ବରଗଡ଼ରେ ସ୍କ୍ରବ୍‌ ଟାଇଫସ୍‌: ଦିନକ ପରେ ମତ ବଦଳାଇଲେ ସିଡିଏମ୍‌ଓ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜିଲାରେ ଏହି ରୋଗରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବା ସାଧାରଣରେ ଆଲୋଚନା ହେଉଛି। କେବଳ ସେତିକି ନୁହେଁ, ବୁଧବାର ଖୋଦ୍‌ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ନିରୁପମା ଷଡ଼ଙ୍ଗୀ ଗଣମାଧ୍ୟମ ସମ୍ମୁଖରେ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ସମ୍ପର୍କରେ ସୂଚନା ଦେଇ କହିଥିଲେ, ସେପ୍ଟେମ୍ବର ୧୦ତାରିଖ ସୁଦ୍ଧା ୨୦ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିଲା। ସେଥିରୁ ୩ଜଣ ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଏବଂ ସମସ୍ତେ ଘରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ ସେ ଆହୁରି କହିଥିଲେ, ଘରୋଇ ଡାକ୍ତରଖାନାରେ ୩ଜଣଙ୍କ ସ୍କ୍ରବ୍‌ ଟାଇଫସ୍‌ ଜନିତ ମୃତ୍ୟୁ ସମ୍ପର୍କରେ ସୂଚନା ପାଇ ଏଡିପିଏଚ୍‌ଓ ଏବଂ ଅନ୍ୟ ଜଣେ ତାର ଅନୁସନ୍ଧାନ ପାଇଁ ଯାଇଥିଲେ ଏବଂ ତାହା ସତ ବୋଲି ସିଡିଏମ୍‌ଓ ଡା. ଷଡ଼ଙ୍ଗୀ ଗଣମାଧ୍ୟମ ଆଗରେ କହିଥିଲେ। ସେ ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

କିନ୍ତୁ ମତ ରଖିବାର ଦିନକ ପରେ ସିଡିଏମ୍‌ଓ ଡା. ଷଡ଼ଙ୍ଗୀ ଗୁରୁବାର ଜିଲାର ସ୍କ୍ରବ୍‌ ଟାଇଫସ୍‌ ରୋଗର ସ୍ଥିତି ଉପରେ ନିଜ ମତ ବଦଳାଇଛନ୍ତି। ପୂର୍ବରୁ ସ୍କ୍ରବ୍‌ ଟାଇଫସ୍‌ରେ ୩ଜଣଙ୍କ ମୃତ୍ୟୁ ଘଟଣା ସତ ବୋଲି କହିଥିବା ବେଳେ ଏବେ ତାର ସତ୍ୟାସତ୍ୟ ନେଇ ଅନୁସନ୍ଧାନ ଚାଲୁଛି ବୋଲି ଏକ ପ୍ରେସ ବିବୃତିରେ ସିଡିଏମ୍‌ଓ ଡା. ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି, ଅଦ୍ୟାବଧି ବରଗଡ଼ ଜିଲାରେ ଜାନୁୟାରୀ ୨୪ରୁ ସେପ୍ଟେମ୍ବର ୧୦ତାରିଖ ପର୍ଯ୍ୟନ୍ତ ଆଲିସା ଆଇଜିଏମ (ଇଏଲଆଇଏସ୍‌ଏ ଆଇଜିଏମ୍‌) ପରୀକ୍ଷା ପଦ୍ଧତି ଦ୍ୱାରା ଜିଲାରେ ୧୦ଜଣ ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ସମସ୍ତେ ସୁସ୍ଥ ଅଛନ୍ତି। ଇତିମଧ୍ୟରେ ଜିଲାରେ ୩ଜଣଙ୍କ ସ୍କ୍ରବ୍‌ ଟାଇଫସ୍‌ ଜନିତ ମୃତ୍ୟୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।

ସେମାନେ ହେଲେ ପଦ୍ମପୁରର ସାକ୍ଷୀ ପ୍ରଧାନ(୭୦), ଜମଲା କୁଧେରଖେର ଗ୍ରାମର ଶିଖା ରଣା(୧୬) ଏବଂ ଭୁକ୍ତା ବୁଙ୍ଗାପାଲିର ସରୋଜ ପ୍ରଧାନ(୪୨)। ବେସରକାରୀ ନର୍ସିଂହୋମ୍‌ରେ ସେମାନଙ୍କ ମୃତ୍ୟୁ ହୋଇଛି ଏବଂ ଜିଲା ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଏହାର ସତ୍ୟାସତ୍ୟ ଅନୁସନ୍ଧାନ ଚାଲୁଛି ବୋଲି ସିଡିଏମ୍‌ଓ ଡା. ଷଡ଼ଙ୍ଗୀ ପ୍ରେସ ବିବୃତିରେ ଉଲ୍ଲେଖ କରିଛନ୍ତି। ଏହାସହିତ ସ୍କ୍ରବ୍‌ ଟାଇଫସ୍‌ ରୋଗ ଚିହ୍ନଟ ପାଇଁ ଜିଲାର ସବୁ ବ୍ଲକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲାରେ ରହିଥିବା ଜିଲା ଜନସ୍ବାସ୍ଥ୍ୟ ପରୀକ୍ଷାଗାରରେ ମାଗଣା ରକ୍ତ ନମୁନା ପରୀକ୍ଷା କରାଯାଉଛି। ସ୍କ୍ରବ୍‌ ଟାଇଫସ୍‌ ଆରୋଗ୍ୟସାଧ୍ୟ ହୋଇଥିବା ଯୋଗୁ ଏହି ରୋଗର ଲକ୍ଷଣ ଦେଖାଦେଲେ ସଠିକ୍‌ ଚିକିତ୍ସା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏ ନେଇ ଜିଲାରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍କ୍ରବ୍‌ ଟାଇଫସ୍‌ ରୋଗ ସନ୍ଦେହ ହେଲେ, ଏହାର ସତ୍ୟତା ପାଇଁ ଜିଲା ଜନସ୍ବାସ୍ଥ୍ୟ ପରୀକ୍ଷାଗାରକୁ ରୋଗୀଙ୍କ ରକ୍ତ ନମୁନା ପଠାଇବା ଏବଂ ବିନା ଅନୁସନ୍ଧାନରେ କୌଣସି ମୃତାହତଙ୍କୁ ସ୍କ୍ରବ୍‌ ଟାଇଫସ୍‌ ଜନିତ ମୃତ୍ୟୁ ବୋଲି ଘୋଷଣା ନ କରିବାକୁ ବେସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିଡିଏମ୍‌ଓ ଡା. ଷଡ଼ଙ୍ଗୀ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri