ତାଲିବାନ ଦଖଲରେ ଦ୍ୱିତୀୟ ପ୍ରାଦେଶିକ ରାଜଧାନୀ

କାବୁଲ, ୮।୮(ଆଇଏଏନ୍‌ଏସ୍‌): ସପ୍ତାହେ ବ୍ୟାପୀ ସଂଘର୍ଷ ପରେ ତାଲିବାନ ଆତଙ୍କବାଦୀମାନେ ଶନିବାର ଆଫଗାନିସ୍ତାନର ଉତ୍ତର ଭାଗରେ ଅବସ୍ଥିତ ଜଜାନ୍‌ ପ୍ରଦେଶର ରାଜଧାନୀ ଶେବେରଗାନ୍‌କୁ ନିଜ ଦଖଲକୁ ନେଇଛନ୍ତି। ସୂତ୍ର ଅନୁଯାୟୀ ସୁରକ୍ଷା ବଳ କେବଳ ଖ୍ବାଜା ଡାକୋ ଜିଲାର ପ୍ରାଦେଶିକ ବିମାନବନ୍ଦରରେ ସୀମିତ ରହିଛି। ଦୁଇ ଦିନ ମଧ୍ୟରେ ତାଲିବାନ ଦଖଲକୁ ଯିବାରେ ଶେବେରଗାନ୍‌ ଦ୍ୱିତୀୟ ପ୍ରାଦେଶିକ ରାଜଧାନୀ। ଶୁକ୍ରବାର ସେମାନେ ନିମ୍‌ରୁଜ୍‌ ପ୍ରଦେଶର ରାଜଧାନୀ ଜରଞ୍ଜ ସହରକୁ ଦଖଲ କରିଥିଲେ। ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସୈନ୍ୟ ପ୍ରତ୍ୟାହାର ଜାରି ରହିଥିବାବେଳେ ଆତଙ୍କବାଦୀମାନେ ଅନେକ ସୀମାନ୍ତ ଅଞ୍ଚଳକୁ କବ୍‌ଜା କରିସାରିଲେଣି। ଜଜାନ ପ୍ରଦେଶର ସୁରକ୍ଷା ସ୍ଥିତି ଉପରେ ସରକାର ଉପଯୁକ୍ତ ଧ୍ୟାନ ନ ଦେବାରୁ ଏହାର ରାଜଧାନୀ ଆତଙ୍କବାଦୀଙ୍କ କବଳକୁ ଗଲା ବୋଲି ସେଠାର ଏମ୍‌ପିମାନେ ଅଭିଯୋଗ କରିଛନ୍ତି।
ଗୁରୁବାରଠାରୁ ଶେବେରଗାନ୍‌ରେ ଆଫଗାନ ସୈନ୍ୟ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଲାଗି ରହିଥିଲା। ଶୁକ୍ରବାର ତାଲିବାନ ପ୍ରାଦେଶିକ ରାଜ୍ୟପାଳଙ୍କ ବାସଭବନକୁ ଅକ୍ତିଆର କରିଥିଲେ ମଧ୍ୟ ସେନା ଏହାକୁ ସେମାନଙ୍କଠାରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲା। ଏହା ପରେ ପୁଣିଥରେ ଆତଙ୍କବାଦୀମାନେ ଉକ୍ତ କମ୍ପାଉଣ୍ଡ ସମେତ ମ୍ୟୁନିସିପାଲିଟି ବିଲ୍ଡିଂକୁ ଦଖଲକୁ ନେଇଥିଲେ। ଶେବେରଗାନ୍‌ ତାଲିବାନ ଅକ୍ତିଆରକୁ ଯିବା ପରେ ଉକ୍ତ ରାଜ୍ୟରେ ୧୫ ଗଣମାଧ୍ୟମ ସଂସ୍ଥା, ଟିଭି ଷ୍ଟେଶନ ଏବଂ ରେଡିଓ ନେଟଓ୍ବର୍କ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଆଫଗାନ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି, ଖୁବ୍‌ଶୀଘ୍ର ରାଜଧାନୀ ସ୍ଥିତି ସ୍ବାଭାବିକ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଶନିବାର ରାଷ୍ଟ୍ରପତି ଅଶ୍ରଫ୍‌ ଘନି ପୂର୍ବତନ ଉପରାଷ୍ଟ୍ରପତି ମାର୍ଶାଲ ଅବଦୁଲ ରଶିଦ୍‌ ଦୋସ୍ତୁମ୍‌ଙ୍କୁ ଭେଟି ଦେଶର ସୁରକ୍ଷା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଆଫଗାନ ସୈନ୍ୟବାହିନୀକୁ ସମସ୍ତ ସହଯୋଗ ଯୋଗାଇଦେବା ଲାଗି ଦୋସ୍ତୁମ୍‌ ପ୍ରତିଶ୍ରୁତି ଦେଇଥିଲେ। କମାଣ୍ଡର ଅଲି ସର୍‌ଓ୍ବରଙ୍କ ନେତୃତ୍ୱରେ ଜୁନବିଶ୍‌ଙ୍କ ଅନୁଗତ ୧୫୦ ଜଣ ସଦସ୍ୟ ଶନିବାର ସକାଳେ ଶେବେରଗାନରେ ପହଞ୍ଚତ୍ଥିଲେ ବୋଲି ପୂର୍ବତନ ଉପରାଷ୍ଟ୍ରପତି ଦୋସ୍ତୁମ୍‌ଙ୍କ ସହଯୋଗୀ ସୟେଦ ଶାମସୁଦ୍ଦିନ୍‌ ସଦାତ୍‌ କହିଛନ୍ତି। ଜଜାନ୍‌ରେ ତାଲିବାନ ବିରୋଧୀ ଲଢ଼େଇରେ ପବ୍ଲିକ ଅପ୍‌ରାଇଜିଂ ଫୋର୍ସର ନେତୃତ୍ୱ ନେଇଥିଲେ ହୋସ୍ତୁମ୍‌ଙ୍କ ପୁଅ ୟାର୍‌ ମହମ୍ମଦ ଦୋସ୍ତୁମ। ଏଥିସହିତ ସ୍ବତନ୍ତ୍ର ବାହିନୀର କେତେଜଣ ସଦସ୍ୟ ମଧ୍ୟ ସଂଘର୍ଷରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri