Posted inଜାତୀୟ

ଭୁବନେଶ୍ୱରରେ ହେବ ସିଡବ୍ଲ୍ୟୁଜିର ଦ୍ୱିତୀୟ ବୈଠକ

ନୂଆଦିଲ୍ଲୀ,୧୬ା୨: ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ପ୍ରଥମ କଲ୍ଚର ଓ୍ବାର୍କିଂ ଗ୍ରୁପ୍‌ (ସିଡବ୍ଳ୍ୟୁଜି) ବୈଠକ ମଧ୍ୟପ୍ରଦେଶର ମନ୍ଦିର ସହର ଖଜୁରାହୋରେ ଫେବୃୟାରୀ ୨୨ରୁ ଆରମ୍ଭ ହେବ। ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ‘କଲ୍ଚର ଫର୍‌ ଲାଇଫ୍‌’ (ଜୀବନ ପାଇଁ ସଂସ୍କୃତି) ବିଷୟ ଉପରେ ଏଥିରେ ଗୁରୁତ୍ୱ ଦିଆଯିବ। ପରିବେଶ ସଚେତନ ଜୀବନଶୈଳୀକୁ ନିରନ୍ତର ଜୀବନ ପାଇଁ କ୍ୟାମ୍ପେନ୍‌ ଭାବେ ବ୍ୟବହାର କରାଯିବ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ଓ କର୍ନାଟକର ହାମ୍ପିରେ ତୃତୀୟ ବୈଠକ ଅନୁଷ୍ଠିତ ହେବ ବୋଲି ବୁଧବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରାଚୀନ ସହର ଖଜୁରାହୋ ୟୁନେସ୍କୋର ଏକ ବିଶ୍ୱ ଐତିହ୍ୟ ସ୍ଥଳ। ଏଠାରେ ଚନ୍ଦେଲା ବଂଶ ପକ୍ଷରୁ ୯୫୦-୧୦୫୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ମନ୍ଦିରର କାରୁକାର୍ଯ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଐତିହାସିକ ରେକର୍ଡ ଅନୁସାରେ ଖଜୁରାହୋର ୨୦ କି.ମି. ପରିଧି ମଧ୍ୟରେ ୮୫ଟି ମନ୍ଦିର ନିର୍ମିତ ହୋଇଥିଲା। ଏହା ବର୍ତ୍ତମାନ ୬ କି.ମି. ଅଞ୍ଚଳରେ ସୀମିତ ହୋଇଯାଇଛି। ମାତ୍ର ୨୫ଟି ମନ୍ଦିର ନିଜ ଅସ୍ତିତ୍ୱ ବଜାୟ ରଖିପାରିଛି। ଖଜୁରାହୋର ମହାରାଜା ଛତ୍ରଶାଳ କନ୍‌ଭେନ୍ସନ ସେଣ୍ଟର (ଏମ୍‌ସିସିସି)ରେ ହେବାକୁ ଥିବା ସିଡବ୍ଲ୍ୟୁଜି ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀ ଯୋଗଦେଇ ଏକ ପ୍ରଦର୍ଶନୀର ଉଦ୍‌ଘାଟନ କରିବେ ଦ୍ୱିତୀୟ ବୈଠକ ଭୁବନେଶ୍ୱର ଓ ତୃତୀୟ ବୈଠକ ହାମ୍ପିରେ ଅନୁଷ୍ଠିତ ହେବ ବୋଲି ନୂଆଦିଲ୍ଲୀରେ ସଂସ୍କୃତି ସଚିବ ଗୋବିନ୍ଦ ମୋହନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସିଡବ୍ଲ୍ୟୁଜିର ଚତୁର୍ଥ ବୈଠକ ପାଇଁ ସ୍ଥାନ ନିରୂପଣ ହୋଇ ନ ଥିବା ସେ କହିଛନ୍ତି।

ପ୍ରକାଶ ଯେ, ୨୦୨୨ ଡିସେମ୍ବର ୧ରେ ଭାରତ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଥିଲା। ଦେଶର ୫୫ ସ୍ଥାନରେ ୨୦୦ରୁ ଊର୍ଦ୍ଧ୍ୱ ବୈଂକ ଅନୁଷ୍ଠିତ ହେବ, ଯାହାକି ଆସନ୍ତା ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଶେଷ ହେବ। ଏଥିରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚାଇନା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ସଂଘ (ଇୟୁ) ପ୍ରତିନିଧିମାନେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri