ପରିବର୍ତ୍ତିତ ପରିସ୍ଥିତିରେ ‘ଧର୍ମନିରପେକ୍ଷତା’

ଭାରତ ଏକ ପବିତ୍ର ଓ ଦିବ୍ୟଭୂମି। ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ହିମାଳୟଠାରୁ କନ୍ୟାକୁମାରୀ ପରିବ୍ୟାପ୍ତ ଏହାର ବିଶାଳ ଭୂମିରେ ବହୁ ଧର୍ମ, ସମ୍ପ୍ରଦାୟ, ଭାଷା ଓ ବିଭିନ୍ନ ବର୍ଣ୍ଣର ମଣିଷ ବାସ କରନ୍ତି, ଯାହା ଆମ ସଂସ୍କୃତିକୁ ଗରିମାମୟ କରିବା ସଙ୍ଗେ ସଙ୍ଗେ ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇପାରିଛି। ଏହି ବିଭିନ୍ନତା ଭିତରେ ଏକତା ହେଉଛି ଭାରତର ଆତ୍ମା। ଆମ ପ୍ରାଚୀନ ପରମ୍ପରା ଓ ମାନବିକ ମୂଲ୍ୟବୋଧ ଏ ମାଟିର ମହାନତା। ନିଷ୍ପେଷିତ ଓ ପତିତଙ୍କ ପରିତ୍ରାଣ ପାଇଁ ପ୍ରଚେଷ୍ଟା ଏ ପୁଣ୍ୟଭୂମିର ପବିତ୍ରତା। ତ୍ୟାଗ, ପ୍ରେମ, କରୁଣା, ଶାନ୍ତି, ମୈତ୍ରୀ ଏ ମାଟିର ମହାପୁରୁଷଙ୍କ ବିଶିଷ୍ଟତା। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ସମ୍ପଦ ଏ ଦେଶର ପରମ ବୈଭବ। ଏମିତି ଏକ ବୈଚିତ୍ର୍ୟମୟ ଓ ଶାନ୍ତାକାର ସ୍ବରୂପରେ ବିରାଜିତ ଦେଶ ଖୁବ୍‌ ବିରଳ ଏ ପୃଥିବୀ ପୃଷ୍ଠରେ। ଏ ମାଟିର ପ୍ରତିଟି କଣିକାରେ ଶାନ୍ତିର ସୂର୍ଯ୍ୟ ଉଦୟ ହୁଏ। ପ୍ରତିଟି ପାଖୁଡ଼ାରେ ଚନ୍ଦ୍ରମାର ଚମକ ଓ ଶୀତଳତାର ସ୍ପର୍ଶ ମିଳେ। ଏ ମାଟିକୁ ମଜଭୁତ କରି ରଖିଥିବା ଆମ ଗରିମାମୟ ଗଣତନ୍ତ୍ରକୁ ସାରା ବିଶ୍ୱରେ ଆହୁରି ଗୌରବଶାଳୀ କରିବାକୁ ହେଲେ ଆମ ଧର୍ମର ମହାସ୍ବର ‘ବସୁଧୈବ କୁଟୁମ୍ବକମ୍‌’କୁ ହୃଦୟରେ ବହନ କରିବାକୁ ହେବ। ଲେଖକ ସଆଦତ୍‌ ହସନ୍‌ ମଣ୍ଟୋ କହିଥିଲେ – ‘ଧର୍ମ ଯେତେବେଳେ ହୃଦୟରୁ ବାହାରି ମୁଣ୍ଡକୁ ଚଢ଼ିଯାଏ ସେତେବେଳେ ତାହା ବିଷ ପାଲଟିଯାଏ’। ବିଶ୍ୱ ଭ୍ରାତୃତ୍ୱ ଓ ବିଶ୍ୱ ମୈତ୍ରୀର ବାଣୀ ପ୍ରଚାର କରୁଥିବା ଭାରତବର୍ଷ କ’ଣ କେବେ ଅସହିଷ୍ଣୁତା ଓ ସାମ୍ପ୍ରଦାୟିକତାକୁ ପ୍ରଶ୍ରୟ ଦେଇପାରିବ? ସେଇଥିପାଇଁ ଆମ ସମ୍ବିଧାନର ‘ପ୍ରସ୍ତାବନା’ରେ ଉଲ୍ଲେଖ ଅଛି, ‘ଭାରତକୁ ଏକ ସମ୍ପୂର୍ଣ୍ଣ ପ୍ରଭୁତା ସମ୍ପନ୍ନ ସମାଜବାଦୀ, ଧର୍ମନିରପେକ୍ଷ, ଲୋକତାନ୍ତ୍ରିକ ଗଣରାଜ୍ୟ ଗଠନ କରିବା ନିମିତ୍ତ ଏବଂ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ, ତଥା ବିଚାର, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମ ଓ ଉପାସନାର ସ୍ବାଧୀନତା ଏବଂ ପ୍ରତିଷ୍ଠା ଓ ସୁଯୋଗର ସମତା ପ୍ରାପ୍ତ କରାଇବ’। ଏହି ପ୍ରସ୍ତାବନାର ଗୁରୁତ୍ୱ ସମସ୍ତେ ପ୍ରାୟତଃ ବୁଝୁଛୁ। ‘ଧର୍ମନିରପେକ୍ଷ’ ଶବ୍ଦକୁ ନେଇ ଯେଉଁ ବୈଚାରିକ ମତଭେଦ ବର୍ତ୍ତମାନ ସୃଷ୍ଟି ହୋଇଛି ତାହା ଉପରେ ଆଲୋକପାତ କରିବା ଏ ଲେଖାର ଉଦ୍ଦେଶ୍ୟ।
୧୯୭୬ ମସିହାରେ ସମ୍ବିଧାନର ୪୨ତମ ସଂଶୋଧନରେ ଧର୍ମନିରପେକ୍ଷ ଶବ୍ଦକୁ ସମ୍ବିଧାନର ପ୍ରସ୍ତାବନାରେ ଯୋଡ଼ାଗଲା। ଧର୍ମନିରପେକ୍ଷତାର ଅର୍ଥ ଗଣତନ୍ତ୍ରର ସୁବିନିଯୋଗ ପାଇଁ ରାଷ୍ଟ୍ରଠାରୁ ଧର୍ମକୁ ଅଲଗା ରଖାଯିବା ସହ ସମସ୍ତ ଧର୍ମକୁ ସମାନ ସମ୍ମାନ, ସୁରକ୍ଷା ଏବଂ ସହଯୋଗ ଦେବା ରାଷ୍ଟ୍ରର କର୍ତ୍ତବ୍ୟ। ଧର୍ମ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ହେବା ଧର୍ମନିରପେକ୍ଷତାର ସବୁଠୁ ବଡ଼ ସୋପାନ। ରାଜନୀତି, ଶିକ୍ଷାନୁଷ୍ଠାନ ଓ ସମସ୍ତ ସରକାରୀ ଅନୁଷ୍ଠାନଠାରୁ ଧର୍ମକୁ ଅଲଗା ରଖାଯିବା ସହ ପ୍ରଶାସକ ଓ ରାଜନୀତିଜ୍ଞମାନେ ଧର୍ମଗୁରୁ ଓ ଧର୍ମ ପ୍ରଚାରକଙ୍କ ନିକଟରୁ ଦୂରେଇ ରହିଲେ ଧର୍ମନିରପେକ୍ଷତାର ଉଦ୍ଦେଶ୍ୟ ବଳବତ୍ତର ରହିବ। ଏହାକୁ ନେଇ ନେତାଜୀ ସୁଭାଷ ବୋଷ ୧୯୩୯ ମସିହାରେ ମୁମ୍ବାଇଠାରେ ଫରୱାର୍ଡ ବ୍ଲକ୍‌ ସମ୍ମିଳନୀରେ ପ୍ରଦତ୍ତ ଭାଷଣରେ କହିଥିଲେ, ”ଧର୍ମକୁ ରାଜନୀତିରୁ ସମ୍ପୂର୍ଣ୍ଣ ଭାବେ ଦୂରରେ ରଖାଯିବା ଉଚିତ। ଧର୍ମ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ବିଷୟ ହେବା ଉଚିତ। ଜଣେ ମଣିଷ ହିସାବରେ ସେ ଚାହୁଁଥିବା ଯେକୌଣସି ଧର୍ମକୁ ମାନିବା ସମ୍ପୂର୍ଣ୍ଣ ସ୍ବାଧୀନତା ଜଣେ ବ୍ୟକ୍ତିର ରହିବା ଉଚିତ। ମାତ୍ର ରାଜନୀତି-ଧର୍ମ ବା ଅନ୍ୟ କୌଣସି ଅତିପ୍ରାକୃତିକ ଧାରଣା ଦ୍ୱାରା ପରିଚାଳିତ ହେବା ଉଚିତ ନୁହେଁ। ରାଜନୀତି-ଅର୍ଥନୀତିକ, ରାଜନୀତିକ ଏବଂ ବିଜ୍ଞାନ ସମ୍ମତ ଯୁକ୍ତି ଦ୍ୱାରା ପରିଚାଳିତ ହେବା ଉଚିତ।“
ସେହିପରି ୧୯୬୭ ଅଗଷ୍ଟ ୨୨ରେ ଆନନ୍ଦବଜାର ପତ୍ରିକାରେ ପ୍ରକାଶିତ ନେତାଜୀଙ୍କର ସଚିବ ଆବିଦ୍‌ ହୁସେନ ଓ ମଦନ ଗୋପାଳଙ୍କୁ ଦେଇଥିବା ସାକ୍ଷାତ୍‌କାରରେ କହିଥିଲେ, ”ଆମର କାର୍ଯ୍ୟକଳାପ ଉପରେ ଧର୍ମର ପ୍ରଭାବକୁ ମୁଁ କୌଣସି ପ୍ରକାରରେ ମଧ୍ୟ ଅନୁମତି ଦେବି ନାହିଁ। ଆମର ସମସ୍ତ କାର୍ଯ୍ୟକଳାପର ଭିତ୍ତି ହେଉଛି ଜାତୀୟତାବାଦ। ଆପଣ କ’ଣ ସେମାନଙ୍କୁ (ସୈନ୍ୟମାନଙ୍କୁ) ଧର୍ମ ଭିତ୍ତିରେ ଐକ୍ୟବଦ୍ଧ କରିବାକୁ ଚାହାନ୍ତି? ଏହା ଯଦି ଘଟେ ତା’ହେଲେ ଗୋଟିଏ ଦିନ ଆସିବ ଯେଉଁଦିନ ସେମାନେ ଧର୍ମ ପାଇଁ ବିଭକ୍ତ ହୋଇଯିବେ।“ ସବୁ ଧର୍ମର ଊର୍ଦ୍ଧ୍ୱରେ ରହି ଯେଉଁ ବ୍ୟକ୍ତି ସବୁ ଧର୍ମକୁ ସମାନ ସମ୍ମାନ ଦେବ ସେ ହିଁ ପ୍ରକୃତ ରାଷ୍ଟ୍ରନୀତିଜ୍ଞ ବୋଲି ନେତାଜୀ କହୁଥିଲେ।
ଧର୍ମ ଏକ ବ୍ୟକ୍ତିଗତ ବିଶ୍ୱାସ, ଏହା ବ୍ୟକ୍ତିଗତ ହୋଇ ରହିବା ଉଚିତ। ପୁରାତନ ଯୁଗରେ ସାମାଜିକ ଶୃଙ୍ଖଳା ଓ ଅନୁଶାସନ ସହ ଧର୍ମ ଯୁକ୍ତହୋଇ ରହୁଥିଲା, ଯାହା ଆଜି ପ୍ରଥା ଓ ପରମ୍ପରାରେ ପରିଣତ ହୋଇଯାଇଛି। ସେତେବେଳେ ବିଜ୍ଞାନର ଉନ୍ନତି ହୋଇ ନ ଥିଲା। ଏବେ ଜ୍ଞାନବିଜ୍ଞାନର ଚରମ ବିକାଶ ଘଟିଛି। ପ୍ରଯୁକ୍ତିବିଦ୍ୟାର ମଧ୍ୟ ଆଶାତୀତ ଉନ୍ନତି ହୋଇଛି। ସାମାଜିକ ଶୃଙ୍ଖଳା ଓ ଅନୁଶାସନ ପାଇଁ ସମ୍ବିଧାନ, ଆଇନ ପ୍ରଣୟନ ହୋଇସାରିଛି। ଦେଶ, ଜାତି, ସମାଜକୁ ସମୃଦ୍ଧ କରିବାକୁ ବିଜ୍ଞାନ ଓ ବିଧିବ୍ୟବସ୍ଥା ରହିଛି। ତେଣୁ ଧର୍ମ ସହ ଆମ ନୀତିନିୟମ, ଆଇନକାନୁନର ସଂଯୋଗର କୌଣସି ଆବଶ୍ୟକତା ଅଛି ବୋଲି ମନେକରାଯାଏନା। ତେଣୁ ତାହାର ପ୍ରସାର ପ୍ରଚାରର ଆବଶ୍ୟକତା ଲୋଡ଼ା ହୁଏ ନାହିଁ। ସେଥିପାଇଁ ଆମ ସମ୍ବିଧାନରେ, ଆମ ଦେଶରେ କୌଣସି ଅଫିସିଆଲ ଧର୍ମ ନାହିଁ। ଧର୍ମରେ କେବଳ ନୈତିକ ଶିକ୍ଷା ମିଳେ। ତାହା ଜଣେ ବ୍ୟକ୍ତି ବ୍ୟକ୍ତିଗତ ଭାବେ ଆହରଣ କରିପାରେ।
‘ଧର୍ମନିରପେକ୍ଷତା’ର ପ୍ରକୃତ ଅର୍ଥ ହେଉଛି କୌଣସି ଧର୍ମ ଅନ୍ୟ ଧର୍ମକୁ ପ୍ରଭାବିତ ନ କରିବା ଏବଂ ଧର୍ମ ଧର୍ମ ମଧ୍ୟରେ ଅସହିଷ୍ଣୁତା ପ୍ରକାଶ ନ ପାଇବା କିମ୍ବା କୌଣସି ଧର୍ମାବଲମ୍ବୀ ଅନ୍ୟ ଧର୍ମାବଲମ୍ବୀଙ୍କୁ ଧର୍ମାନ୍ତରୀକରଣ ନ କରିବା। ଧାର୍ମିକ ଶୋଭାଯାତ୍ରା, ଧାର୍ମିକ ପ୍ରଚାରପ୍ରସାରକୁ ସମ୍ପୂର୍ଣ୍ଣ ରୋକାଯିବା ଉଚିତ। ଡାକବାଜି ଯନ୍ତ୍ର କିମ୍ବା କୌଣସି ଧ୍ୱନି ବାହାକ ଓ ବର୍ଦ୍ଧକ ବୈଦ୍ୟୁତିକ ଯନ୍ତ୍ରକୁ କୌଣସି ବି ଧାର୍ମିକ, ପୂଜାପାର୍ବଣ କାର୍ଯ୍ୟରେ ବ୍ୟବହାର ନ କରିବାକୁ ଆଇନ ପ୍ରଣୟନ ହେବା ଉଚିତ। କିନ୍ତୁ ଆମ ଦେଶରେ ଧର୍ମନିରପେକ୍ଷ ଶବ୍ଦର ଅର୍ଥକୁ କଦର୍ଥ କରାଯାଉଛି। ୧୯୪୯ରେ ସମ୍ବିଧାନରେ ‘ଧର୍ମନିରପେକ୍ଷ’ ଶବ୍ଦ ଯୋଡ଼ାଯାଇ ନ ଥିଲା। ଏହାର ଅର୍ଥ ନୁହେଁ ଯେ, ଗୋଟିଏ ରାଷ୍ଟ୍ର ତା’ ଦେଶ ମଧ୍ୟରେ ଥିବା ଗୋଟିଏ ଧର୍ମକୁ ସୁରକ୍ଷା ପ୍ରଦାନ କରିବନାହିଁ। ଯଦି କରୁଥାନ୍ତା ତେବେ ଏ ଧର୍ମାନ୍ତରୀକରଣ ହେଉଥାନ୍ତା କାହିଁକି? ସେ ଧର୍ମାନ୍ତରୀକରଣ ହେଉ କି ପ୍ରଭାବୀକରଣ, ଧର୍ମ ଧର୍ମ ମଧ୍ୟରେ ଷଡ଼ଯନ୍ତ୍ର ହେଉ କି ଆକ୍ରମଣ କି ବିଦ୍ୱେଷ, ଏହି ସବୁକୁ ରାଷ୍ଟ୍ର ଦୃଢ଼ହସ୍ତରେ ଦମନ କରିବା ସହ କଠୋର ଆଇନ ପ୍ରଣୟନ କରିବା ବିଧେୟ। ରାଷ୍ଟ୍ର ବା ରାଷ୍ଟ୍ରନୀତିଜ୍ଞ କୌଣସି ଧର୍ମର ଅଂଶବିଶେଷ ପାଲଟିବା ଉଚିତ ନୁହେଁ। ଆମ ତଥାକଥିତ ଧର୍ମନିରପେକ୍ଷ ରାଜନେତା ଓ ବୁଦ୍ଧିଜୀବୀମାନେ ବିଚାର କରିବା ଉଚିତ।
ଆମ ଦେଶରେ ଅନେକ ସମ୍ପ୍ରଦାୟଭିତ୍ତିକ ଆଇନଗତ ତାରତମ୍ୟ ରହିଛି। ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ, ଗୋଟିଏ ଆଇନ ସବୁ ନାଗରିକଙ୍କ ପାଇଁ ଲାଗୁ ହେବା ଉଚିତ। ସେଇଥିପାଇଁ ଆମ ସାମାଜିକ, ସାଂସ୍କୃତିକ ଉତ୍ତରଣ ଧର୍ମାନ୍ଧତାରେ ନୁହେଁ ବିଜ୍ଞାନଭିତ୍ତିକ ଚେତନା ସମ୍ମତ ଜ୍ଞାନରେ ସମ୍ଭବ। ବିଶ୍ୱରେ ବହୁ ରାଷ୍ଟ୍ର ‘ଧର୍ମନିରପେକ୍ଷତା’କୁ କଡ଼ାକଡ଼ି ଭାବେ ପାଳନ କରୁଥିବାରୁ ଧର୍ମକୁ ନେଇ ସେଠି ସଙ୍କଟ ସୃଷ୍ଟି ପ୍ରାୟତଃ ହୁଏ ନାହିଁ।
ଏଣୁ ମୋ ମତରେ ସବୁ ପ୍ରେମଠାରୁ ବଡ଼ ପ୍ରେମ ହେଉଛି ଦେଶ ପ୍ରେମ। ସବୁ ଧର୍ମଠାରୁ ଶ୍ରେଷ୍ଠ ଧର୍ମ ମାନବଧର୍ମ। ଏହି ଉକ୍ତିଟିକୁ ଯଦି ଆମେ ସର୍ବାଗ୍ରେ ରଖିବା ଓ କାର୍ଯ୍ୟରେ ଲଗାଇବା ତେବେ ଦେଶରେ କେବଳ ଧର୍ମନିରପେକ୍ଷତା ବଜାୟ ରହିବନି ଶାନ୍ତି ବିରାଜମାନ କରିବ।
ରଘୁନାଥପୁର, ଭୁବନେଶ୍ୱର
ମୋ: ୯୪୩୭୦୧୩୧୩୯


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri