କଂଗ୍ରେସକୁ ମିଳିଲା ନାହିଁ ପ୍ରାର୍ଥୀ

ବ୍ରହ୍ମପୁର ଅଫିସ,୮ା୩: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) କଂଗ୍ରେସର ମେୟର ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ। ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ ସୋମବାର ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ତାଙ୍କ ନାମ ଘୋଷଣା ହୋଇଛି। ସେ ନିର୍ବାଚନ ଅଧିକାରୀ ଉପଜିଲାପାଳଙ୍କ ଦପ୍ତରରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଞ୍ଜାମ ଜିଲାରେ କଂଗ୍ରେସ ଶୋଚନୀୟ ପରାଜୟ ଯୋଗୁ ପ୍ରାର୍ଥୀ ଚୟନରେ ସମସ୍ୟା ଦେଖା ଦେଇଥିବା ବେଳେ ବ୍ରହ୍ମପୁର ମେୟର ପ୍ରାର୍ଥୀ ଖୋଜା ଚାଲିଥିଲା। ଭାଜପାରୁ ଇସ୍ତଫା ଦେଇଥିବା ଜଣେ ନାରୀ ନେତ୍ରୀଙ୍କ ସମେତ ମଞ୍ଜୁ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ। ହେଲେ ପିସିସି ପକ୍ଷରୁ ରଥଙ୍କୁ ଟିକେଟ ଦିଆଯାଇଛି।

ନାମାଙ୍କନ ଦାଖଲ ପରେ ମଞ୍ଜୁ କହିଛନ୍ତି, ସେ ଦୀର୍ଘଦିନରୁ ସମାଜସେବାରେ ବ୍ରତୀ ରହିଛନ୍ତି। କଂଗ୍ରେସ ତାଙ୍କୁ ମେୟର ପ୍ରାର୍ଥୀ କରିଥିବାରୁ ସେ ଉତ୍ସାହିତ। ମହାନଗରବାସୀଙ୍କ ଆଶୀର୍ବାଦରେ ଯଦି ନିର୍ବାଚିତ ହୁଅନ୍ତି ତେବେ ନଗରୀବାସୀଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ପ୍ରାଥମିକତା ଦେବେ। ଏପରିକି ପାନୀୟ ଜଳ ଯୋଗାଣର ସ୍ଥାୟୀ ସମାଧାନ ଲାଗି ପ୍ରୟାସ କରିବେ। ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍‌ ସମସ୍ୟା ଦୂର କରିବାକୁ ସେ କହିଛନ୍ତି।

ଅପରପକ୍ଷରେ ମହାନଗରରେ ୪୨ ୱାର୍ଡ ମଧ୍ୟରୁ ନାମାଙ୍କନର ଅନ୍ତିମ ଦିବସରେ କଂଗ୍ରେସରୁ କର୍ପୋରେଟର ପାଇଁ ୨୮ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ଜିଲା କମିଟି ଉପସଭାପତି ମହେଶ୍ୱର ପାତ୍ର କହିଛନ୍ତି। ଅବଶିଷ୍ଟ ୧୪ ୱାର୍ଡ ନିମନ୍ତେ କଂଗ୍ରେସକୁ ପ୍ରାର୍ଥୀ ମିଳି ନ ଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri