ଓଡ଼ିଶାର ଦ୍ୱିତୀୟ ଘଟଣା: ଲାପ୍ରୋସ୍କୋପିରେ ଥାଇରଡ୍‌ ଟ୍ୟୁମର ସର୍ଜରି

ଭୁବନେଶ୍ୱର,୪ା୫(ବନ୍ଦନା ସେଠୀ): ଏକ୍ସଇଲୋ ବ୍ରେଷ୍ଟ ଆପ୍ରୋଚ୍‌ (ଏବିଏ) ପଦ୍ଧତିରେ ଥାଇରଡ୍‌ ଟ୍ୟୁମର ସର୍ଜରି କ୍ଷେତ୍ରରେ ଭୁବନେଶ୍ୱର ପିଜିଆଇଏମ୍‌ଇଆର୍‌ ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲ ଆଉ ଏକ ସଫଳତା ହାସଲ କରିଛି। ଥାଇରଡ୍‌ରେ ହୋଇଥିବା ଟ୍ୟୁମରକୁ ଲାପ୍ରୋସ୍କୋପି ମାଧ୍ୟମରେ ସର୍ଜରି କରାଯାଇ ବାହାର କରାଯାଇଛି। କ୍ୟାପିଟାଲ ହସ୍ପିଟାଲ୍‌ ସର୍ଜରି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ଶ୍ରୀକାନ୍ତ ପାତ୍ର ଓ ତାଙ୍କ ଟିମ୍‌ ଶନିବାର ଏହି ସର୍ଜରିକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି।

୨ଘଣ୍ଟା ୧୫ ମିନିଟ୍‌ ଧରି ଏହି ଅପରେଶନ୍‌ କରାଯାଇଥିଲା। ବର୍ତ୍ତମାନ ସମ୍ପୃକ୍ତ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ କଥାବାର୍ତ୍ତା କରିପାରୁଛନ୍ତି। ୨ଦିନରେ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ। ସେହିପରି ଥାଇରଡ୍‌ ଟ୍ୟୁମରକୁ ଲାପ୍ରୋସ୍କାପି ମାଧ୍ୟମରେ ସଫଳତାର ସହ ସର୍ଜରି କରିବାରେ ଏହା ଓଡ଼ିଶାର ଦ୍ୱିତୀୟ ଘଟଣା।

କ୍ୟାପିଟାଲ ହସ୍ପିଟାଲରେ ଓଡ଼ିଆ ଡାକ୍ତରୀ ଟିମ୍‌ ଦ୍ୱାରା ପ୍ରଥମ କରି ଏହି ଅତ୍ୟାଧୁନିକ ପଦ୍ଧତିରେ ଥାଇରଡ୍‌ ଟ୍ୟୁମର ଅପରେଶନ କରାଯାଇଥିବାବେଳେ ୮/୧୦ବର୍ଷ ତଳେ ରାଜ୍ୟ ବାହାରୁ ଆସିଥିବା ଜଣେ ଡାକ୍ତର ଏଭଳି ଅପରେଶନ୍‌ କରିଥିଲେ ବୋଲି ଡା. ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଣପୁରର ୨୮ ବର୍ଷିୟା ରଶ୍ମିତା ବିଶ୍ୱାଳଙ୍କ ଥାଇରଡ୍‌ରେ ଏକ ଟ୍ୟୁମର ହୋଇଥିଲା। ଟ୍ୟୁମରକୁ କାଢିବା ପାଇଁ ବେକରେ ସର୍ଜରି ଆବଶ୍ୟକ ଥିଲା। ତେବେ ରଶ୍ମିତା ଏହାକୁ ଲାପ୍ରୋସ୍କୋପି ମାଧ୍ୟମରେ ସର୍ଜରି କରିବାକୁ ଚାହୁଁଥିଲେ। କାରଣ ସାଧାରଣ ସର୍ଜରିରେ ୮-୧୦ ସେଣ୍ଟିମିଟର କାଟିବାକୁ ପଡିଥାଏ, ଯାହାକି ଯନ୍ତ୍ରଣାଦାୟକ ହେବା ସହିତ ବେକ ବୁଲାଇବା ସମ୍ଭବପର ହୋଇ ନ ଥାଏ। ତେଣୁ ଏହି ସମସ୍ୟା ଦୂର କରିବାକୁ ଲାପ୍ରୋସ୍କୋପି ମାଧ୍ୟମରେ ଥାଇରଡ୍‌ ଟ୍ୟୁମର ଅପରେଶନ କରାଯାଇଥିଲା।

ଏଥିରେ ସମ୍ପୃକ୍ତ ରୋଗୀଙ୍କ କାଖ ପାଖରୁ ଅପରେଶନ କରି ବେକରୁ ଥାଇରଡ୍‌ ଗ୍ଲାଣ୍ଡ୍‌ ସେହିବାଟେ ବାହାର କରାଯାଇଥିଲା। ଏଥିପାଇଁ ୫ ମିଲିମିଟର ଓ ୧୦ ମିଲି ମିଟରର ହୋଲ୍‌ କରି ଏହି ଅପରେଶନ୍‌ କରାଯାଇଥିଲା। ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ସୁଶୀଲ ପଟ୍ଟନାୟକ, ନିଶ୍ଚେତକ ବିଭାଗ ମୁଖ୍ୟ ପ୍ରଫେସର ନିବେଦିତା ପାଣି ଏବଂ ପ୍ରଫେସର ନିହାର ନଳିନୀ ସେନାପତିଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ଅପରରେଶନ୍‌ରେ ଡା. ପାତ୍ରଙ୍କ ସମେତ ଡା. ପ୍ରିୟମ୍ବଦ ସାହୁ, ଡା. ରାମପଦ ମହାପାତ୍ର ସହଯୋଗ କରିଥିଲେ। ନିଶ୍ଚେତକ ବିଭାଗର ଡା. ଡି.ଭି. ରବି କୁମାର, ଡା. ଶ୍ରୀରାମ ଦାସ ସାମିଲ୍‌ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri