Posted inଖେଳ

ଗିଲଙ୍କ ସଫଳତା ପଛରେ ରହିଛି ଅଜଣା କଥା

ନୂଆଦିଲ୍ଲୀ,୨୨।୧: ଗାବା ଟେଷ୍ଟର ପଞ୍ଚମ ଦିନ ମିଚେଲ ଷ୍ଟାର୍କ ଓ ପାଟ କୁମିନ୍ସ ପ୍ରାୟତଃ ୧୫୦ କି.ମି. ଗତିରେ ଘାତକ ବୋଲିଂ କରୁଥିଲେ। ଭାରତୀୟ ଯୁବ ଓପନର ଶୁବମାନ ଗିଲ ଓ ଚେତ୍ତେଶ୍ୱର ପୂଜାରାଙ୍କ ଉଇକେଟ ହାତେଇବା ପାଇଁ ବାରମ୍ବାର ଶର୍ଟ ପିଚ୍‌ ବଲର ବ୍ୟବହାର କରୁଥିଲେ ଦୁଇ ଘାତକ ପେସର। ଯୋଦ୍ଧା ଭଳି ଖେଳୁଥିବା ପୂଜାରାଙ୍କ ଦେହରେ ଥରେ କି ଦୁଇ ଥର ନୁହେଁ ୧୧ ଥର ବଲ ବାଜିଥିଲା। ବହୁ ବାର ତାଙ୍କୁ ନେବାକୁ ପଡ଼ିଥିଲା ଭାରତୀୟ ଦଳର ମେଡିକାଲ ଷ୍ଟାଫଙ୍କ ସହାୟତା।

ଅନ୍ୟପକ୍ଷରେ ଷ୍ଟାର୍କ ଓ କୁମିନ୍ସଙ୍କ ଶର୍ଟ ପିଚ ବଲକୁ ଅତି ସହଜରେ ଖେଳୁଥିଲେ ଗିଲ। ଷ୍ଟାର୍କଙ୍କ ଏକ ଓଭରରେ ସେ ଆଦାୟ କରିଥିଲେ ୨୦ ରନ୍‌। ଶର୍ଟ ପିଚ ବଲକୁ ବ୍ୟାକ୍‌ଫୁଟ୍‌ରେ ସେ ଖେଳିଥିଲେ ପୁଲ, ହୁକ୍‌, କଟ୍‌ ଓ ପଞ୍ଚ ଭଳି ଶଟ୍‌। ସିରିଜ୍‌ର ଦ୍ୱିତୀୟ ତଥା ମେଲବୋର୍ନ ଟେଷ୍ଟରେ ପଦାର୍ପଣ ପରଠାରୁ ତାଙ୍କ ବ୍ୟାକଫୁଟ୍‌ ଓ୍ବର୍କକୁ ପ୍ରଶଂସା କରିଥିଲେ ବହୁ ପ୍ରାକ୍ତନ ଖେଳାଳି। ତେବେ ଏହା ପଛରେ ରହିଛି ଏକ ଅଜଣା କଥା, ଯାହାକୁ ରହସ୍ୟ ବି କହିପାରିବା।

ପଞ୍ଜାବର ଫାଜିଲକା ଜିଲାର ଚକ ଖେରେ ଓ୍ବାଲା ଗ୍ରାମର ବାସିନ୍ଦା ଗିଲଙ୍କ ପରିବାର। ଛୋଟ ବେଳୁ ଶୁବମାନଙ୍କ କ୍ରିକେଟ ପ୍ରତି ଦୁର୍ବଳତା ଥିଲା। ଏଥି ଯୋଗୁ ପୁଅକୁ ସୁବିଧା ଓ ସୁଯୋଗ ଦେବା ପାଇଁ ପୁରା ପରିବାର ସମେତ ମୋହାଲି ଚାଲିଆସିଥିଲେ ବାପା ଲଖଓ୍ବିନ୍ଦର ସିଂ । ମୋହାଲି କ୍ରିକେଟ ଏକାଡେମୀରେ ଭର୍ତ୍ତି ହେବା ପରେ ମଧ୍ୟ ପୁଅକୁ ନିଜ ଆଡ଼ୁ ଦେଇଥିଲେ ଟ୍ରେନିଂ। ମୁଖ୍ୟତଃ ଶର୍ଟ ବଲ ବିପକ୍ଷରେ କେଉଁ ଭଳି ବ୍ୟାଟିଂ କରିବାକୁ ପଡ଼େ, ତାହା ଉପରେ ଗୁରୁତ୍ୱ ଦେଇଥିଲେ।

” ଗିଲ ୯ ବର୍ଷ ବୟସରେ ହିଁ ପ୍ରତ୍ୟେକ ଦିନ ଖେଳୁଥିଲେ ୧୫୦୦ ଶର୍ଟ ବଲ। ଏଥି ଲାଗି ମୁଁ ଟେବୁଲ ଉପରେ ଛିଡ଼ା ହୋଇ ଥ୍ରୋ କରୁଥିଲି। ଆଉ ଗିଲ ବ୍ୟାଟିଂ କରୁଥିଲେ ଏକ ଷ୍ଟମ୍ପରେ। ଏହି କାରଣରୁ ଗିଲ ବଲକୁ ଠିକ୍‌ ସେ ମିଡ୍‌ଲ କରିପାରୁଛନ୍ତି। ତାଙ୍କୁ ମ୍ୟାଟ୍‌ ଉପରେ ଖୁବ ପ୍ରାକ୍ଟିସ କରାଇଛି, ଯାହାକି ବଲକୁ ଅତ୍ୟଧିକ ବାଉନ୍ସ ପ୍ରଦାନ କରେ। ଏହି ବଲରେ ଶଟ ଖେଳିବାକୁ ହେଲେ ଠିକ୍‌ ପୋଜିଶନ ଓ ଟାଇମିଂ ଦରକାର। ଆଉ ମ୍ୟାଟରେ ଖେଳିବା ଦ୍ୱାରା ବ୍ୟାଟ୍ସମ୍ୟାନଙ୍କ ବ୍ୟାକ୍‌ଫୁଟ୍‌ ଗେମ୍‌ରେ ସୁଧାର ଆସିଥାଏ। ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ହେଲେ ବ୍ୟାଟ୍ସମ୍ୟାନ ପାଇଁ ଏହା ନିହାତି ଆବଶ୍ୟକ“ ବୋଲି ଲଖଓ୍ବିନ୍ଦର କହିଛନ୍ତି। ଉଲ୍ଲେଖଥାଉ କି, ଗିଲ ଅଷ୍ଟ୍ରେଲିଆ ବିପକ୍ଷରେ ୬ଟିଂ ଇନିଂସରେ କରିଥିଲେ ୨୫୯ ରନ୍‌। ଏଥିରେ ସାମିଲ ଅଛି ୯୧ ରନ୍‌ର ପାଳି, ଯାହାକି ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରର ସର୍ବାଧିକ ସ୍କୋର।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri