ଭୁବନେଶ୍ୱର,୧।୨: ରିଲାଏନ୍ସ ଜିଓ ପକ୍ଷରୁ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍ ପକ୍ଷରୁ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଶାଖା କାର୍ଯ୍ୟାଳୟ ଓ କ୍ଷେତ୍ର ସ୍ତରୀୟ ସ୍ଥଳଗୁଡିକରେ ମଧ୍ୟ ପାଳନ କରାଯାଇଥିଲା। ଏହି ଅବସରରେ ରିଲାଏନ୍ସ ଜିଓର ଓଡ଼ିଶା ବ୍ୟବସାୟ ମୁଖ୍ୟ ପ୍ରଦୀପ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସକୁ ବିଧିବଦ୍ଧ ଭାବେ ଶୁଭାରମ୍ଭ କରିବା ସହିତ ସଡ଼କ ନିରାପତ୍ତା ଅଭ୍ୟାସ ଉପରେ ଅନେକ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ। ଏପରିକି ମାସବ୍ୟାପୀ ପାଳନ କରାଯାଉଥିବା ଉକ୍ତ କାର୍ଯ୍ୟକ୍ରମ ୨୦୨୪ ଫେବୃଆରୀ ୧୦ରେ ଉଦ୍ଯାପନ ହେବ। ଅପରପକ୍ଷରେ ‘ଜଣେ ସଡ଼କ ସୁରକ୍ଷା ହିରୋ ହୁଅନ୍ତୁ’ ବିଷୟବସ୍ତୁ ଉପରେ ଆଧାରିତ ଏହି ଜାତୀୟ ସଡ଼କ ସୁରକ୍ଷା ମାସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି, ସଡ଼କ ସୁରକ୍ଷା, ନିରାପଦ ଗାଡି ଚାଳନା ଜୀବନ ରକ୍ଷା ଏବଂ ସଡ଼କ ଦୁର୍ଘଟଣା ହ୍ରାସ ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ସେହିଭଳି ଗମନାଗମନର ପ୍ରମୁଖ ନିରାପତ୍ତାମୂଳକ ପଦକ୍ଷେପଗୁଡିକର ଗୁରୁତ୍ୱକୁ ଏହି ସୁରକ୍ଷା ସଚେତନତା ଅଭିଯାନ ଅବସରରେ ପୁନଃ ସୁଦୃଢ଼ୀକରଣ ସହ ସଡ଼କ ସୁରକ୍ଷା ନିମନ୍ତେ ଶପଥ ପାଠ ଏବଂ ସମଗ୍ର ଓଡ଼ିଶାରେ ତାଲିମ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସେହିପରି ଦୀର୍ଘ ମାସେବ୍ୟାପୀ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ସଡ଼କ ସୁରକ୍ଷା ଉପରେ ରୋଡ ଶୋ, ଚଳଚ୍ଚିତ୍ର ପ୍ରଦର୍ଶନ, ଗୀତ, ସ୍ଲୋଗାନ୍ ଲେଖିବା ପ୍ରତିଯୋଗିତା, ଚିତ୍ରାଙ୍କନ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା, ଯାନବାହନଗୁଡିକର ଯାଞ୍ଚ ଏବଂ ସଡ଼କ ସୁରକ୍ଷା ହିରୋମାନଙ୍କୁ ପୁଷ୍ପ, ଚକୋଲେଟ ଏବଂ ବ୍ୟାଜ୍ ବଣ୍ଟନ ଆଦି ସାମିଲ ରହିଛି।
ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…
ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...
ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…
ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...
ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡିବସିଲା ଭିଜିଲାନ୍ସ
ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...
୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ
ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...
ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା
ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...
ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା
ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...
Archives


