ଢେଙ୍କାନାଳରେ ଲାଗୁ ହେବ ୧୪୪ ଧାରା

ଢେଙ୍କାନାଳ ,୨୪।୧୨: ଢେଙ୍କାନାଳରେ ବଡଦିନ ପାଇଁ ସମ୍ଭାବ୍ୟ ଭିଡ ଆଶଙ୍କାରେ ଜିଲାର ପ୍ରମୁଖ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଲାଗୁ କରାଯିବ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ତେବେ ଡିସେମ୍ବର ୨୫ ରୁ ଜାନୁୟାରୀ ୨ ଯାଏ ଏହି କଟକଣା ବଳବତ୍ତର ରହିବ। ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଏବଂ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି ।