Posted inଜାତୀୟ

ହିଜାବ, ମସ୍‌ଜିଦ ବିବାଦରୁ କର୍ନାଟକରେ ସାମ୍ପ୍ରଦାୟିକ ଉତ୍ତେଜନା

ବେଙ୍ଗାଲୁରୁ,୨୯।୫ (ଆଇଏଏନ୍‌ଏସ୍‌): ହିଜାବ ବିବାଦ ପୁଣିଥରେ ଉପକୂଳ କର୍ନାଟକରେ ମୁଣ୍ଡ ଟେକିଛି। ଏଥିସହିତ ମଲାଲି ମନ୍ଦିର-ମସ୍‌ଜିଦ ବିବାଦକୁ ନେଇ ଉତ୍ତର କନ୍ନଡ, ଦକ୍ଷିଣ କନ୍ନଡ ଏବଂ ଉଡୁପିରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। ଭାଜପାର ଗଡ଼ କୁହାଯାଉଥିବା କର୍ନାଟକର ଉପକୂଳ ଅଞ୍ଚଳ ସାମ୍ପ୍ରଦାୟିକତା ଦୃଷ୍ଟିରୁ ସମ୍ବେଦନଶୀଳ। ପୂର୍ବରୁ ଏଠାରେ ଅନେକ ଥର ସାମ୍ପ୍ରଦାୟିକ ଉତ୍ତେଜନା ଓ ସଂଘର୍ଷ ସୃଷ୍ଟି ହୋଇଛି। ଉକ୍ତ ଅଞ୍ଚଳରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚତ୍ଛି।
ହିଜାବ ବିବାଦ ଏକପ୍ରକାର ସମାଧାନ ହୋଇଯାଇଥିବା ଭଳି ଜଣାପଡ଼ୁଥିଲେ ମଧ୍ୟ ପୁଣିଥରେ ଉପକୂଳ ଅଞ୍ଚଳରେ ଏହାକୁ ନେଇ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। କର୍ନାଟକରେ ଗ୍ରୀଷ୍ମ ଛୁଟି ପରେ ସ୍କୁଲ୍‌ କଲେଜରେ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଶ୍ରେଣୀଗୃହରେ ହିଜାବ ପିନ୍ଧିବାକୁ ବିରୋଧ କରି ହିନ୍ଦୁ ଛାତ୍ରୀଛାତ୍ରମାନେ ପୁଣିଥରେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ରାଜ୍ୟର ଭାଜପା ସରକାର କ୍ୟାମ୍ପସରେ କେବଳ ୟୁନିଫର୍ମକୁ ଅନୁମତି ଦେବା ଉପରେ ଗୁରୁତ୍ୱ ଦେଉଛି। ମାଙ୍ଗାଲୁରୁର ୟୁନିଭର୍ସିଟି କଲେଜରେ ଆନ୍ଦୋଳନ ପରେ ଭାଜପା ବିଧାୟକ ବେଦବ୍ୟାସ କାମାତ୍‌ କଲେଜ ଉନ୍ନୟନ ଓ ପରିଚାଳନା କମିଟି ସଦସ୍ୟ ଓ ଛାତ୍ରୀଛାତ୍ରଙ୍କ ସହ ବୈଠକ କରିଛନ୍ତି।
ସେପଟେ ମଲାଲି ମସ୍‌ଜିଦ ବିବାଦ ଜୋର୍‌ ଧରିଥିବାବେଳେ ସେଠାରୁ ହିନ୍ଦୁ କର୍ମୀମାନଙ୍କୁ ମୁଠାଏ ମାଟି ନେବାକୁ ଦିଆଯିବ ନାହିଁ ବୋଲି ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଏସ୍‌ଡିପିଆଇ) ପକ୍ଷରୁ କୁହାଯାଇଛି। ମସ୍‌ଜିଦ ଦଖଲ କରିବା ସ୍ବପ୍ନ ନ ଦେଖିବାକୁ ଏସ୍‌ଡିପିଆଇ ରାଜ୍ୟ ସଭାପତି ଅବଦୁଲ ମାଜିଦ ମିସୁରୁ ଶନିବାର କହିଛନ୍ତି। ବଲାରିରେ ୨୦୦ ବର୍ଷର ପୁରୁଣଶ ସୁଗାଲମ୍ମା ମନ୍ଦିର ଭଙ୍ଗାଯାଇଥିବା ସମ୍ପର୍କରେ ସୁନିଶ୍ଚିତ କରାଇବା ଲାଗି ହିନ୍ଦୁ କର୍ମୀ ଓ ସଂଘ ପରିବାର ସଦସ୍ୟ ପାରମ୍ପରିକ ‘ତମ୍ବୁଲା ପ୍ରଶ୍ନ’ ଉପାୟ ଅବଲମ୍ବନ କରିବେ ବୋଲି କହିଥିଲାବେଳେ ମାଜିଦ ସେମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ମଲାଲି ମସ୍‌ଜିଦ ପରିସରର ସ୍ଥିତାବସ୍ଥା ବଜାୟ ରଖିଛନ୍ତି। ନିକଟରେ ହୋଇଥିବା ଖନନରୁ ମସ୍‌ଜିଦ ପରିସରରେ ମନ୍ଦିର ଢାଞ୍ଚା ମିଳିଥିଲା। ଫଳରେ ସେଠାରେ ମନ୍ଦିର ଥିବା ନେଇ ହିନ୍ଦୁ କର୍ମୀମାନେ ଦାବି ଉଠାଇଥିଲେ। ଏହି ପ୍ରସଙ୍ଗରେ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri