Categories: ରାଜ୍ୟ

ସ୍କୁବା ଡାଇଭିଂ ଓଡ଼ିଶାର ବାପଝିଅଙ୍କ ସଫଳତା

ଦୁବାଇ,୨୭।୨: ଦୁବାଇରେ ରହୁଥିବା ବାପଝିଅ ସ୍କୁବା ଡାଇଭିଂ କରି ଆଉ ଏକ ଅନନ୍ୟ ସଫଳତା ହାସଲ କରିଛନ୍ତି। ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୩ ବର୍ଷର ଝିଅ ତିସ୍ୟା ସ୍କୁବା ଡାଇଭିଂ କରି ଜୋର୍ଡାନ ନିକଟବର୍ତ୍ତୀ ଲୋହିତ ସାଗରର ୫୫ ଫୁଟ ତଳେ ଥିବା ହର୍କୁଲସ୍‌ ସି-୧୩୦ ବିମାନ ନିକଟରେ ପହଞ୍ଚତ୍ଥିଲେ। ଲକ୍‌ହିଡ୍‌ ସି୦୧୩୦ ହର୍କୁଲସ୍‌ ବିମାନ ହେଉଛି ୪ ଇଞ୍ଜିନ୍‌ ବିଶିଷ୍ଟ ସାମରିକ ପରିବହନ ବିମାନ, ଯାହା ୫୦ ଦଶକରୁ ୭୦ରୁ ଊର୍ଦ୍ଧ୍ୱ ଦେଶର ସାମରିକ ପ୍ରତିଷ୍ଠାନ ପାଇଁ କାମ କରିଥିଲା। ସମୁଦ୍ରରୁ ଆବର୍ଜନା ନିଷ୍କାସନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଉକ୍ତ ବିମାନ ୨୦୧୭ ନଭେମ୍ବର ୧୬ରେ ବୁଡ଼ିଯାଇଥିଲା।