ ଘର ସଜ୍ଜାହେବ
ହରେନ୍ଦ୍ର ମହାନ୍ତି (ବାଲେଶ୍ୱର)- ୨ ବର୍ଷ ପୂର୍ବରୁ କୁମ୍ପି ବାଣରେ ନିଆଁ ଲଗାଇ ପାଖରେ ଥାଇ ଫଟୋ ଉଠାଉଥିବା ବେଳେ ତାହା ନ ଜଳି ସେଇଠି ଫାଟିଗଲା। ଆଉ ମୋ ଦେହର ବିଭିନ୍ନ ସ୍ଥାନରେ ତା’ର ଗରମ ମାଟି ଖଣ୍ଡ ଛିଟିକି ପଡ଼ି ଫୋଟକା ହୋଇଗଲା। ଭଲ ହେବା ପାଇଁ ବହୁତ ସମୟ ଲାଗିଗଲା। ଏବର୍ଷ ବାଣ ଫୁଟାଇବା ବ୍ୟାନ୍‌ ହୋଇଥିବାରୁ ସରକାରଙ୍କ ଗାଇଡ୍‌ ଲାଇନ୍‌ ମାନିବି। ଦୀପାବଳିରେ ବାଣଫୁଟା ବଦଳରେ କେବଳ ଘରକୁ ଲିଚୁ ଲାଇଟ୍‌ ଓ ଦୀପରେ ସଜାଇବି। ନିଜେ ଫଟୋ ଉଠାଇବା ବେଳେ ସତର୍କ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିପ୍ରତି ସଜାଗ ରହିବାକୁ ଅନୁରୋଧ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri