ଘାରିଲାଣି ଷ୍ଟ୍ରଙ୍ଗ୍‌ରୁମ୍‌ ସୁରକ୍ଷା ଚିନ୍ତା

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ରାଜ୍ୟରେ ହେଉଥିବା ୫ ପର୍ଯ୍ୟାୟ ନିର୍ବାଚନର ୪ଟି ପର୍ଯ୍ୟାୟ ପାଇଁ ଭୋଟିଂ ଶେଷ ହୋଇଯାଇଛି। ଏହି ୪ଟି ପର୍ଯ୍ୟାୟରେ ଯେଉଁମାନେ ପ୍ରାର୍ଥୀ ହୋଇଛନ୍ତି ସମସ୍ତଙ୍କୁ ବର୍ତ୍ତମାନ ଷ୍ଟ୍ରଙ୍ଗ୍‌ରୁମ୍‌ ଚିନ୍ତା ଘାରିଛି। ଶାସକ ଦଳ ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଯେତିକି ମାତ୍ରାରେ ଏହି ଭୟ ଘାରୁନାହଁ ତା’ଠାରୁ ଅଧିକ ସ୍ବାଧୀନ ଏବଂ ବିରୋଧୀ ଦଳଗୁଡିକର ସମର୍ଥିତ ପ୍ରାର୍ଥୀମାନେ ଏ ବାବଦରେ ଚିନ୍ତା କରୁଥିବା ଲକ୍ଷ୍ୟ କରାଯାଉଛି। ଏଥର ପଞ୍ଚାୟତ ବଦଳରେ ବ୍ଲକ କାର୍ଯ୍ୟାଳୟରେ ଷ୍ଟ୍ରଙ୍ଗ୍‌ ରୁମ୍‌ କରାଯାଇଥିବାରୁ ଭୋଟ୍‌ ଏପଟ ସେପଟ ହୋଇପାରେ ବୋଲି ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଭାଜପା ନେତାମାନେ ପ୍ରଶ୍ନ ଉଠାଇବାପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଏ ବାବଦରେ ମୁହଁ ଖୋଲିଛନ୍ତି। ନିର୍ବାଚନ କମିଶନ ଷ୍ଟ୍ରଙ୍ଗ୍‌ରୁମ୍‌ର କଡ଼ା ସୁରକ୍ଷା ନିମନ୍ତେ କେତେକ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା
କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ରାଜ୍ୟ ନିର୍ବାଚନ କମିଶନଙ୍କୁ ଏକ ମେସେଜ ମାଧ୍ୟମରେ କହିଛନ୍ତି, ରାଜ୍ୟରେ ୩୧୪ ବ୍ଲକରେ ରହିଥିବା ଭୋଟବାକ୍ସ କେତେ ସୁରକ୍ଷିତ। ନିର୍ବାଚନ ଶେଷ ହୋଇସାରିଥିବା ପଞ୍ଚାୟତର ଭୋଟବାକ୍ସଗୁଡିକ ବର୍ତ୍ତମାନ ବ୍ଲକ କାର୍ଯ୍ୟାଳୟରେ ରହିଛି। ଏଥିରେ ଟାମ୍ପରିଂ ହେବାର ସନ୍ଦେହ ଅନେକ ପ୍ରାର୍ଥୀ କରୁଛନ୍ତି। ତେଣୁ ଏ ବାବଦରେ ତୁରନ୍ତ ପ୍ରତିକ୍ରିୟା ରଖିବାକୁ ସେ ଅନୁରୋଧ କରିଥିଲେ। ଏହାପରେ କଂଗ୍ରେସର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।
ଅନ୍ୟପଟେ ଭାଜପା ନେତା ଗୋଲକ ମହାପାତ୍ର ମଧ୍ୟ ସମାନ ଅଭିଯୋଗ ଆଣି କହିଛନ୍ତି, ଷ୍ଟ୍ରଙ୍ଗରୁମ୍‌ ଜମାବି ସୁରକ୍ଷିତ ନୁହେଁ। ଷ୍ଟ୍ରଙ୍ଗରୁମ୍‌ ପାଇଁ ଯାହାସବୁ ଏସ୍‌ଓପି ପାଳନ କରିବା କଥା ତାହା କରାଯାଇନାହିଁ। ସେହିପରି ବାଲାଟ୍‌ ବକ୍ସଗୁଡିକ ଯେମିତି ସିଲ୍‌ ହେବା କଥା ମଧ୍ୟ ତାହା ହୋଇନାହିଁ ବୋଲି ଗୋଲକ କହିଛନ୍ତି।
ନିର୍ବାଚନ କମିଶନ ସୂଚନା ଦେଇ କହିଛନ୍ତି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟଠାରେ ୨୬, ୨୭ ଓ ୨୮ ତାରିଖରେ ଭୋଟ୍‌ ଗଣତି କରାଯିବ ା ଏଥିନିମନ୍ତେ ସେଠାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଭୋଟବାକ୍ସ ରଖିବା ପାଇଁ ଷ୍ଟ୍ରଙ୍ଗ୍‌ରୁମ୍‌ କରାଯାଇଛି। ଷ୍ଟ୍ରଙ୍ଗ୍‌ରୁମ୍‌ର କଡ଼ା ସୁରକ୍ଷା ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ା
ମତଦାନ ହୋଇଥିବା ଭୋଟବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖିସାରି ସିଲ୍‌ କରିସାରିଲା ପରେ କୌଣସି ପରିସ୍ଥିତିରେ ଏହାକୁ ଖୋଲାଯାଇପାରିବ ନାହିଁ ା ଯେଉଁ ମତଦାନ କେନ୍ଦ୍ରରେ ପୁନଃ ମତଗ୍ରହଣ କରାଯିବ, ସେସବୁ ଭୋଟବାକ୍ସଗୁଡ଼ିକୁ ଅନ୍ୟ ଏକ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯିବା ନିର୍ବାଚନ ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍‌ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ା ଷ୍ଟ୍ରଙ୍ଗରୁମ୍‌ ହୋଇଥିବା କୋଠାରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ଜରୁରୀ। ଷ୍ଟ୍ରଙ୍ଗରୁମ୍‌ ହୋଇଥିବା ଅଞ୍ଚଳଟି ସିସିଟିଭି ନଜରରେ ରହିବ ା ଭୋଟ୍‌ଗଣତି କେନ୍ଦ୍ରକୁ ପ୍ରବେଶ କଲାବେଳେ ପ୍ରାର୍ଥମାନଙ୍କ ଦ୍ୱାରା ନିଯୁକ୍ତ ପ୍ରାଧିକୃତ ପ୍ରତିନିଧିଙ୍କୁ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ। ଯେପରି କୌଣସି ବ୍ୟକ୍ତି ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ୍‌ ଫୋନ୍‌, ସ୍ପାଏପେନ୍‌ କିମ୍ବା କୌଣସି ପ୍ରକାରର ବୈଦ୍ୟୁତିକ ଯନ୍ତ୍ରପାତି ନେଇ ଯାଇପାରିବେ ନାହିଁ ା
ଭୋଟଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯିବ ା ଭୋଟଗଣତି କେନ୍ଦ୍ର ବାହାରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଜିଲାପାଳମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri