ନିଖୋଜଙ୍କୁ ଖୋଜିବାରେ ନୈରାଶ୍ୟଜନକ ପ୍ରଦର୍ଶନ

ଭୁବନେଶ୍ୱର,୨।୧୦ (ବ୍ୟୁରୋ): ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ରାଜ୍ୟ ପୋଲିସ ଆରମ୍ଭ କରିଥିଲା ଅପରେଶନ ସ୍ମାଇଲ୍‌। ଏହାସତ୍ତ୍ୱେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପୋଲିସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟ-୨୦୧୯ରୁ ଏହା ଜଣାପଡିଛି।
ଉକ୍ତ ରିପୋର୍ଟ ଅନୁଯାୟୀ, ୨୦୧୯ରେ ୧୫ ହଜାର ୩୧୭ଜଣ ବ୍ୟକ୍ତି ନିଖୋଜ ହୋଇଛନ୍ତି। ଏଥିରେ ୩ହଜାର ୩ଶହ ପୁରୁଷ ଏବଂ ୧୨ ହଜାର ୧୭ ମହିଳା ରହିଛନ୍ତି। ସେହିଭଳି ୨୦୧୮ରେ ୧୩ ହଜାର ୬୨ଜଣ ନିଖୋଜ ହୋଇଛନ୍ତି। ତେବେ ଓଡ଼ିଶା ପୋଲିସ ୨୦୧୯ରେ ୫ ହଜାର ୩୩୯ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବାବେଳେ ୨୦୧୮ରେ ୪୪୮୧ଜଣଙ୍କୁ ଉଦ୍ଧାର କରାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ଦୁଇବର୍ଷର ଉଦ୍ଧାର ହାରକୁ ଦୁଷ୍ଟିରେ ରଖିଲେ ପୂର୍ବବର୍ଷ ଅପେକ୍ଷା ଗତବର୍ଷ ଏହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ରାଜ୍ୟ ପୋଲିସ ୨୦୧୯ରେ ଖରାପ ପ୍ରଦର୍ଶନ କରିଥିବାବେଳେ କେବଳ ୧୯.୩ ପ୍ରତିଶତ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ପାଇବାରେ ସଫଳ ହୋଇଛି। ଏକ୍ଷେତ୍ରରେ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି। ପଞ୍ଜାବ ପୋଲିସ ମାତ୍ର ୧୬.୭ ପ୍ରତିଶତ ନିଖୋଜଙ୍କୁ ଉଦ୍ଧାର କରି ସବୁଠାରୁ ଅଧିକ ଖରାପ ପ୍ରଦର୍ଶନ କରିଛି।
ଅନ୍ୟପକ୍ଷରେ ୧୮ ବର୍ଷରୁ କମ୍‌ ବୟସରେ ୫୫୦୩ ପିଲାଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ପୋଲିସକୁ ଦାୟିତ୍ୱ ଦିଆଯାଇଥିଲା। ଯେଉଁଥିରେ ପୂର୍ବ ବର୍ଷର ନିଖୋଜ ହୋଇଥିବା ୧୧୬୫ ନାବାଳକ ମଧ୍ୟ ରହିଛନ୍ତି। ସେମାନଙ୍କୁ ପୋଲିସ ପୂର୍ବ ବର୍ଷରୁ ଚିହ୍ନଟ କରିବାରେ ବିଫଳ ହୋଇଥିବା ଦର୍ଶାଯାଇଛି। ୨୦୧୮ରେ ୧୧୩୯ ନିଖୋଜ ଶିଶୁଙ୍କୁ ପୋଲିସ ଉଦ୍ଧାର କରିଥିଲା। ସେହିଭଳି ୨୦୧୯ରେ ୧୪୯୦ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏଥିମଧ୍ୟରୁ ୩୧୪ ବାଳକ ଓ ୧୧୭୬ ବାଳିକା ରହିଛନ୍ତି। ପୂର୍ବବର୍ଷ ତୁଳନାରେ ଅଧିକ ସଂଖ୍ୟକ ପିଲା ଉଦ୍ଧାର ହୋଇଥିଲେ ମଧ୍ୟ ନାବାଳକ ଉଦ୍ଧାର ହାର ହ୍ରାସ ପାଇଛି। ୨୦୧୮ରେ ୩୨.୬ ପ୍ରତିଶତ ରହିଥିବାବେଳେ ୨୦୧୯ରେ ୨୭.୧କୁ ଖସି ଆସିଛି। ୨୦୧୯ରେ ପ୍ରତି ୧୦୦ ନିଖୋଜ ଶିଶୁଙ୍କ ମଧ୍ୟରୁ ପ୍ରାୟ ୨୭ ଜଣଙ୍କୁ ଖୋଜି ପାଇବାରେ ସଫଳ ହୋଇଛି ଓଡ଼ିଶା ପୋଲିସ। କିନ୍ତୁ ଏକ୍ଷେତ୍ରରେ କେରଳ ସବୁଠୁ ଆଗରେ ରହିଛି। କେରଳ ପୋଲିସ ୯୪ ପ୍ରତିଶତ ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ପ୍ରଥମ ସ୍ଥାନରେ ରହିଥିବାବେଳେ ସିକିମ୍‌ ପୋଲିସ ୮୮ ପ୍ରତିଶିତ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri