ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ ଗିରଫ

ଭୁବନେଶ୍ୱର,୪।୬(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଆଉଜଣେ ବଡ଼ ବାବୁ। ସେ ହେଲେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ବୟ ବିଭାଗର ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ। ଶୁକ୍ରବାର ଜଣେ କମ୍ପ୍ୟୁଟର ଫାର୍ମ ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଟିମ୍‌ ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ତାଙ୍କ ନାମରେ ଏକ ମାମଲା (ନଂ.୧୩/୨୦୨୨) ରୁଜୁ କରାଯାଇ ପୂର୍ଣ୍ଣଚନ୍ଦ୍ରଙ୍କୁ ଗିରଫ କରାଯାଇଛି। ଏହାପରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ୟୁନିଟ-୧ସ୍ଥିତ ତାଙ୍କ ସରକାରୀ ବାସଭବନ, ଭରତପୁର ଥାନା ଦୁର୍ଗାମାଧବ ନଗରସ୍ଥିତ ଘର, ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅଞ୍ଚଳରେ ପୈତୃକ ଘର ଓ ଲୋକସେବା ଭବନରେ ଥିବା ତାଙ୍କ କାର୍ଯ୍ୟାଳୟ ସମେତ ୪ ସ୍ଥାନରେ ଚଢ଼ାଉ କରାଯାଇଛି। ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଏକ ସରକାରୀ କାର୍ଯ୍ୟରେ ୧୦ଟି କମ୍ପ୍ୟୁଟର ଯୋଗାଇବାକୁ ଲୁଇସ୍‌ ରୋଡ୍‌ର ଜଣେ ଫାର୍ମ ମାଲିକ ଟେଣ୍ଡର ପାଇଥିଲେ। ଏହାର ବିଲ୍‌ ସହ ଅନ୍ୟ ଏକ ଟେଣ୍ଡର ଅର୍ଡର ଦେବାକୁ ଅନୁସଚିବ ୬୫ହଜାର ୫୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରତି କମ୍ପ୍ୟୁଟର ପାଇଁ ୩ ହଜାର ଟଙ୍କା ଲେଖାଏ ମୋଟ ୩୦ ହଜାର ଟଙ୍କା ନେବାକୁ କହିଥିଲେ। ଏଥିସହ ୫୫ଟି ୟୁପିଏସ୍‌ ଟେଣ୍ଡରର ଅର୍ଡର ପାଇଁ ୨୬ ହଜାର ୫୦୦ ଟଙ୍କା ମାଗିଥିଲେ। ଟଙ୍କା ନ ମିଳିଲେ ୫୫ଟି ୟୁପିଏସ୍‌ର ଟେଣ୍ଡର ଅର୍ଡରକୁ ରୋକିଦେବାକୁ ପୂର୍ଣ୍ଣଚନ୍ଦ୍ର ଧମକ ଦେଇଥିଲେ। ଏନେଇ କମ୍ପ୍ୟୁଟର ଫାର୍ମ ମାଲିକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଲାଞ୍ଚ କାରବାର ଧରିବାକୁ ଭିଜିଲାନ୍ସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଶୁକ୍ରବାର ପୂର୍ଣ୍ଣଚନ୍ଦ୍ର ତାଙ୍କ ସରକାରୀ ବାସଭବନରେ ଉକ୍ତ ଫାର୍ମ ମାଲିକଙ୍କଠାରୁ ୩୦ ହଜାର ଲାଞ୍ଚ ନେଉଥିବାବେଳେ ପୂର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri