Posted inଖେଳ

ଦ୍ୱିତୀୟ ଦିନିକିଆ: ଭାରତୀୟ ମହିଳାଙ୍କ ସହଜ ବିଜୟ

ଲକ୍ଷ୍ନୌ,୧୦।୩(ପି.ଟି.): ଅଭିଜ୍ଞ ମହିଳା ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀଙ୍କ ୪ ଉଇକେଟ ସଫଳତା ପରେ ସ୍ମୃତି ମାନ୍ଧନା ଓ ପୁନମ ରାଉତଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ ଦଳ ବିଜୟୀ ହୋଇଛି। ୧୨୮ଟି ବଲ ବାକି ରଖି ଭାରତ ୯ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ଏଥିସହିତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଏବେ ୧-୧ ସମାନସ୍ତରରେ ପହଞ୍ଚିଛି। ପ୍ରଥମ ଦିନିକିଆରେ ୮ ଉଇକେଟରେ ପରାସ୍ତ ହୋଇଥିବା ଭାରତ ଏଥିସହ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି।
ସ୍ଥାନୀୟ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪୧ ଓଭରରେ ୧୫୭ ରନକରି ଆଲଆଉଟ ହୋଇଥିଲା। ଜବାବରେ ଭାରତ ୨୮.୪ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ୧୬୦ ରନକରି ବିଜୟୀ ହୋଇଥିଲା। ୧୦ ଓଭର ବୋଲିଂ କରି ୪୨ ରନ ବ୍ୟୟ କରିବା ସହ ମୂଲ୍ୟବାନ ୪ ଉଇକେଟ ନେଇଥିବା ୩୮ ବର୍ଷୀୟା ଝୁଲଣ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୫୮ ରନ ଟାର୍ଗେଟର ପିଛା କରି ଭାରତ ଓପନର ଜେମିମା ରୋଡ୍ରିଗୁଏଜଙ୍କୁ ପ୍ରଥମେ ହରାଇଥିଲା। ଜେମିମା ୯ ରନ କରିଥିବାବେଳେ ଶମନିମ ଇସ୍‌ମାଇଲଙ୍କ ଦ୍ୱାରା କ୍ଲିନ୍‌ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ତେବେ ଏହା ପରେ ଆଉ କୌଣସି କ୍ଷତି ହେବାକୁ ନ ଦେଇ ସ୍ମୃତି ଓ ପୁନମ୍‌ ଅପରାଜିତ ୧୩୮ ରନର ଶତକୀୟ ଭାଗୀଦାରି ସ୍ଥାପନ କରି ଦଳକୁ ବିଜୟୀ କରାଇଥିଲେ। ସ୍ମୃତି ୬୪ଟି ବଲ୍‌ର ସମ୍ମୁଖୀନ ହୋଇ ଆକ୍ରମଣାତ୍ମକ ବ୍ୟାଟିଂ କରି ୧୦ ଚୌକା ଓ ୩ ଛକା ସହ ଦ୍ରୁତ ୮୦ ରନକରି ଅପରାଜିତ ରହିଥିଲେ। ଏଥିସହ ମାନ୍ଧନା ଦିନିକିଆରେ ରନ୍‌ ଚେଜ୍‌ କରିବା ଅବସରରେ କ୍ରମାଗତ ୧୦ଟି ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି। ସେ ପୁରୁଷ ଓ ମହିଳା ଉଭୟ ବର୍ଗ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ପ୍ରଥମ ଖେଳାଳିଭାବେ ଏହି ବିରଳ ସଫଳତା ହାସଲ କରିଛନ୍ତି। ଏହି କ୍ରମରେ ସେ ନ୍ୟୁଜିଲାଣ୍ଡର ସୁଜି ବେଟ୍ସଙ୍କୁ ପଛରେ ପକାଇଛନ୍ତି। ବେଟ୍ସ ପୂର୍ବରୁ ରନ ପିଛା କରିବା ଅବସରରେ ୯ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଦୁଇଜଣଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ପୁରୁଷ ଓ ମହିଳା ଖେଳାଳି କ୍ରମାଗତ ୬ରୁ ଊର୍ଦ୍ଧ୍ୱ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ସେହିପରି ପୁନମ୍‌ ୮୯ଟି ବଲ୍‌ ଖେଳି ୮ ଚୌକା ସହ ୬୨ ରନକରି ଅପରାଜିତ ରହିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ତରଫରୁ ଲାରା ଗୁଡାଲ ସର୍ବାଧିକ ୪୯ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟିକା ସୁନ୍‌ ଲୁସ୍‌ ୩୬, ମିଗ୍‌ନନ ଡୁ ପ୍ରୀଜ ୧୧, ମାରିଜନେ କ୍ୟାପ୍‌ ୧୦, ତ୍ରିସା ଚେଟ୍ଟୀ ୧୨ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ଝୁଲଣଙ୍କ ୪ ଉଇକେଟକୁ ବାଦ୍‌ ଦେଲେ ବାମହାତୀ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ ୩, ଦ୍ରୁତ ବୋଲର ମାନ୍‌ସୀ ଯୋଶି ୨, ହରମନପ୍ରୀତ କୌର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୪୧ ଓଭରରେ ୧୫୭
(ଲାରା ଗୁଡାଲ- ୪୯, ସୁନ୍‌ ଲୁସ- ୩୬, ଝୁଲଣ- ୪/୪୨, ରାଜେଶ୍ୱରୀ- ୩/୩୭, ମାନସୀ- ୨/୨୩)।
ଭାରତ ୨୮.୪ ଓଭରରେ ୧୬୦/୧
(ସ୍ମୃତି- ୮୦*, ପୁନମ- ୬୨*, ଇସ୍‌ମାଇଲ- ୧/୪୬ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri