Posted inଖେଳ

ମାତୃତ୍ୱ ପରେ ଦୀପ୍ତିଙ୍କୁ ଦ୍ୱିତୀୟ ସୁଯୋଗ

ମୁମ୍ବାଇ,୨୮ା୨: ସ୍ମୃତି ମନ୍ଧାନାଙ୍କ ସହିତ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଭାରତୀୟ ଦଳରୁ ବାଦ ପଡିଥିଲେ। ବିବାହ କରି ଗୋଟିଏ ସନ୍ତାନର ମା’ ହୋଇ ସାରିଥିବା ବେଳେ ସ୍ନେହା ଦୀପ୍ତିଙ୍କୁ ମିଳିଛି କ୍ୟାରିୟରରେ ଦ୍ୱିତୀୟ ସୁଯୋଗ। ଓମେନ୍ସ ପ୍ରିମିୟର ଲିଗ୍‌ରେ ଦୀପ୍ତିଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। କ୍ୟାରିୟର ସଜାଡିବାକୁ ମଉକା ମିଳିଥିବା ବେଳେ ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ଦୀପ୍ତିଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ। ଆନ୍ଧ୍ରପ୍ରଦେଶର ଦୀପ୍ତି ୨୦୧୩ରେ ଭାରତ ପାଇଁ ପଦାର୍ପଣ କରିଥିଲେ। ଭାରତୀୟ ଦଳରେ ନିଜ ସ୍ଥାନ ପକ୍କା କରିବା ପୂର୍ବରୁ ମାତ୍ର ଦୁଇଟି ଟି୨୦ ଓ ଗୋଟିଏ ଦିନିକିଆରେ ତାଙ୍କୁ ସୁଯୋଗ ମିଳିଥିଲା। ଟିମ୍‌ ଇଣ୍ଡିଆରୁ ବାଦ ପଡିବା ପରେ ସେ ନିୟମିତ ଭାବେ ଆନ୍ଧ୍ର ପକ୍ଷରୁ ଖେଳୁଥିଲେ। ଓମେନ୍ସ ପ୍ରିମିୟର ଲିଗ୍‌ରେ ୨୬ ବର୍ଷୀୟା ଦୀପ୍ତିଙ୍କ ପାଇଁ ଆଣି ଦେଇଛି ବଡ ସୁଯୋଗ। ନଭେମ୍ବର ୨୦୨୧ରେ ଶେଷ ଥର ପାଇଁ କ୍ରିକେଟ ଖେଳିଥିବା ବେଳେ ମାତୃତ୍ୱ କାରଣରୁ କ୍ରିକେଟରୁ ଦୂରେଇ ରହିଛନ୍ତି। ତେବେ ମହିଳା ଆଇପିଏଲରେ ଏକ ପ୍ରୟାସ କରିବାକୁ ଦୀପ୍ତି ଇଚ୍ଛା ଜାହିର କରିଥିଲେ।
ଦୁଇ ବର୍ଷର ଝିଅ କ୍ରିଭାକୁ ଛାଡି ଆସିବା ମୋ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ରହିଥିଲା। ଟିମ୍‌ ହୋଟେଲକୁ ଆସିବା ପୂର୍ବରୁ ଝିଅ କାନ୍ଦୁଥିଲା ଏବଂ ଆସିବା ପାଇଁ ମୋର ଇଚ୍ଛା ମଧ୍ୟ ନଥିଲା। ଉଭୟ କ୍ରିକେଟ ଏବଂ ପରିବାର ମୋ ପାଇଁ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଏଭଳି କହିଛନ୍ତି ଦୀପ୍ତି। ତେବେ ଝିଅର ଯତ୍ନ ନେବା ପାଇଁ ସ୍ବାମୀଙ୍କ ଆଶ୍ୱାସନା ମତେ ପ୍ରେରଣା ଦେଇଥିଲା। ଯଦି ମୁଁ ଓମେନ୍ସ ପ୍ରିମିୟର ଲିଗ୍‌ରେ ଭଲ ପ୍ରଦର୍ଶନ କରୁଛି ତାହେଲେ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ପ୍ରେରଣା ହୋଇ ପାରିବି ବୋଲି ସେ କହିଛନ୍ତି। ପୂର୍ବତନ ସାଥୀ ଖେଳାଳି ସ୍ମୃତି ମନ୍ଧାନାଙ୍କ ପରି କୋଟି କୋଟି ଟଙ୍କାରେ ପ୍ୟାକେଜ ମିଳିନଥିଲେ ମଧ୍ୟ କ୍ରିକେଟ ପଡିଆକୁ ଫେରିବା ନେଇ ମୁଁ ଖୁସି ବୋଲି କହିଛନ୍ତି ସ୍ନେହା ଦୀପ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

VIDEO: ଟସ୍‌ ଛାଡି ହଠାତ୍‌ କୁଆଡେ ଚାଲିଗଲେ କ୍ୟାପଟେନ ସୂର୍ଯ୍ୟକୁମାର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟରେ, ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ପ୍ରାୟତଃ ବିଜୟ ଏବଂ ପରାଜୟକୁ ଅତିକ୍ରମ କରିଯାଏ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସମାନ ଦୃଶ୍ୟ ଦେଖାଯାଇଥିଲା, ଯେତେବେଳେ ଅଧିନାୟକ…

ଭକ୍ତମୟ ହୋଇଛି କାଳୀଜାଈଙ୍କ ପୀଠ, ଜମୁଛି ଶହଶହ ଭକ୍ତଙ୍କ ଭିଡ଼

କୃଷ୍ଣପ୍ରସାଦ,୮।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ ‎କାଳୀଜାଈଙ୍କ ପୀଠ ପାଲଟିଛି ଭକ୍ତମୟ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri