ପ୍ରଥମେ ସୁରକ୍ଷା

କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବ୍ୟାପିବା ପରେ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟ ସରକାର ଦେଶର ସବୁଅଞ୍ଚଳରୁ ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ। ରେଲଓ୍ବେ ତା’ତରଫରୁ ଖୁବ୍‌ ଶୀଘ୍ର ସ୍ବତନ୍ତ୍ର ରେଳ ଚଳାଇବାର ବ୍ୟବସ୍ଥା କରିଥିଲା ଓ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଗୁଜରାଟ, କେରଳ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡିକରୁ ଓଡ଼ିଶାକୁ ଆଣିଥିଲା। ଅନ୍ୟ ରାଜ୍ୟଗୁଡ଼ିକରେ ଅଟକି ରହିଥିବା ଶ୍ରମିକମାନଙ୍କୁ ରାଜ୍ୟ ସରକାର ବସ୍‌ରେ ଆଣିବାର ବ୍ୟବସ୍ଥା ବି କରିଥିଲେ ଓ ଏବେ ବି ଆଣୁଛନ୍ତି। ଏହାକୁ ଏକ ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚନା କରାଗଲା, ଗମ୍ଭୀରତାର ସହ ନିଆଗଲା ଓ ଏହା ଉପରେ ଅଧିକ ଗୁରୁତ୍ୱ ମଧ୍ୟ ପ୍ରଦାନ କରାଗଲା। ପ୍ରବାସୀ ଶ୍ରମିକମାନଙ୍କୁ ସଂକ୍ରମଣରୁ ଦୂରେଇ ରଖିବା ଲାଗି ହଜାର ହଜାର କ୍ୱାରାଣ୍ଟାଇନ୍‌ ସେଣ୍ଟର୍‌ ଖୋଲାଗଲା ଓ ସ୍ଥାନୀୟ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରାଗଲା। ତୃଣମୂଳ ସ୍ତରରେ ଏହି ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ସେମାନଙ୍କୁ ଏଭଳି କ୍ଷମତା ଦିଆଗଲା। ପ୍ରବାସୀ ଶ୍ରମିକମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରେତ୍ସାହନର ବ୍ୟବସ୍ଥା କରିବା ସହ କ୍ୱାରାଣ୍ଟାଇନ ସେଣ୍ଟରଗୁଡିକରେ ସେମାନଙ୍କର ଆବଶ୍ୟକତା ପୂରଣ କରିଛନ୍ତି। ଶ୍ରମିକମାନଙ୍କୁ ସେଠାକୁ ସହଜରେ ସୁରକ୍ଷିତ ଭାବେ ଆସିବା ଲାଗି ଉଭୟ ଟଙ୍କା ଓ ଦ୍ରବ୍ୟର ପ୍ରୋତ୍ସାହନ ଘୋଷଣା କରାଯାଇଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଏହି ଲୋକମାନଙ୍କ ପାଇଁ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ସହ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଯୋଜନାରେ କାମ ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ଏତିକି ନୁହେଁ, ଫେରିଆସିଥିବା ଶ୍ରମିକମାନଙ୍କ କର୍ମ କୌଶଳକୁ ଚିହ୍ନଟ କରି ସେହି ଅନୁସାରେ ସେମାନଙ୍କୁ କାମ ଯୋଗାଇ ଦେବା ପାଇଁ ବି ଜିଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମେ’ରୁ ଜୁଲାଇ ମଧ୍ୟରେ ଓଡ଼ିଶାକୁ ୫ ଲକ୍ଷରୁ ଅଧିକ ଶ୍ରମିକ ଫେରିଥିଲେ।
ଏବେ କିନ୍ତୁ ଏହିସବୁ ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରବାସୀ ଶ୍ରମିକମାନେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ଉପରେ ଆଶା ହରାଇଛନ୍ତି। ବିଭିନ୍ନ ପ୍ରକାର କୁଶଳୀ ଶ୍ରମିକମାନଙ୍କୁ ଶୀଘ୍ର କାମ ଯୋଗାଇଦେବା ଯୋଜନାର ନିଶ୍ଚିତତା ନ ଥିବାରୁ ସେମାନେ ପୁଣି ସେମାନଙ୍କ କାର୍ଯ୍ୟସ୍ଥଳୀକୁ ଫେରିଯିବା ଦେଖିତ୍ବାକୁ ପାଉଛେ। ଅନ୍‌ଲକ୍‌ ୪.୦ରେ କେନ୍ଦ୍ର ସରକାର ମଧ୍ୟ ଶିଳ୍ପ କାର୍ଯ୍ୟକଳାପ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ଏହାର ସୁଯୋଗ ନେଇ ବଲାଙ୍ଗୀର, ସୋନପୁର, ନୂଆପଡ଼ା, ଗଞ୍ଜାମ, କୋରାପୁଟ, ରାୟଗଡ଼ା ଏବଂ ସମ୍ବଲପୁର ଜିଲାର ପ୍ରବାସୀ ଶ୍ରମିକମାନେ ଯେଉଁଠୁ ଆସିଥିଲେ ସେଠାକୁ ଫେରିଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ନୂଆଖାଇ ପର୍ବ ଶେଷ ହୋଇଯାଇଥିବାରୁ ସେମାନେ କାର୍ଯ୍ୟସ୍ଥଳୀକୁ ଫେରିଯିବାକୁ ଚାହଁୁଛନ୍ତି। ସୂତ୍ରରୁ ଜଣାପଡିଛି ଯେ,ଗୁଜରାଟ ଓ ତାମିଲନାଡୁରେ ଫାର୍ମ ମାଲିକମାନେ କାମ ଆରମ୍ଭ କରିବାକୁ ସ୍ଥିର କରିଥିତ୍ବାରୁ ଶ୍ରମିକମାନଙ୍କୁ ପ୍ରଲୋଭନ ଦେଖାଇ ନେବାକୁ ଚାହଁୁଛନ୍ତି। ଏଥିଲାଗି ସେମାନେ ମଧ୍ୟସ୍ଥ ଓ ଠିକାଦାରମାନଙ୍କୁ ଏହି କାମରେ ଲଗାଇଦେଇଛନ୍ତି। ଶ୍ରମିକମାନେ ମଧ୍ୟ ସେମାନଙ୍କ ତରଫରୁ ଫେରିଯିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି ଓ ସେମାନେ ମଧ୍ୟସ୍ଥମାନଙ୍କଠାରୁ ଅଗ୍ରିମ ଟଙ୍କା ନେଉଥିବା ଜଣାପଡିଛି। ମହାମାରୀ ସଂକ୍ରମଣ ବ୍ୟାପକ ହେଉଥିବାବେଳେ ଦୂର ସ୍ଥାନକୁ ଶ୍ରମିକମାନେ ବସ୍‌ରେ ଫେରିଯିବାକୁ ଚାହୁଁଥିତ୍ବା ଘଟଣା ହିଁ ଚିନ୍ତାର କାରଣ। ଗତ ସପ୍ତାହରେ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଗଞ୍ଜାମରୁ ଗୁଜରାଟ ଅଭିମୁଖେ ଯାଉଥିବା ଏକ ବସ ଛତିଶଗଡ଼ ରାୟପୁର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ। ଆଉ ଏକ ବସ୍‌ ଶ୍ରମିକମାନଙ୍କୁ ନେଇ ତାମିଲନାଡୁ ଯାଉଥିବାବେଳେ ରାୟଗଡା ନିକଟରେ ଓଲଟି ପଡିବାରୁ ୮ ଜଣ ଗୁରୁତର ଆହତ ହୋଇଥିଲେ। ମାସ ମାସ ଧରି କାମ ନ ପାଇ ନିରାଶ ହୋଇ ସେମାନଙ୍କ କାର୍ଯ୍ୟସ୍ଥଳୀକୁ ଫେରିବା ସମୟରେ ଏଭଳି ଦୁର୍ଘଟଣା ଘଟିବା ଦୁର୍ଭାଗ୍ୟଜନକ। ପ୍ରଥମେ ପ୍ରଶାସନ ସେମାନଙ୍କୁ କାମ ଯୋଗାଇ ଦେବାରେ ଅକ୍ଷମ ହେଲା। ଏବେ ବାହାରକୁ ଯାଉଥିବା ଏହି ଲୋକମାନଙ୍କର ଜୀବନ ବଞ୍ଚାଇବା ଓ ସୁରକ୍ଷାକୁ ସୁନିଶ୍ଚିତ ନ କରି ଆଉ ଏକ ଆପରାଧିକ ଅବହେଳା ପ୍ରଦର୍ଶନ କରୁଛି। ରାଜ୍ୟ ସରକାର ସେମାନଙ୍କୁ ଏଠାକୁ ଆଣିଥିବାରୁ ତାଙ୍କ ତରଫରୁ ସେମାନଙ୍କୁ ଲାଭଦାୟକ ରୋଜଗାର ଯୋଗାଇ ଦେବା ଆବଶ୍ୟକ ଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ। ଯେଉଁଥିପାଇଁ ଏବେ ସେମାନେ ନିଜ ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ଛାଡୁଛନ୍ତି ଓ ନିଜ ଖର୍ଚ୍ଚରେ ଫେରିିଯିବାର ବନ୍ଦୋବସ୍ତ କରୁଛନ୍ତି। ଏହି ପରିସ୍ଥିତିରେ ପ୍ରଶାସନ ସେମାନଙ୍କ ସୁରକ୍ଷିତ ଯାତ୍ରା ଲାଗି ବ୍ୟବସ୍ଥା କରିବା ଦରକାର। ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରମିକମାନଙ୍କୁ କର୍ମସ୍ଥଳୀକୁ ନେବା ଲାଗି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଅନୁରୋଧ କରିଥିଲେ। ଏହା ସ୍ବାଗତଯୋଗ୍ୟ। ତୁଳନାମତ୍କ ଭାବେ ଦେଖିବାକୁ ଗଲେ ବସ୍‌ ଠାରୁ ରେଳଯାତ୍ର ନିଶ୍ଚିତ ସୁରକ୍ଷିତ। ଲଗାତର ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ଭଲ ରୋଜଗାର ପାଇବାରେ ଅସଫଳ ହୋଇଛନ୍ତି। ଏହା ଯୋଗୁ ସେମାନଙ୍କ ମନରେ ବିଷାଦ ଓ ନିରାଶା ଭରିଯାଇଛି। ମହାମାରୀ ବ୍ୟାପକ ହେଉଥିବା ସତ୍ତ୍ୱେ ସୁଧୁରୁଥିବା ଆମ ଅର୍ଥ ବ୍ୟବସ୍ଥା ଶ୍ରମିକମାନଙ୍କୁ ସେମାନଙ୍କ କର୍ମସ୍ଥଳୀକୁ ଫେରିଯିବାକୁ ଉସୁକାଉଛି। ଏ କ୍ଷେତ୍ରରେ ପ୍ରଶାସନ ଆଗକୁ ବାହାରି ପ୍ରବାସୀ ଶ୍ରମିକମାନେ କିଭଳି ସେମାନଙ୍କ ଲକ୍ଷ୍ୟସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚତ୍ପାରିବେ ତାହା ନିଶ୍ଚିତ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri