ଭୁବନେଶ୍ୱର,୧।୨: ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିମିଟେଡ୍ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ କମ୍ପାନୀର ମୋଟ ସିମେଣ୍ଟ ବିକ୍ରି ୪.୦୨ ଏମ୍ଏମ୍ଟି ରହିଥିବା ବେଳେ ପରିଚାଳନାରୁ ମିଳିଥିବା ରାଜସ୍ବ ୨୪୨୧କୋଟି ଟଙ୍କା ରହିଛି। ସେହିପରି ଏହି ଅବଧିରେ ଏବିଟଡା ବାର୍ଷିକ ଆଧାରରେ ୫୫% ବୃଦ୍ଧି ହୋଇ ୪୨୧ କୋଟି ଟଙ୍କା ରହିଛି। ଯାହା ଏହାର ମୋଟ ସିମେଣ୍ଟ କ୍ଷମତାକୁ ୨୫ ଏମ୍ଏମ୍ଟିପିଏରେ ପହଞ୍ଚାଇଛି। ସେହିପରି କମ୍ପାନୀ ପାଇଁ ପ୍ରିମିୟମ ପ୍ରଡକ୍ଟଗୁଡିକ ଏକ ପ୍ରମୁଖ କେନ୍ଦ୍ର ଭାବେ ବଜାୟ ରହିଛି ଏବଂ ଏହା ୩ୟ ତ୍ରୈମାସରେ କମ୍ପାନୀର ସିମେଣ୍ଟ କାରବାର ପରିମାଣରେ ୩୬%ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ଏ ସମ୍ପର୍କରେ ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିଃର ପରିଚାଳନା ନିର୍ଦ୍ଦେଶକ ଜୟାକୁମାର କ୍ରିଷ୍ଣାସ୍ବାମୀ କହିଛନ୍ତି, ଆହ୍ବାନପୂର୍ଣ୍ଣ ଚାହିଦା ପରିବେଶ ସତ୍ତ୍ୱେ କମ୍ପାନୀ ଏବିଟଡାରେ ମଜଭୁତ ଅଭିବୃଦ୍ଧି ପ୍ରଦାନ କରିବା ଜାରି ରଖିଛି। ଆମେ ଗତ ୧୦ଟି ତ୍ରୈମାସ ତୁଳନାରେ ସର୍ବୋଚ୍ଚ ଏବିଟଡା ହାସଲ କରିଛୁ, ଯାହା ଆମର ପରିଚାଳନାଗତ ଉତ୍କର୍ଷର ଏକ ପ୍ରମାଣ । ଆମେ ପୂର୍ବାଞ୍ଚଳରେ ନିଜର ନେତୃତ୍ୱ ସ୍ଥିତିକୁ ବଜାୟ ରଖି ଉତ୍ତର ଭାରତରେ ବୃହତ୍ ବଜାର ଅଂଶ ହାସଲ କରିବା ଏବଂ ଗୁଣବତ୍ତା ଓ ଉଦ୍ଭାବନ ଉପରେ ଗୁରୁତ୍ୱ ଦେବା ଜାରି ରଖିବୁ। ଆମେ ଚଳିତ ଆର୍ଥିକ ବର୍ଷରେ ୫ଟି ନୂଆ ପ୍ଲାଣ୍ଟ କାର୍ଯ୍ୟକାରୀ କରିଛୁ, ଯାହା ଭାରତରେ ଆମର ମୋଟ ପ୍ଲାଣ୍ଟ ସଂଖ୍ୟାକୁ ୫୬ରେ ପହଞ୍ଚାଇଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

