ଦ୍ୱିତୀୟ ସାମ୍ମୁଖ୍ୟ

ସାଧାରଣ ନିର୍ବାଚନ ୨୦୨୪ ପାଖେଇ ଆସୁଛି। ଏଥିପାଇଁ ସବୁ ରାଜନୈତିକ ଦଳ ନିଜ ତରିକାରେ ଭୋଟରଙ୍କ ପାଖରେ ପହଞ୍ଚିବା ସକାଶେ ଉଦ୍ୟମ ଜୋରଦାର କଲେଣି। ଭାଜପା ନେତୃତ୍ୱାଧୀନ ସରକାର କେନ୍ଦ୍ରରେ ଆସନ୍ତାବର୍ଷ ଦଶନ୍ଧି ରାଜୁତି ସାରି ଆଗକୁ ବଢ଼ିବା ପାଇଁ ପାଗ ଭିଡ଼ୁଥିବା ବେଳେ କଂଗ୍ରେସ ତା’ର ଗତିରୋଧ କରିବା ସକାଶେ ଅଣ୍ଟା ଭିଡ଼ିଛି। ଗଣତନ୍ତ୍ରରେ ପରିବର୍ତ୍ତନ ନ ଆସି ଦୀର୍ଘ ଶାସନ ରହିଲେ, ତାହା ପ୍ରଜାମାନଙ୍କ ପାଇଁ କାଳ ହୋଇଥାଏ ବୋଲି କୁହାଯାଇଥାଏ। ଛତିଶଗଡ଼ର ରାୟପୁରଠାରେ କଂଗ୍ରେସର ୮୫ତମ ମହାଅଧିବେଶନରେ ସୋନିଆ ଗାନ୍ଧୀ କେନ୍ଦ୍ରର ଭାଜପା ସରକାରଙ୍କୁ ଉପଲକ୍ଷ୍ୟ କରି ଦେଇଥିବା ମନ୍ତବ୍ୟ ଏବେ ଆଲୋଚନାର ବିଷୟ ହୋଇଛି। ସେ କହିଛନ୍ତି, ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶରେ ଘୃଣାର ନିଆଁ ଜାଳି ସଂଖ୍ୟାଲଘୁ, ଦଳିତ, ଆଦିବାସୀଙ୍କୁ ଟାର୍ଗେଟ କରୁଛି। ଭାଜପା-ଆର୍‌ଏସ୍‌ଏସ୍‌ ଶାସନ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଅକ୍ତିଆର କରିନେଇଛନ୍ତି। ତେଣୁ ଧର୍ମନିରପେକ୍ଷ ଓ ସମାଜବାଦୀ ଶକ୍ତି ମିଶିପାରିଲେ ଭାଜପାର ଗତିରୋଧ କରାଯାଇପାରିବ ବୋଲି ସେ ଯେଉଁ ଆହ୍ବାନ ଦେଇଛନ୍ତି, ତାହାର ପ୍ରାସଙ୍ଗିକତା ରହିଛି ବୋଲି ଅନେକେ ମତ ଦେଉଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିଳ୍ପପତି ଗୌତମ ଆଦାନୀଙ୍କୁ ‘ଏକ’ ବୋଲି କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଯେତେବେଳେ ଆଦାନୀଙ୍କ ସହ ମୋଦିଙ୍କର କି ସମ୍ପର୍କ ଅଛି ବୋଲି ପ୍ରଶ୍ନ କରାଯାଉଛି, ସେତେବେଳେ ସମଗ୍ର ସରକାର ଆଦାନୀଙ୍କୁ ସୁରକ୍ଷା ଦେବାକୁ ରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ତେବେ ମହାଅଧିବେଶନରେ କଂଗ୍ରେସ କର୍ମୀ ଓ ନେତାମାନେ ଉତ୍ସାହିତ ଥିବା ଦେଖାଯାଉଥିବାରୁ ଏହା ଏକ ସଙ୍କେତ ଦେଉଛି ଯେ, ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା ପରେ ଏହି ପୁରୁଣା ଦଳ ଭିତରେ ଏକ ଶକ୍ତି ସଞ୍ଚରିତ ହୋଇଛି। ମାତ୍ର ସେହି ଶକ୍ତିକୁ ମହାଶକ୍ତିରେ ରୂପାନ୍ତରିତ କରାଯାଇ ନ ପାରିଲେ ଭାଜପା ଭଳି ବଡ଼ ଆକାର ଧାରଣ କରିଥିବା ଦଳକୁ ସହଜରେ ପ୍ରତିହତ କରାଯାଇପାରିବ ନାହିଁ। ଗତ କିଛି ବର୍ଷ ହେବ ଦେଖାଯାଉଛି, ନିର୍ବାଚନ ଆସିଲେ ଏକ ତୃତୀୟ ସାମ୍ମୁଖ୍ୟ ବିଷୟରେ ଚର୍ଚ୍ଚା ହୋଇଥାଏ। ସେହି ସାମ୍ମୁଖ୍ୟ ସମାଜବାଦୀ ଓ ଧର୍ମନିରପେକ୍ଷ ଚିନ୍ତାଧାରାରେ ବିଶ୍ୱାସ କରୁଥିବା ଦଳଗୁଡ଼ିକୁ ନେଇ ଗଢ଼ି ଉଠିଥାଏ। ଏହାଦ୍ୱାରା ଉଭୟ କଂଗ୍ରେସ ଓ ଭାଜପାକୁ ଦୂରେଇ ରଖିବାର ଉଦ୍ୟମ ହେଉଥିଲା। ଏବେ କିନ୍ତୁ ତୃତୀୟ ପରିବର୍ତ୍ତେ ଦ୍ୱିତୀୟ ସାମ୍ମୁଖ୍ୟ ଚିନ୍ତା ହେଉଛି ବୋଲି କହିହେବ। ଏମାନେ ସମସ୍ତେ ଭାଜପା ବିଶେଷକରି ମୋଦିଙ୍କ ବିରୋଧରେ ଏକଜୁଟ ହେଉଥିବାର ଲକ୍ଷ୍ୟ କରାଯାଉଛି। ଏହା ଏକ ମୌଳିକ ତ୍ରୁଟି ବୋଲି କୁହାଯାଇପାରେ। ମୌଳିକ ତ୍ରୁଟି ଏଇଥିପାଇଁ କୁହାଯାଇପାରେ ଯେ, ଏମାନେ ରାଜନୈତିକ ଦୃଷ୍ଟିକୋଣରୁ ଯଦି କ୍ଷମତା ପାଇଁ ଏକଜୁଟ ହେବେ ତାହା ହେଲେ ଦେଶବ୍ୟାପୀ ବୁଲି କେବଳ ମୋଦିଙ୍କ ବିରୋଧରେ ଗର୍ଜନ କରିବେ। ଫଳରେ ମୋଦିଙ୍କ ନାମ ଦେଶବ୍ୟାପୀ ଗୁଞ୍ଜରିତ ହେବ। ତାହା ଦ୍ୱାରା ମୋଦିଙ୍କୁ ଲାଭ ପହଞ୍ଚତ୍ବ। ତେଣୁ ବୁଦ୍ଧିର କଥା ହୁଅନ୍ତା, ଯଦି ବିଗତ ଦଶନ୍ଧିରେ ଦେଶର ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମିକୁ ଯେଉଁଭଳି କ୍ଷତି ପହଞ୍ଚାଯାଇଛି; ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇପାରନ୍ତା।
ଆଜିର ରାଜନୈତିକ ଦଳଗୁଡ଼ିକର ରଣକୌଶଳ ପୂର୍ବାପେକ୍ଷା ଯଥେଷ୍ଟ ତୀବ୍ର ଓ ତୀକ୍ଷ୍ଣ ହେଉଥିବା ଦେଖାଯାଉଛି। ଭାଜପା ବର୍ଷତମାମ ନିର୍ବାଚନରେ ଜିତିବା ଲାଗି ଅନେକ ଭଙ୍ଗାଗଢ଼ା କରୁଥିବାରୁ ସେଥିରୁ ପ୍ରେରଣା ପାଇ ଅନ୍ୟ ଦଳଗୁଡ଼ିକ ପ୍ରସ୍ତୁତି ଚଳାଇଛନ୍ତି। ପ୍ରତ୍ୟେକ ରାଜନୈତିକ ଦଳର ଲକ୍ଷ୍ୟ ଥାଏ କିଭଳି ଶାସନ ଅକ୍ତିଆର କରିବା। ତାହାକୁ ଖୁଣି ହେବ ନାହିଁ। କିନ୍ତୁ ସେହି ଲକ୍ଷ୍ୟ ଭିତରେ ନାଗରିକଙ୍କ ମଙ୍ଗଳ ନିହିତ ରହିବା ଆବଶ୍ୟକ। କେନ୍ଦ୍ରରେ ଭାଜପା ସରକାର କେବଳ ଦଳ ଓ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ନେଉଥିବାରୁ ତାହା ଜନସାଧାରଣଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। କିନ୍ତୁ ଭାରତରେ ହିନ୍ଦୁଙ୍କ ମନରେ ଗଭୀର ଚେର ସୃଷ୍ଟି କରିଥିବା ମୁସଲମାନ ବିରୋଧୀ ଚିନ୍ତାକୁ ଭାଜପା ଅତି ଭଲ ଭାବେ ରାଜନୈତିକ ମୋଡ଼ ଦେଇ ବ୍ୟବହାର କରିପାରିଛି। ଏହାକୁ ଏକଜୁଟ ହେଉଥିବା ଦଳଗୁଡ଼ିକ ଠିକ୍‌ ଭାବେ ନିରୀକ୍ଷଣ କରିବା ଦରକାର।
ଏବେ ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲେ ମଧ୍ୟ ତାହାକୁ ସୁଧାରିବା ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରୁ ନାହିଁ। ସେହିଭଳି ଶିଳ୍ପପ୍ରୀତି, ଧର୍ମ ଓ ଜାତି ଭିତରେ ଅସହିଷ୍ଣୁତା ସୃଷ୍ଟି କରାଯାଇ ଯେଉଁ ବିଭାଜନ ରାଜନୀତି ହେଉଛି, ତାହା ଦେଶର ବିଭିନ୍ନ କ୍ଷେତ୍ରରେ ଅସ୍ବାଭାବିକ ସ୍ଥିତି ଆରମ୍ଭ କରିଦେଇଛି। ୨୬ ଫେବୃୟାରୀରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଫନ୍ଦିଫିକର କରି ଗିରଫ କରାଯିବା ସଦ୍ୟ ଦୃଷ୍ଟାନ୍ତ। ଏଭଳି ସ୍ଥଳେ ଉତ୍ତମ ଶାସନ ଲାଗି ନାଗରିକମାନେ ଭଲ ଭାବେ ହୃଦ୍‌ବୋଧ କରୁଥିବା ପ୍ରାର୍ଥୀଙ୍କୁ ବାଛିବା ଦରକାର। ଅନ୍ୟପକ୍ଷରେ ଏଇଠି କୁହାଯାଇପାରେ ଯେ, ଉପା-୧ ଓ ଉପା-୨ ସରକାର ଅମଳରେ କଂଗ୍ରେସର ବିଶୃଙ୍ଖଳିତ ବ୍ୟବହାର ଓ ଦୁର୍ନୀତି ଦଳକୁ ଶାସନଠାରୁ ଦୀର୍ଘ ବର୍ଷ ହେବ ଦୂରେଇ ରଖିଛି। ତେଣୁ କଂଗ୍ରେସ ସମେତ ଅନ୍ୟସବୁ ଅଣଭାଜପା ଦଳ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସମସ୍ୟାକୁ ବୁଝି ନିଜର ରଣକୌଶଳ ପ୍ରସ୍ତୁତ କଲେ ଦେଶ ପାଇଁ ମଙ୍ଗଳ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri