ଦ୍ୱିତୀୟ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଧ୍ୱଂସ କଲା ରୁଷିଆ: ବଢ଼ିଲା ବିକିରଣ ବିପଦ

କ୍ୱିଭ୍‌,୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଙ୍ଗଳବାର ୧୩ଦିନରେ ପହଞ୍ଚିଛି। ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ରୁଷିଆ ସୈନ୍ୟମାନେ କ୍ୱିଭ, ଖାର୍କିଭ ସମେତ ଅନେକ ସହରରେ ରକେଟ ମାଡ଼ କରିବା ସହ କ୍ଷେପଣାସ୍ତ୍ର ଓ ଗୁଳି ଚଳାଉଛନ୍ତି। ଇତିମଧ୍ୟରେ ରୁଷିଆ ସୈନ୍ୟ ୟୁକ୍ରେନର ଦ୍ୱିତୀୟ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଧ୍ୱଂସ କରିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଅନୁଯାୟୀ, ଏପର୍ଯ୍ୟନ୍ତ ବିକିରଣ ଲିକ୍‌ ହେବାର କୌଣସି ଖବର ନାହିଁ କିନ୍ତୁ ବିପଦ ରହିଛି ବୋଲି କୁହାଯାଉଛି। ଏହାପୂର୍ବରୁ ରୁଷିଆ ସୈନ୍ୟ ଦକ୍ଷିଣ-ପୂର୍ବ ୟୁକ୍ରେନର ଜାପୋଝିରିଆ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଆକ୍ରମଣ କରି ନଷ୍ଟ କରିଦେଇଥିଲେ। ସେହିପରି ଯୁଦ୍ଧର ପ୍ରଥମ ଦିନରେ ତଥା ପେବୃଆରୀ ୨୪ରେ ଚେର୍ନୋବିଲ ପ୍ଲାଣ୍ଡକୁ କବ୍‌ଜା କରିଥିଲେ ରୁଷିଆ ସୈନ୍ୟ। ସୂଚନାଯୋଗ୍ୟ, ସୋମବାର ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ବେଲାରୁଷରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ତୃତୀୟ ରାଉଣ୍ଡ ଆଲୋଚନା ମଧ୍ୟ ଫଳହୀନ ହୋଇଛି। ଏଥିରେ ଲୋକଙ୍କୁ ରଣକ୍ଷେତ୍ରରୁ ଲୋକଙ୍କୁ ବାହାର କରିବା ପାଇଁ ୟୁକ୍ରେନରେ ମାନବ କରିଡର ନିର୍ମାଣ କରିବାକୁ ସହମତ ହୋଇ ନ ଥିଲେ। ୟୁକ୍ରେନରେ ଲଗାତର ଭାବେ ରୁଷିଆ ପକ୍ଷରୁ କରାଯାଉଥିବା ବିସ୍ଫୋରଣରେ ଭୟଭୀତ ହୋଇ ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ଯାଇ ଦେଶ ଛାଡି ପଳାଇଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଇରାନ ଯୁଦ୍ଧରେ ଫସିଗଲେ ଟ୍ରମ୍ପ, ହରାଇବେ ପଦ! ଇସ୍ତଫା ଦାବି କଲେ…

ଓ୍ବାଶିଂଟନ୍‌,୮।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୮ ତାରିଖରେ ଯେତେବେଳେ ଇସ୍ରାଏଲ ସହ ମିଶି ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଥିଲେ, ସେତବେଳେ ସେ ଭେନେଜୁଏଲାରେ…

ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି: ଚିଠି କରି କାମ ସାରିଦେଲେ…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ…

ଯୁଦ୍ଧ ବନ୍ଦ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ମୁଁ ଘୋଷଣା କରୁଛି ଯେ, ଆଗାମୀ ଦିନରେ…

ଇସଲାମାବାଦ,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଶେଷରେ ଆମେରିକା ଏବଂ ଇରାନ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା…

ଇରାନ-ଆମେରିକା ଯୁଦ୍ଧବିରତିରେ ଏହି ଦେଶର ବଲ୍ଲେବଲ୍ଲେ, ଆଦାୟ କରିବ ହର୍ମୁଜ ଉପରେ ଶୁଳ୍କ

ଓ୍ବାଶିଂଟନ୍‌,୮।୪: ପଶ୍ଚିମ ଏସିଆରେ ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥିବା ଯୁଦ୍ଧର ନିଆଁ ଶେଷରେ ଥଣ୍ଡା ପଡ଼ିଛି। ଆମେରିକା ଏବଂ ଇରାନ ଦୁଇ ସପ୍ତାହ…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri