ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌

ଭୁବନେଶ୍ୱର,୧୪।୩(ବ୍ୟୁରୋ): ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ଦ୍ଦେଶନାମା ଜାରି କରିଛି।

ବିଏମ୍‌ସି ଡେପୁଟି କମିଶନର (ରାଜସ୍ବ)ଙ୍କ ପକ୍ଷରୁ ମହାନଗର ନିଗମର ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ପଠାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବହୁ ଲୋକ ବର୍ତ୍ତମାନ ସୁଦ୍ଧା ହୋଲ୍ଡିଂ ଟ୍ୟାକ୍ସ ବା ଟିକସ ଦେଇନାହାନ୍ତି। ଓପିଡିଆର ଆକ୍ଟ ୧୯୬୨ ଅନୁଯାୟୀ ସେମାନଙ୍କ ବିରୋଧରେ ସାର୍ଟିଫିକେଟ କେସ ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ତୁରନ୍ତ ଟିକସ ପଇଠ ନ କଲେ ସେମାନଙ୍କ କୋଠାଗୁଡ଼ିକୁ ସିଲ୍‌ କରିଦିଆଯିବ ବୋଲି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।