Posted inଫୁରସତ

ରୋବୋ ଜଜ୍‌

ଦେଶରେ କୋର୍ଟର ସ୍ଥାନ ବହୁତ ଉପରେ। ଏହାର ସରକାରଙ୍କୁ ନିର୍ଦ୍ଦେଶ ଦେବାର ଶକ୍ତି ଥାଏ। କୋର୍ଟର ଫଇସଲାକୁ ସମସ୍ତେ ମାନିବାକୁ ବାଧ୍ୟ। ତେବେ କୋର୍ଟକୁ ଆସୁଥିବା ମାମଲାକୁ ଦୁଇଜଣ ଓକିଲ ଲଢନ୍ତି। ଜଣେ ମାମଲାର ପକ୍ଷରେ ଲଢନ୍ତି ତ ଅନ୍ୟଜଣଙ୍କ ମାମଲା ବିପକ୍ଷରେ ଲଢନ୍ତି। ଉଭୟଙ୍କ ଦଲିଲ ଶୁଣିବା ପରେ ଜଜ୍‌ ନିଷ୍ପତ୍ତି ନିଅନ୍ତି। କିନ୍ତୁ ଅନେକ ସମୟରେ ଦେଖାଯାଉଛି ଧନୀକ ବ୍ୟକ୍ତିମାନେ ଜଜ୍‌ ଓ ଓକିଲଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ରାୟକୁ ନିଜ ସପକ୍ଷରେ କରାଇ ନିଅନ୍ତି। କେବେ କେବେ ଏମିତି ବି ହୁଏ ଜୀବନ ଭୟରେ ଜଜ୍‌ ଓ ଓକିଲ ଦୋଷୀ ସପକ୍ଷରେ ଯିବାକୁ ବାଧ୍ୟ ହୁଅନ୍ତି। ହେଲେ ଖୁସିର ଖବର ଏଭଳି ଘଟଣା ଆଗକୁ ଆଉ ଘଟିବ ନାହିଁ। କାରଣ ଖୁବ୍‌ ଶୀଘ୍ର ଜଜ୍‌ ଓ ଓକିଲଙ୍କ ସ୍ଥାନରେ ବସିବେ ରୋବୋ। ଆଉ ସମସ୍ତେ ଜାଣନ୍ତି ଯେ, ମେସିନ୍‌ ଲାଞ୍ଚ ନିଏ ନାହିଁ କି ତାକୁ କାହାର ଭୟ ନ ଥାଏ। ଅନେକ ଆଇନ ବିଶେଷଜ୍ଞ ଏହାକୁ ସ୍ବାଗତ କରିଛନ୍ତି। ସେମାନଙ୍କ ମତରେ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ମଣିଷଠୁ ଭଲ ନିଷ୍ପତି ନେଇପାରିବେ। ସେମାନେ କୌଣସି ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବେନି। ଏବେ ୟୁକେର କୋର୍ଟରେ ପ୍ରଥମ କରି ଏହାର ଟ୍ରାଏଲ କରାଯାଉଛି। ଏହାପରେ ଅନ୍ୟଦେଶ ବି ଏହାକୁ ଆପଣେଇବେ। ଅନେକେ ଏହି ରୋବୋ ଜଜ୍‌ ଓ ଓକିଲକୁ ବିରୋଧ ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri