Posted inଫୁରସତ

କଙ୍କଡ଼ାବିଛା

ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି, ଯୁବ ବୟସ୍କଙ୍କଠାରେ ମଧ୍ୟ ହୃଦ୍‌ ସମସ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ପରିବର୍ତ୍ତିତ ଜୀବନଶୈଳୀ ବ୍ୟତୀତ ଏହାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଆବଶ୍ୟକ ମାତ୍ରାରେ ଅମ୍ଳଜାନ
ଅଭାବ। ତେଣୁ ବର୍ତ୍ତମାନର ପରିବେଶ ପ୍ରଦୂଷଣକୁ ଆଖିଆଗରେ ରଖି ଶରୀର କିପରି ଆବଶ୍ୟକମାତ୍ରାରେ ଅମ୍ଳଜାନପାଇବ, ସେଥିପାଇଁକେତୋଟି ଉପାୟ ଆପଣାଇପାରିବେଜାଣିରଖନ୍ତୁ ସେ
ସମ୍ପର୍କରେ…

କଙ୍କଡ଼ାବିଛା ପ୍ରାୟ ସମସ୍ତେ ଦେଖିଥିବେ। ଏହାର ବିଷ ମଣିଷ ପାଇଁ ଯେତିକି କ୍ଷତିକାରକ ଏଥିରୁ ପ୍ରସ୍ତୁତ ଔଷଧ କେତେକ ମାରାତ୍ମକ ରୋଗର ଚିକିତ୍ସା ନିମନ୍ତେ ସେତିକି ଉପକାରୀ। ଜାଣନ୍ତୁ ଏହା ସମ୍ପର୍କରେ କେତେକ ରୋଚକ ତଥ୍ୟ…

କଙ୍କଡ଼ାବିଛା ହେଉଛି ସର୍ବପୁରାତନ ସ୍ଥଳଚର ପ୍ରାଣୀ। ପ୍ରାୟ ୪୨୦ ମିଲିଅନ୍‌ ବର୍ଷ ପୂର୍ବର ମିଳିଥିବା ଏକ କଙ୍କଡ଼ାବିଛାର ଜୀବାଶ୍ମରୁ ଏହା ଅନୁମାନ କରାଯାଏ। ଏମିତିକି ଡାଇନୋସର ପୂର୍ବରୁ ମଧ୍ୟ ଏମାନେ ଜୀବିତ ଥିବା ଅନୁମାନ କରାଯାଏ।
ମିଲିଅନ୍‌ ବର୍ଷ ପୂର୍ବରୁ ଥିବା ସାମୁଦ୍ରିକ କଙ୍କଡ଼ାବିଛା ପ୍ରାୟ ୧ ମିଟର ଲମ୍ବା ଥିଲା ବୋଲି ବୈଜ୍ଞାନିକ ମତ ଦିଅନ୍ତି। ତେବେ ବର୍ତ୍ତମାନ ଥିବା ଏହାର ସମସ୍ତ ପ୍ରଜାତି ମଧ୍ୟରୁ ଏସିଆର ଜିଆଣ୍ଟ ଫରେଷ୍ଟ ସ୍କର୍ପିଅନ୍‌ ସବୁଠାରୁ ବଡ଼, ଯାହାର ଲମ୍ବ ୯ ଇଞ୍ଚ।
ଏମାନଙ୍କ ଜୀବନକାଳ ୨-୬ ବର୍ଷ ହୋଇଥିବା ବେଳେ ପଶ୍ଚିମ ଆଫ୍ରିକାରେ ଦେଖାଯାଉଥିବା ଏମ୍ପରର ସ୍କର୍ପିଅନ୍‌ ସବୁଠୁ ଅଧିକ ବର୍ଷ ଅର୍ଥାତ୍‌ ୮ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ପାରେ।
ମଧ୍ୟରୁ କେତେକ ପ୍ରଜାତି ଦୀର୍ଘ ମାସ ପର୍ଯ୍ୟନ୍ତ ନ ଖାଇ ମଧ୍ୟ ବଞ୍ଚତ୍ପାରନ୍ତି।
ଅଣ୍ଡା ନ ଦେଇ ଛୁଆ ଜନ୍ମ କରିଥା’ନ୍ତି। ଛୁଆମାନଙ୍କ ଶରୀର ନରମ ଏବଂ ରଙ୍ଗ ଧଳା ହୋଇଥାଏ, ଯାହାକି ବଡ଼ ହେବା ଦ୍ୱାରା କ୍ରମଶଃ ଶକ୍ତ ହୋଇଯାଏ ଏବଂ ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯାଏ। ସେମାନେ ବଡ଼ ହୋଇ ନିଜେ ଶିକାର କରି ଖାଇ ଶିଖିବା ପର୍ଯ୍ୟନ୍ତ ମାଆ ପାଖରେ ରହିଥା’ନ୍ତି। ଏମିତିକି କେତେକ ପ୍ରଜାତି ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ମାଆ ପାଖରେ ରହୁଥିବା ଗବେଷଣାରୁ ଜଣାପଡ଼ିଛି।
ବାହ୍ୟ ଖୋଳପା ତଳେ ଏକ ଫ୍ଲୋରୋସେଣ୍ଟ କେମିକାଲ ରହିଛି, ଯାହାକି ଅତିବାଇଗଣି ରଶ୍ମି ବା ଅଲଟ୍ରା ଭାଓଲେଟ୍‌ରେ ପଡ଼ିଲେ ତାହା ଉଜ୍ଜ୍ୱଳ ଦେଖାଯାଇଥାଏ।
ସମସ୍ତ କଙ୍କଡ଼ାବିଛା ପ୍ରଜାତି ମଧ୍ୟରୁ ଆଫ୍ରିକାର ଉତ୍ତର-ମଧ୍ୟ ପୂର୍ବ ଅଞ୍ଚଳରେ ଦେଖାଦେଉଥିବା, ଭାରତରେ ଦେଖାଦେଉଥିବା ରେଡ୍‌ ସ୍କର୍ପିଅନ୍‌ ଏବଂ ଆରାବିଆନ୍‌ ଫ୍ଲାଟ୍‌ ଟେଲ୍‌ଡ ସ୍କର୍ପିଅନ୍‌ ସବୁଠୁ ବିଷାକ୍ତ। ସେମାନଙ୍କ ବିଷରେ ନ୍ୟୁରୋଟକ୍ସିନ୍‌, କାର୍ଡିଓଟକ୍ସିନ୍‌, ନେଫ୍ରୋଟକ୍ସିନ୍‌, ହେମୋଲାଇଟିକ୍‌ଟକ୍ସିନ୍‌ ସହିତ ହିଷ୍ଟାମାଇନ୍‌, ସେରୋଟନିନ୍‌ ଏବଂ ଟ୍ରିପ୍ଟୋଫାନ୍‌ ଭଳି ପ୍ରାୟ ୧୨ ପ୍ରକାରର ବିଷାକ୍ତ ପଦାର୍ଥ ରହିଥାଏ। ତେଣୁ ଏହି ବିଛା ଦଂଶନ କରିବା ଦ୍ୱାରା ତୁରନ୍ତ ଚିକିତ୍ସା କରା ନ ଗଲେ ମଣିଷର ଜୀବନ ଯିବାର ବି ଆଶଙ୍କା ରହିଥାଏ।
ଏମାନଙ୍କ ବିଷକୁ କ୍ୟାନ୍‌ସର, ଆର୍ଥ୍ରାଇଟିସ୍‌ ଭଳି ବିଭିନ୍ନ ମାରାତ୍ମକ ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri