ଏମିତି ବଢ଼ାନ୍ତୁ ଶରୀରରେ ଅମ୍ଳଯାନ

ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି, ଯୁବ ବୟସ୍କଙ୍କଠାରେ ମଧ୍ୟ ହୃଦ୍‌ ସମସ୍ୟା ବୃଦ୍ଧି ପାଉଥିବା ଦେଖିବାକୁ
ମିଳୁଛି । ପରିବର୍ତ୍ତିତ ଜୀବନଶୈଳୀ ବ୍ୟତୀତ ଏହାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଆବଶ୍ୟକ ମାତ୍ରାରେ ଅମ୍ଳଜାନ
ଅଭାବ। ତେଣୁ ବର୍ତ୍ତମାନର ପରିବେଶ ପ୍ରଦୂଷଣକୁ ଆଖିଆଗରେ ରଖି ଶରୀର କିପରି ଆବଶ୍ୟକ
ମାତ୍ରାରେ ଅମ୍ଳଜାନ
ପାଇବ, ସେଥିପାଇଁ
କେତୋଟି ଉପାୟ ଆପଣାଇପାରିବେ
ଜାଣିରଖନ୍ତୁ ସେ
ସମ୍ପର୍କରେ…

ପିଅନ୍ତୁ ଅଧିକ ପାଣି: ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ଭଲ ଭାବେ ସଂଚାଳନ ଲାଗି ଜଳୀୟାଂଶ ମାତ୍ରା ଠିକ୍‌ ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ପର୍ଯ୍ୟାପ୍ତ ପରିମାଣରେ ପାଣି ଅର୍ଥାତ୍‌ ଦିନକୁ ଅତିକମ୍‌ରେ ୩-୪ ଲିଟର ପାଣି ପିଅନ୍ତୁ। ପାଣିରେ ଥିବା ଅମ୍ଳଜାନ ଆପଣଙ୍କୁ ଫିଟ୍‌ ରଖିବା ସହ ଶରୀରକୁ ଡିହାଇଡ୍ରେଶନ୍‌ ହେବାକୁ ଦେବ ନାହିଁ।
ବ୍ୟାୟାମ ରଖିବ ଫିଟ୍‌: ପ୍ରତିଦିନ କିଛି ନା କିଛି ବ୍ୟାୟାମ କରିବା ଦ୍ୱାରା ଶରୀର ଫିଟ୍‌ ରହିଥାଏ। ଦିନକୁ ଅତିକମ୍‌ରେ ଅଧଘଣ୍ଟା ଓ୍ବାକିଂ, ବିଭିନ୍ନ ଯୋଗ, ବ୍ୟାୟାମ ସହିତ ପ୍ରାଣାୟାମ କରନ୍ତୁ। ଏରୋବିକ୍‌ ଏକ୍ସରସାଇଜ୍‌ ମଧ୍ୟ ଏଥିପାଇଁ ଖୁବ୍‌ ଭଲ। ଏହିସବୁ ଏକ୍ସରସାଇଜ୍‌ ଶରୀରରେ ରକ୍ତ ସଞ୍ଚାଳନ ବ୍ୟବସ୍ଥା ଠିକ୍‌ ରଖିବା ସହ ହୃତ୍‌ପିଣ୍ଡ ଏବଂ ଫୁସ୍‌ଫୁସ୍‌କୁ ମଜଭୁତ କରି ଅମ୍ଳଜାନ ମାତ୍ରା ବଢ଼ାଇବାରେ ସାହାଯ୍ୟ କରିବ।
ଖାଆନ୍ତୁ ଲୌହଯୁକ୍ତ ଖାଦ୍ୟ: ରକ୍ତରେ ଥିବା ହିମୋଗ୍ଲୋବିନ୍‌ରେ ଅକ୍ସିଜେନ ମିଶି ଅକ୍ସିହିମୋଗ୍ଲୋବିନ୍‌ ଭାବେ ପ୍ରବାହିତ ହୋଇଥାଏ। ତେବେ ଏହି ହିମୋଗ୍ଲୋବିନ୍‌ ପରିମାଣ ନିୟନ୍ତ୍ରଣରେ ରଖିବା ଲାଗି ସବୁଜ ପନିପରିବା, ଶାଗ, ବିନ୍ସ, ଅଣ୍ଡା ଭଳି ଲୌହଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ।
ଇନ୍‌ଡୋର ପ୍ଲାଣ୍ଟ ରଖନ୍ତୁ: ଘରକୁ ସୁନ୍ଦର କରିବା ସହ ଶୁଦ୍ଧ ପବନ ବା ଫ୍ରେଶ୍‌ ଏୟାର୍‌ ପାଇବା ଲାଗି ଇନ୍‌ଡୋର ପ୍ଲାଣ୍ଟ ରଖନ୍ତୁ। ଏତଦ୍‌ବ୍ୟତୀତ ସ୍ନେକ୍‌ ପ୍ଲାଣ୍ଟ, ସ୍ପାଇଡର ପ୍ଲାଣ୍ଟ, ଆଲୋଭେରା, ମନିପ୍ଲାଣ୍ଟ ଆଦି ରଖନ୍ତୁ। ଅନ୍ୟାନ୍ୟ ଏୟାର ପ୍ୟୁରିଫାଇଂ ଇନ୍‌ଡୋର ପ୍ଲାଣ୍ଟ ରଖିଲେ ମଧ୍ୟ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?